Butterfly: ଭାରତରେ ବାସ କରନ୍ତି ୧୪ହଜାର ପ୍ରଜାତି ପ୍ରଜାପତି

Aug 11, 2026 - 08:26
Butterfly: ଭାରତରେ ବାସ କରନ୍ତି ୧୪ହଜାର ପ୍ରଜାତି ପ୍ରଜାପତି

"ରୂପ ସୁନ୍ଦର ହୋଇଥିବାରୁ ପ୍ରଜାପତି ଅନେକଙ୍କୁ ଆକୃଷ୍ଟ କରିଥାଏ।

ସମ୍ପ୍ରତି ସମାହିତ ଗଣନାରୁ ଜଣାପଡ଼ିଛି ଯେ ଭାରତ ହେଉଛି ୧୩,୭୦୩ ପ୍ରଜାତିର ପ୍ରଜାପତି ଓ ନିଶାଚର ପ୍ରଜାପତିଙ୍କ ନିବାସ, ଯାହା ସମଗ୍ର ବିଶ୍ବରେ ଥିବା ଏହି ପ୍ରଜାତି କୀଟଙ୍କର ପ୍ରାୟ ୮.୨୫  ପ୍ରତିଶତ।

ପ୍ରାଣୀ ବିଜ୍ଞାନ ଭାଷାରେ ପ୍ରଜାପତି ଓ ନିଶାଚର ପ୍ରଜାପତି ବା ଉଡ଼ାପୋକ ପ୍ରଜାତି କୀଟଙ୍କୁ ଲେପିଡପ୍‌ଟେରା କୁହାଯାଏ।

ଆଉ ଟିକେ ସରଳ କରି ବୁଝାଇଲେ ଏହାର ଅର୍ଥ କାତିଯୁକ୍ତ ଡେଣା ଥିବା କୀଟ।

ଭଲଭାବେ ନିରୀକ୍ଷଣ କଲେ ବା ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ- ପ୍ରଜାପତି ଡେଣା ଅସୁମାରି କାତିର ସମଷ୍ଟି ବୋଲି ଜାଣିହେବ।

୧୩, ୭୦୩ ପ୍ରଜାତି ମଧ୍ୟରୁ ୧୨,୨୮୬ ହେଉଛନ୍ତି ନିଶାଚର ପ୍ରଜାପତି ବା ଉଡ଼ାପୋକ।

କିନ୍ତୁ, ସାଧାରଣରେ ପ୍ରଜାପତି କୁହାଯାଉଥିବା କୀଟଙ୍କ ସଂଖ୍ୟା ମାତ୍ର ୧,୪୧୭।

୧୨ ବର୍ଷରୁ ଅଧିକ କାଳ କଠୋର ପରିଶ୍ରମ କରି "ଜୁଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ" ଏହି ପ୍ରଜାପତି ଓ ନିଶାଚର ପ୍ରଜାପତିଙ୍କର ଗୋଟାଏ ସମଗ୍ର କ୍ୟାଟ୍‌ଲଗ୍‌ ବା ତାଲିକା ପୁସ୍ତକ ପ୍ରକାଶ କରିଛି।

ଶତାଧିକ ବର୍ଷ ହେବ ଏହିସବୁ ପ୍ରଜାତି କୀଟ ସମ୍ବନ୍ଧୀୟ "ଟ୍ୟାକ୍‌ସୋନୋମି" ବା ବର୍ଗୀକରଣ ଓ ନାମକରଣ ସମ୍ପୂର୍ଣ୍ଣ ହୋଇ ନ ଥିଲା।

Advertisment Smart Bazaar: ସ୍ମାର୍ଟ ବଜାରର "ଫୁଲ୍‌ ପୈସା ବସୁଲ୍‌ ସେଲ୍‌" କେନ୍ଦ୍ର ପରିବେଶ ମନ୍ତ୍ରାଳୟର ଅରଣ୍ୟ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ ଜୁଲୋଜିକାଲ୍‌ ସର୍ଭେ ଦ୍ବାରା ପ୍ରସ୍ତୁତ ଏହି କ୍ୟାଟ୍‌ଲଗ୍‌ ୨୨ଟି ଭାଗରେ ସଙ୍କଳିତ ହୋଇଛି।

