Blood donation at school: ସିଡିଏ ଡିଏଭିରେ ୨୨୦୪ ୟୁନିଟ୍ ରକ୍ତ ସଂଗ୍ରହ
କଟକ : ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ଓ ରକ୍ତସଂଗ୍ରହ କ୍ଷେତ୍ରରେ ପ୍ରତିବର୍ଷ ନୂଆ ନୂଆ କୀର୍ତ୍ତମାନ ପ୍ରତିଷ୍ଠା କରି ଚାଲିଥିବା ସିଡିଏ ଡିଏଭି ପବ୍ଲିକ ସ୍କୁଲ ଚଳିତ ବର୍ଷ ସମସ୍ତ ରେକର୍ଡକୁ ଅତିକ୍ରମ କରିଛି।
'ସିଡିଏ ଡିଏଭି ସ୍କୁଲ ପରିବାର' ଓ 'ସମ୍ବାଦ-ଆମ ଓଡ଼ିଶା' ମିଳିତ ଉଦ୍ୟମରେ ସିଡିଏ ଡିଏଭି ସ୍କୁଲ ପରିସରରେ ଆୟୋଜିତ ଏହି ରକ୍ତଦାନ ଶିବିରରୁ ମୋଟ ୨୨୦୪ ୟୁନିଟ୍ ରକ୍ତସଂଗ୍ରହ ହୋଇଛି।
ଓଡ଼ିଶାର କୌଣସି ବିଦ୍ୟାଳୟରେ ଗୋଟିଏ ଦିନରେ ଗୋଟିଏ ଶିବିରରୁ ଏତେ ସଂଖ୍ୟକ ରକ୍ତସଂଗ୍ରହ ହେବା ରାଜ୍ୟର ପ୍ରଥମ ଘଟଣା।
Advertisment Accident: ଉତ୍ତରପ୍ରଦେଶରୁ ତାମିଲନାଡୁ ଯାଏଁ ଦୁର୍ଘଟଣା; ଭିନ୍ନ ସ୍ଥାନରେ ୪୮ ଜଣଙ୍କର ମୃତ୍ୟୁ ସିଡିଏ ଡିଏଭି ଅଧ୍ୟକ୍ଷା ନମିତା ମହାନ୍ତିଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ଶିବିରରେ ଅତିଥି ଭାବେ ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ, କଟକ ମେୟର ସୁବାସ ଚନ୍ଦ୍ର ସିଂହ, ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ, ପୂର୍ବତନ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍, ସିଡିଏ ଡିଏଭି ପରିଚାଳନା କମିଟି ଚେୟାରମ୍ୟାନ ପ୍ରଫେସର ଡକ୍ଟର ଓମକାରନାଥ ମହାନ୍ତି, ସମ୍ବାଦ-କନକ ନ୍ୟୁଜ୍ କଟକ ସଂସ୍କରଣ ମୁଖ୍ୟ ଡିଜିଏମ୍(ନିଉଜ) କୃଷ୍ଣପ୍ରସାଦ ଦାସ, ଲୋକପ୍ରିୟ ଚିକିତ୍ସକ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା, ସିଡିଏ ଡିଏଭିର ପୂର୍ବତନ ଛାତ୍ର ବିଶିଷ୍ଟ ଛାତିରୋଗ ବିଶେଷଜ୍ଞ ଡାକ୍ତର ସମ୍ପତ ଦାଶ, କଟକ ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ ସିଂହ, ପୂର୍ବତଟ ରେଲ୍ୱେ ବୋର୍ଡ ସଦସ୍ୟ ଡକ୍ଟର ରଞ୍ଜନ କୁମାର ବିଶ୍ବାଳ, କେନ୍ଦ୍ରୀୟ ରେଡକ୍ରସ୍ ରକ୍ତଭଣ୍ଡାର ନିର୍ଦ୍ଦେଶକ ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାସ, ବରିଷ୍ଠ ଆଇନଜୀବୀ ବିଭୂତି ଚୌଧୁରୀ, ଡିଏଭି ରାଜାବଗିଚାର ପରିଚାଳନା କମିଟି ଚେୟାରମ୍ୟାନ କାଞ୍ଚନବାଳା ପଟ୍ଟନାୟକ, କର୍ପୋରେଟର ପ୍ରିୟମ୍ବଦା ମହାନ୍ତି, ଗୀତିକାର ଅରୁଣ କୁମାର ମନ୍ତ୍ରୀ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ଶିବିରରେ ବିଦ୍ୟାଳୟର ଅଭିଭାବକ, ଅଭିଭାବିକା, ଶିକ୍ଷକ, ଶିକ୍ଷିକା, କର୍ମଚାରୀ, ପୂର୍ବତନ ଛାତ୍ରଛାତ୍ରୀ, ଅଞ୍ଚଳବାସୀ, ଶୁଭେଚ୍ଛୁ ପ୍ରମୁଖ ରକ୍ତଦାନ କରିଥିଲେ।
ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ବିରଳ ରକ୍ତଦାନ ଶିବିରର ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷା ନମିତା ମହାନ୍ତି ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।
ରକ୍ତଦାନ ଶିବିର ଆୟୋଜନରେ 'ଭାରତ ମସଲା' ପକ୍ଷରୁ ସହଯୋଗ କରାଯାଇଥିଲା।
Climate Change: ଜଳବାୟୁ ପରିବର୍ତ୍ତନରେ ବିଶ୍ୱର ୧୦ ସର୍ବାଧିକ ପ୍ରଭାବିତ ଦେଶ ମଧ୍ୟରେ ଭାରତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
