Child Attacked by Stray Dog: ବୁଲା କୁକୁର ଆତଙ୍କ, ଶିଶୁକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା; CCTVରେ ଛାତିଥରା ଦୃଶ୍ୟ

Nov 21, 2026 - 14:39
Child Attacked by Stray Dog: ବୁଲା କୁକୁର ଆତଙ୍କ, ଶିଶୁକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା; CCTVରେ ଛାତିଥରା ଦୃଶ୍ୟ

ରାଜଧାନୀରେ ପୁଣି ବୁଲା କୁକୁରଙ୍କ ଆତଙ୍କ।

ରାସ୍ତାରେ ଯିବାକୁ ଲୋକେ ଭୟ କରୁଛନ୍ତି।

ବିଶେଷ କରି ଶାସ୍ତ୍ରୀନଗର ଅଞ୍ଚଳରେ ଏକ ବୁଲା କୁକୁରର ଆକ୍ରମଣକୁ ନେଇ ଏବେ ଆତଙ୍କ ଖେଳିଯାଇଛି।

ରାସ୍ତାରେ ଯାଉଥିବା ଜଣେ ଶିଶୁକୁ କୁକୁରଟି ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିବା ଅଭିଯୋଗ ହୋଇଛି।

ଏହି ଘଟଣାର ଛାତିଥରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।

Advertisment ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି, ଶିଶୁଟି ରାସ୍ତାରେ ଯାଉଥିବା ସମୟରେ ହଠାତ୍ ଏକ ବୁଲା କୁକୁର ତାକୁ ଗୋଡ଼ାଇବା ଆରମ୍ଭ କରୁଛି।

କୁକୁରଟି ଶିଶୁ ପାଖରେ ପହଞ୍ଚି ଆକ୍ରମଣ କରିବା ସହ କାମୁଡ଼ି ଦେଉଛି।

ହଠାତ୍ ଏଭଳି ଆକ୍ରମଣରେ ଭୟଭୀତ ହୋଇପଡ଼ିଛନ୍ତି ସ୍ଥାନୀୟ ଲୋକେ।

ଶିଶୁଙ୍କ ସୁରକ୍ଷାକୁ ନେଇ ଅଭିଭାବକଙ୍କ ଚିନ୍ତା ମଧ୍ୟ ବଢ଼ିଯାଇଛି।

ସବୁଠାରୁ ଚିନ୍ତାଜନକ କଥା ହେଉଛି, ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏହି କୁକୁରଟି ପୂର୍ବରୁ ଆଉ ୫ ଜଣଙ୍କୁ କାମୁଡ଼ି ସାରିଛି।

ଏହା ସତ୍ତ୍ୱେ ଏଭଳି ଆକ୍ରମଣ ଜାରି ରହିବା ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇଛି।

ରାସ୍ତାରେ ଛୋଟ ପିଲାଙ୍କ ଯାତାୟାତ ଏବେ ବିପଦପୂର୍ଣ୍ଣ ହୋଇପଡ଼ିଛି।

Advertisment ଏହି ଘଟଣା ପରେ ବୁଲା କୁକୁରଙ୍କ ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

ବାରମ୍ବାର କୁକୁର କାମୁଡ଼ିବା ଘଟଣା ଘଟୁଥିବା ବେଳେ ଏହାର ସମାଧାନ ପାଇଁ କି ପଦକ୍ଷେପ ନିଆଯାଉଛି, ତାହା ଏବେ ବଡ଼ ପ୍ରଶ୍ନ।

ଶାସ୍ତ୍ରୀନଗରବାସୀ ଏହି ଆତଙ୍କରୁ ମୁକ୍ତି ପାଇବା ସହ ଶିଶୁ ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)