BRICS: ବ୍ରିକ୍ସ ସମ୍ମିଳନୀ ମେଗା ବୈଠକରେ ଭାଗ ନେବେ ବିଶ୍ବସ୍ତରୀୟ ନେତା

Sep 10, 2026 - 15:26
BRICS: ବ୍ରିକ୍ସ ସମ୍ମିଳନୀ ମେଗା ବୈଠକରେ ଭାଗ ନେବେ ବିଶ୍ବସ୍ତରୀୟ ନେତା

"ନୂଆଦିଲ୍ଲୀ: ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ନୂଆଦିଲ୍ଲୀ ୧୮ତମ ବ୍ରିକ୍ସ ଲିଡର୍ସ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ପ୍ରସାରିତ ବ୍ରିକ୍ସ ଗୋଷ୍ଠୀ ଓ ଅଂଶୀଦାର ଦେଶଗୁଡ଼ିକର ନେତାମାନଙ୍କୁ ସ୍ୱାଗତ କରିବେ।

ସେପ୍ଟେମ୍ବର ୧୨ ତାରିଖରେ ୧୧ଟି ବ୍ରିକ୍ସ ସଦସ୍ୟ ଦେଶର ମୁଖ୍ୟଙ୍କ ସହିତ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଅଂଶୀଦାର ଦେଶର ନେତା ଏବଂ ଆଉଟରିଚ୍ ନିମନ୍ତ୍ରିତ ବ୍ୟକ୍ତିମାନେ ରବିବାର ସେପ୍ଟେମ୍ବର ୧୩ ତାରିଖରେ ଶିଖର ସମ୍ମିଳନୀରେ ଯୋଗଦେବେ।

ଭାରତ ଚଳିତ ବର୍ଷ ବ୍ରିକ୍ସର ଅଧ୍ୟକ୍ଷତା କରୁଛି।

ଏହି ଶିଖର ସମ୍ମିଳନୀ ଭାରତ ମଣ୍ଡପମରେ ଅନୁଷ୍ଠିତ ହେବ।

ବାଣିଜ୍ୟ, ନିବେଶ, ଶକ୍ତି ଓ ଖାଦ୍ୟ ସୁରକ୍ଷା, ଯୋଗାଣ ଶୃଙ୍ଖଳା ଓ ବିଶ୍ୱ ସୁଶାସନ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯିବ।Advertisment ଯୋଗଦେବେ ବୋଲି କରିଛନ୍ତି ନିଶ୍ଚିତ ବ୍ରିକ୍ସର ୧୧ ପୂର୍ଣ୍ଣକାଳୀନ ସଦସ୍ୟ ହେଉଛନ୍ତି, ବ୍ରାଜିଲ, ରୁଷ୍‌, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା, ମିଶର, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରେଟ୍ସ।

ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍ ରାମାଫୋସା ସମ୍ମିଳନୀରେ ଯୋଗଦେବେ ବୋଲି ନିଶ୍ଚିତ କରିଛନ୍ତି।ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ଥିବା ସଦସ୍ୟ ଦେଶର ଅନ୍ୟ ପ୍ରତିନିଧିମାନଙ୍କ ମଧ୍ୟରେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ, ରୁ‌ଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ, ଇରାନ ରାଷ୍ଟ୍ରପତି ମସୁଦ ପେ‌ଜେସ୍କିଆନ, ଇଜିପ୍ଟ ରାଷ୍ଟ୍ରପତି ଆବଦେଲଫତାହ ଏଲ-ସିସି, ଇଥିଓପିଆ ପ୍ରଧାନମନ୍ତ୍ରୀ ଅବିୟ ଅହମ୍ମଦ, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ, ଆବୁ ଧାବି କ୍ରାଉନ୍‌ ପ୍ରିନ୍ସ ଶେଖ୍ ଖାଲିଦ୍‌ ବିନ୍‌ ମହମ୍ମଦ ବିନ୍‌ ଜାୟେଦ୍‌ ଅଲ୍‌ ନାହ୍ୟାନ୍‌, ବ୍ରାଜିଲ ବିଦେଶ ମନ୍ତ୍ରୀ ମାଉରୋ ଭିଏରା ଅଛନ୍ତି।

ବ୍ରିକ୍ସ ସହଯୋଗୀ ଓ ଆଉଟରିଚ୍‌ ଦେଶମାନଙ୍କ ମଧ୍ୟରେ ବେଲାରୁଷ୍‌ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଙ୍କୋ, କାଜାଖସ୍ତାନ ରାଷ୍ଟ୍ରପତି କାସିମ-ଜୋମାର୍ଟ ଟୋକାୟେଭ, ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍‌, ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଅନୁତିନ ଚାର୍ଣ୍ଣଭିରାକୁଲ, କ୍ୟୁବା ରାଷ୍ଟ୍ରପତି ମିଗୁଏଲ୍‌ ଡିଆଜ୍‌ କାନେଲ, ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବୁ, ଉଜ୍‌ବେକିସ୍ତାନ ରାଷ୍ଟ୍ରପତି ଶାଭକଟ୍‌ ମିର୍ଜିୟୋୟେଭ ଓ ଉଗାଣ୍ଡା ଉପରାଷ୍ଟ୍ରପତି ଜେସିକା ଆଲୁପୋ।

ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ବ୍ରିକ୍ସ ସମ୍ମିଳନୀ ବୈଠକରେ ଯୋଗ ଦେବେ।

Supreme Court: ଭାରତରେ ୧୮ ବର୍ଷରୁ କମ୍ ବୟସର ପିଲା ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ବ୍ୟବହାର କରିପାରିବେ କି?

ମୁଖ୍ୟ ଦୁଇ ଦିନିଆ କାର୍ଯ୍ୟକ୍ରମ ପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର, ସେପ୍ଟେମ୍ବର ୧୧ ​​ତାରିଖରେ ନୂଆଦିଲ୍ଲୀରେ ବ୍ରିକ୍ସ ବ୍ୟବସାୟ ଫୋରମ୍‌କୁ ସମ୍ବୋଧିତ କରିବାକୁ ଯାଉଛନ୍ତି।

ଚୀନ୍, ରୁଷ, ବ୍ରାଜିଲ୍, ୟୁଏଇ ଓ ଅନ୍ୟାନ୍ୟ ବ୍ରିକ୍ସ ଦେଶର ଶୀର୍ଷ ବିଜନେସ୍‌ ଲିଡର୍ସମାନେ ଯୋଗଦେବାର ଆଶା କରାଯାଉଛି।

ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଉଦଘାଟନୀ ଅଧିବେଶନରେ ଭାଷଣ ଦେଇପାରନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)