ଏଥିରେ ଭାରତୀୟ ପ୍ରଜାପତି ଏବଂ ସେ ଜାତୀୟ କୀଟଙ୍କର ସମ୍ପୂର୍ଣ୍ଣ ବର୍ଗୀକରଣ କରାଯାଇଛି।

ଜୁଲୋଜିକାଲ୍‌ ଇଣ୍ଡିଆର ଟ୍ୟାକ୍‌ସୋନୋମିଷ୍ଟ୍‌ ଡକ୍ଟର ରାହୁଲ ଯୋଶୀ ଓ ଡକ୍ଟର ନବନୀତ ସିଂହଙ୍କ ଦ୍ବାରା ରଚିତ ଏହି ସିରିଜ୍‌ର ଅନ୍ତିମ ଭାଗ ବା ସଙ୍କଳନର ଆନ୍ତର୍ଜାତିକ ଜର୍ଣ୍ଣାଲ୍‌ "ଜୁଟ୍ୟାକ୍ସା"ରେ ପ୍ରକାଶ ପାଇଛି।ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଭାରତରେ ପ୍ରାୟ ୧୪ ହଜାର ପ୍ରଜାତି ପ୍ରଜାପତି ଓ ନିଶାଚର ପ୍ରଜାପତି ବାସ କରୁଛନ୍ତି।

ସେମାନେ ୩,୭୦୫ଟି ବର୍ଗ, ୨୪୦ଟି ଉପ-ପରିବାର, ୧୦୨ଟି ପରିବାର ଓ ୩୧ଟି ସମ୍ଭ୍ରାନ୍ତ ପରିବାର ଅନ୍ତର୍ଗତ।

ଏହା ହେଉଛି ଏଯାବତ୍‌ ସମଗ୍ର ବିଶ୍ବରେ ଚିହ୍ନଟ କରାଯାଇଥିବା  ପ୍ରଜାପତି ପ୍ରଜାତି କୀଟ ବିବିଧତାର ପ୍ରାୟ ୮.୨୫ ପ୍ରତିଶତ।

କୋଲ୍‌କାତାସ୍ଥିତ ଜୁଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆର ନିର୍ଦ୍ଦେଶକ ଡକ୍ଟର ଧୃତି ବାନାର୍ଜୀ କହନ୍ତି- ଜୈବବିବିଧତା ଗବେଷଣା, ପରିସଂସ୍ଥା ପର୍ଯ୍ୟବେକ୍ଷଣ ଓ ବୈଶ୍ବିକ ସଂରକ୍ଷଣ ଯୋଜନା କ୍ଷେତ୍ରରେ ଏହି କ୍ୟାଟ୍‌ଲଗ୍‌ ଗୁରୁତ୍ବପୂର୍ଣ୍ଣ ଜାତୀୟ ସମ୍ବଳ ରୂପେ ତଥ୍ୟାବଳୀ ଯୋଗାଇ ଦେବ।

ଏହି କ୍ୟାଟ୍‌ଲଗ୍‌ରେ ସମ୍ପୂର୍ଣ୍ଣ ପ୍ରଜାପତି ତାଲିକା ଦିଆଯାଇଥିବା ହେତୁ ବିଭିନ୍ନ ‌େକ୍ଷତ୍ରରେ ଏହାର ତାତ୍ପର୍ଯ୍ୟ ରହିଛି।

ବାସ୍ତବିକ, ଆଜି ଆମର କ"ଣ ଅଛି ତାହା ଠିକ୍‌ ରୂପେ ନ ଜାଣିଲେ, ଆଗାମୀକାଲି ଆମେ ସେସବୁକୁ ସୁରକ୍ଷିତ ରଖିପାରିବା ନାହିଁ।

Snake: ମହାରାଷ୍ଟ୍ରର ଗଡଚିରୋଲି ସ୍କୁଲରେ ୬ ଆଦିବାସୀ ଛାତ୍ରୀଙ୍କୁ ସାପ କାମୁଡ଼ି ଦେଲା, ୩ ମୃତ ଏହି ସର୍ଭେ ଗୁରୁତ୍ବାରୋପ କରିଛି ଯେ ପ୍ରଜାପତି ଓ ନିଶାଚର ପ୍ରଜାପତିମାନେ ହେଉଛନ୍ତି ଅତ୍ୟନ୍ତ ପ୍ରଭାବଶାଳୀ ପରାଗଯୋଗକାରୀ, ତୃଣଭୋଜୀ ଓ ପଚିଶଢ଼ି ଯାଇଥିବା ଉଦ୍ଭିଦଗୁଡ଼ିକର ଅଂଶବିଶେଷ ଭକ୍ଷଣକାରୀ।

