Death anniversary: ତିରୋଧାନ ତାରିଖ: ରାଜକିଶୋର ରାୟ

Aug 11, 2026 - 08:10
Death anniversary: ତିରୋଧାନ ତାରିଖ: ରାଜକିଶୋର ରାୟ

"ଆଧୁନିକ କାଳର ପ୍ରସିଦ୍ଧ ଓଡ଼ିଆ ଗାଳ୍ପିକଙ୍କ ମଧ୍ୟରେ ରାଜକିଶୋର ରାୟ ଅନ୍ୟତମ।

ସେ ଥିଲେ ଏକାଧାରରେ ଲେଖକ, ଅଧ୍ୟାପକ, ସ˚ଗୀତଜ୍ଞ ଓ ଅଭିନେତା।

ସେ ୧୯୧୪ ମସିହା ନଭେମ୍ବର ୨୩ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ମେଣ୍ଢାଶାଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।

ରାଧାନାଥ ରାୟ ଓ ମଧୁସୂଦନ ରାଓ ପ୍ରମୁଖଙ୍କ ରଚନା ଦ୍ବାରା ଅନୁପ୍ରାଣିତ ହୋଇ ସେ କବିତା ଲେଖିବା ଆରମ୍ଭ କରିଥିଲେ।

ତାଙ୍କର ପ୍ରଥମ କବିତା ସ˚କଳନ "ଦୀପାଳି" ପ୍ରକାଶନ ସହିତ ତାଙ୍କର ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲା।

ତାହା ପରେ ସେ ଗଳ୍ପକୁ ପ୍ରାଧାନ୍ୟ ଦେଇଥିଲେ।Advertisment Narendra Modi: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ ରେଭେନ୍‌ସାରେ ଅଧ୍ୟୟନ କାଳରେ ସେ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ବାଦନ କରି ତଥା ମଞ୍ଚରେ ଅଭିନୟ କରି ଖ୍ୟାତ ହୋଇଥିଲେ।

ସେ ଶତାଧିକ ନାଟକରେ ଅଭିନୟ କରିଥିଲେ।

ସେ ବିଭିନ୍ନ ସ୍କୁଲ୍‌ ଓ କଲେଜ୍‌ରେ ଶିକ୍ଷକ ଓ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ।

ପ୍ରଶାସକ ଭାବରେ ମଧ୍ୟ ରାଜକିଶୋର ଖୁବ୍ ଦକ୍ଷ ଥିଲେ।

ସେ "ଓଡ଼ିଶା ସାହିତ୍ୟ ଏକାଡେମୀ"ର ପ୍ରଥମ ସ˚ପାଦକ ହୋଇଥିଲେ।

ଶିକ୍ଷାମନ୍ତ୍ରୀ ଲିଙ୍ଗରାଜ ପାଣିଗ୍ରାହୀଙ୍କ କାର୍ଯ୍ୟକଳାପର ବିରୋଧ କରି ସେ ଉକ୍ତ ପଦରୁ ଇସ୍ତଫା ଦେଇଥିଲେ। "ନୀଳ ଲହରୀ", "ବିକଚ ଶତଦଳ", "ଅଶୋକ ଚକ୍ର", "ଜୟଶ୍ରୀ", "ଶୋଣିତ କାବ୍ୟ" ଆଦି ଗଳ୍ପ ସ˚କଳନ ପାଇଁ ସେ ପ୍ରସିଦ୍ଧ।

ସେ ସାଧାରଣତଃ ଅଙ୍ଗେନିଭା ଘଟଣାକୁ କଳ୍ପନାର ପୁଟ ଦେଇ ଗପ ଲେଖୁଥିଲେ।

ଭାବ ଅପେକ୍ଷା ଆଙ୍ଗିକ ସଚେତନାକୁ ସେ ଗୁରୁତ୍ବ ଦେଉଥିଲେ। "ମନ୍ବନ୍ତରର ମାନବ" ନାମକ କ୍ଷୁଦ୍ରଗଳ୍ପ ସଂକଳନ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା।

୧୯୯୮ ମସିହା ଆଜି ଦିନରେ ରାଜକିଶୋରଙ୍କର ତିରୋଧାନ ହୋଇଯାଇଛି।

Smart Bazaar: ସ୍ମାର୍ଟ ବଜାରର "ଫୁଲ୍‌ ପୈସା ବସୁଲ୍‌ ସେଲ୍‌""

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media