Charred Body Found: ଶ୍ୱଶୁର ଘରେ ପହଞ୍ଚିବା ଆଗରୁ ମୃତ୍ୟୁ, ଜଳନ୍ତା କାର୍ରୁ ମିଳିଲା ଜ୍ୱାଇଁଙ୍କ ମୃତଦେହ
ଶ୍ବଶୁର ଘରେ ପହଞ୍ଚିବା ପୂର୍ବରୁ ଜ୍ବାଇଁଙ୍କ ମୃତ୍ୟୁ।
ଜଳନ୍ତା କାର୍ ଭିତରୁ ମିଳିଲା ଦଗ୍ଧ ମୃତଦେହ।
ଏହା ଦୁର୍ଘଟଣା ନୁହେଁ, ବରଂ ଯୋଜନାବଦ୍ଧ ହତ୍ୟା ବୋଲି ସନ୍ଦେହ କରୁଛନ୍ତି ପରିବାର ଲୋକେ।
ମୃତକଙ୍କ ବେକରେ ଜିଆଇ ତାର ବନ୍ଧା ହୋଇଥିବାରୁ ହତ୍ୟା ଅଭିଯୋଗ ଆହୁରି ଗମ୍ଭୀର ହୋଇଛି।
ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା କରଡ଼ା ପଞ୍ଚାୟତ ସୁନାପଲି ଗାଁ ନିକଟରେ।
ମୃତ ଯୁବକ ହେଉଛନ୍ତି ସୋରଡ଼ା ଥାନା ଦାନ୍ତଲିଙ୍ଗ ଗାଁର ଗଙ୍ଗା ନାୟକ।
Advertisment ସୂଚନା ଅନୁସାରେ, ଗତକାଲି ରାତିରେ ନିଜ କାର୍ ରେ ଶ୍ବଶୁର ଘର ମହୁଲପଲିକୁ ଯାଉଥିଲେ ଗଙ୍ଗା।
ହେଲେ ଶ୍ବଶୁର ଘରେ ପହଞ୍ଚି ନଥିଲେ।
ପରିବାର ଲୋକେ ଫୋନ୍ କରିବାରୁ ମୋବାଇଲ୍ ବନ୍ଦ ଥିଲା।
ଆଜି ସକାଳେ କରଡ଼ା-ଗୋଛା ମୁଖ୍ୟ ରାସ୍ତାରେ ଜଳନ୍ତା କାର୍ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ।
କାର୍ ଭିତରୁ ମିଳିଥିଲା ଗଙ୍ଗାଙ୍କ ସମ୍ପୂର୍ଣ୍ଣ ଦଗ୍ଧ ମୃତଦେହ।
ତେବେ ତାଙ୍କୁ ହତ୍ୟା କରିବା ପରେ କାର୍ ଜାଳି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଘଟଣାସ୍ଥଳରେ ରାଇକିଆ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
କିଏ ଓ କାହିଁକି ଗଙ୍ଗାଙ୍କୁ ହତ୍ୟା କଲା, ତାହା ଏବେ ବଡ଼ ପ୍ରଶ୍ନ।
ଅନ୍ୟପଟେ ଶ୍ବଶୁର ଘର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ଜ୍ବାଇଁଙ୍କୁ ଜାଳିଦେଲେ!
ଶ୍ବଶୁର ଘରେ ପହଞ୍ଚିବା ପୂର୍ବରୁ ଜ୍ବାଇଁଙ୍କ ମୃତ୍ୟୁ ଜଳନ୍ତା କାର୍ ଭିତରୁ ମିଳିଲା ଦଗ୍ଧ ମୃତଦେହ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ରାଇକିଆ ଥାନା ସୁନାପଲି ଗାଁ ନିକଟରେ ମିଳିଲା ମୃତଦେହ ସୋରଡ଼ାରୁ ଶ୍ବଶୁର ଘର ଯାଉଥିଲେ, କାର୍ ଭିତରେ ଜଳିଗଲେ ବେକରେ ଜିଆଇ ତାର, ଯୋଜନାବଦ୍ଧ ହତ୍ୟା ଅଭିଯୋଗ କାର୍ ଭିତରେ ଜାଳିଦେଲେ ନା ଦୁର୍ଘଟଣାରେ ମୃତ୍ୟୁ?
ଜ୍ବାଇଁଙ୍କ ମୃତ୍ୟୁ ପଛରେ କିଏ?
ତଦନ୍ତ କରୁଛି ପୋଲିସ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