ଦିନବେଳା ପ୍ରଜାପତିମାନେ ଉଦ୍ଭିଦମାନଙ୍କର ପରାଗଯୋଗ କରୁଥିବା ବେଳେ ନିଶାଚର ପ୍ରଜାପତିମାନେ ରାତ୍ରରେ ପରାଗଯୋଗ କରନ୍ତି।

ତେଣୁ, ଏମାନଙ୍କ ଦ୍ବାରା ପରାଗଯୋଗ କ୍ରିୟା ନିରନ୍ତର ଚାଲିବା ସମ୍ଭବ ହୋଇଥାଏ।

କେବଳ ଏତିକି ନୁହେଁ, ପକ୍ଷୀ, ବାଦୁଡ଼ି, ସରୀସୃପ ଏବଂ ଅନ୍ୟାନ୍ୟ କୀଟଭୋଜୀଙ୍କ ଖାଦ୍ୟ-ଶୃଙ୍ଖଳରେ ଏମାନଙ୍କ ଭୂମିକା ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ।

ପ୍ରଜାପତି ଓ ନିଶାଚର ପ୍ରଜାପତିମାନଙ୍କୁ ଅତି ମହତ୍ତ୍ବପୂର୍ଣ୍ଣ ଖାଦ୍ୟ ଉତ୍ସ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଅସୁମାରି ପକ୍ଷୀ ଓ ବାଦୁଡ଼ିଙ୍କ ଆହାର ହେଉଥିବାରୁ ସେମାନେ ଖାଦ୍ୟ ଶୃଙ୍ଖଳର ପ୍ରାରମ୍ଭିକ ସ୍ଥାନରେ ରହିଛନ୍ତି ବୋଲି କୁହାଯାଉଛି।

କୃଷି ଓ ବନୀକରଣ ନିମନ୍ତେ ଏମାନଙ୍କ ମଧ୍ୟରୁ ଅନେକ ପ୍ରଜାତିଙ୍କ ଉଲ୍ଲେଖଯୋଗ୍ୟ ଭୂମିକା ରହିଛି।

କ୍ଷୋଭର ବିଷୟ ଏହିକି ଯେ ସମ୍ପ୍ରତି ଅରଣ୍ୟ ପଦା କରିବା, ନଗରୀକରଣ ଓ ଜମି ବ୍ୟବହାର ପରିବର୍ତ୍ତନ ଯୋଗୁଁ ପ୍ରଜାପତିମାନଙ୍କ ପ୍ରଜନନ ଓ ଖାଦ୍ୟ କ୍ଷେତ୍ର ସଙ୍କୁଚିତ ହୋଇଯାଉଛି।

ଜଳବାୟୁ ପରିବର୍ତ୍ତନ ମଧ୍ୟ ସେମାନଙ୍କ ବାସସ୍ଥାନ, ଜୀବନଚକ୍ର ଓ ବଞ୍ଚି ରହିବା ପାଇଁ ସେମାନେ ନିର୍ଭର କରୁଥିବା ବୃକ୍ଷଲତା ପ୍ରତି କ୍ଷତି ସାଧନ କରୁଛି।

ଫସଲରେ ମାତ୍ରାଧିକ କୀଟନାଶକ ପ୍ରୟୋଗ ଯୋଗୁଁ ସେମାନଙ୍କ ଶୂକକୀଟ ମରିବା ସହିତ ପ୍ରଜାପତିମାନେ ବି ମୃତ୍ୟୁମୁଖରେ ପଡୁଛନ୍ତି।

ଏହାଛଡ଼ା, ଆଲୋକ ପ୍ରଦୂଷଣ ଯୋଗୁଁ ନିଶାଚର ପ୍ରଜାପତିମାନଙ୍କର ଆଚରଣଗତ ପରିବର୍ତ୍ତନ ଘଟୁଛି ଏବଂ ଗନ୍ତବ୍ୟରେ ପହଞ୍ଚି ନ ପାରି ସେମାନେ ଦିଗହରା ହୋଇ ଯାଉଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media