Boudh Murder Mystery Cracked: ଧାର ଟଙ୍କା ମାଗିବାରୁ ମର୍ଡର ପ୍ଲାନ୍, ଜଙ୍ଗଲରେ ପିଟି ପିଟି ହତ୍ୟା
ଧାର ଟଙ୍କା ଆଣି ଶୁଝି ପାରିନଥିଲେ।
ବାରମ୍ବାର ମାଗିବା ପରେ କରିଥିଲେ ମର୍ଡର ପ୍ଲାନ୍।
ଜଙ୍ଗଲକୁ ଡାକି ନେଇ ପିଟି ପିଟି ମାରି ଦେଲେ।
ବୌଦ୍ଧ କପଡ଼ା ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଶିକ୍ଷକ ସ୍ବାଧୀନ ପ୍ରଧାନଙ୍କୁ ଗିରଫ କରିବା ପରେ ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ।
ଅଭିଯୁକ୍ତ ସ୍ବାଧୀନ ପ୍ରଧାନ ବିରୁପାକ୍ଷଙ୍କଠାରୁ ଟଙ୍କା ଧାର ନେଇଥିଲେ।
ଟଙ୍କା ଫେରାଇବାକୁ କହିବାରୁ ସ୍ବାଧୀନ ରଚିଥିଲା ହତ୍ୟାର ବ୍ଲୁ-ପ୍ରିଣ୍ଟ।
ଟଙ୍କା ଦେବାକୁ ଡାକି ଜଙ୍ଗଲକୁ ନେଇ ୩ ସହଯୋଗୀଙ୍କ ଜରିଆରେ ହତ୍ୟା କରିଥିଲେ।
Advertisment କଦଳୀଗଡ଼ ତନ୍ତଗାଡ଼ ଜଙ୍ଗଲରେ ବାନ୍ଧି ବାଉଁଶରେ ପିଟି ପିଟି ହତ୍ୟା କରିଥିଲେ।
କାଳେ ବଞ୍ଚିଯିବ ଆଶଙ୍କା କରି ତଣ୍ଟି କାଟି ଦେଇଥିଲା ସ୍ବାଧୀନ।
ଏନେଇ ସୂଚନା ଦେଇଛନ୍ତି ବୌଦ୍ଧ ଏସପି।
ହତ୍ୟାକାଣ୍ଡ ପରେ ସ୍ବାଧୀନକୁ ଖସାଇବାକୁ ଚେଷ୍ଟା କରିଥିଲା ବୌଦ୍ଧ ଥାନାର ହାବିଲଦାର ଦିଗନ୍ତ ପ୍ରଧାନ।
ବଘିଆପଡ଼ା ଜଙ୍ଗଲରେ ଲୁଚାଇ ରଖିଥିଲା ଓ ଗିରଫ ପରେ ସତ ମାନିଛି।
ହାବିଲଦାର ଦିଗନ୍ତର ସମ୍ପର୍କୀୟ ଭିଣୋଇ ହେଉଛି ମୁଖ୍ୟ ଅଭିଯୁକ୍ତ ସ୍ବାଧୀନ।
ପୂର୍ବରୁ ଏହି ଘଟଣାରେ ଦିଗନ୍ତ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଥିଲା।
ଏବେ ସ୍ବାଧୀନକୁ ମିଶାଇ ଗିରଫ ସଂଖ୍ୟା ୫କୁ ବୃଦ୍ଧି ପାଇଛି।
...
ପିଟିବା ପରେ ବେକ କାଟି ହତ୍ୟା ବୌଦ୍ଧ ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା ମୁଖ୍ୟ ଅଭିଯୁକ୍ତ ଶିକ୍ଷକ ସ୍ୱାଧୀନ ପ୍ରଧାନକୁ ଗିରଫ ପରେ ଖୁଲାସା କଲେ ଏସ୍ ପି 'ଟଙ୍କା ଧାର ଆଣି ସୁଝି ନ ପାରିବାରୁ ସହଯୋଗୀଙ୍କ ସହ ହତ୍ୟା କରିଛି ସ୍ବାଧୀନ' 'ଟଙ୍କା ଦେବାକୁ ଡାକି ଜଙ୍ଗଲକୁ ନେଇ ୩ ସହଯୋଗୀଙ୍କୁ ଜରିଆରେ ହତ୍ୟା' 'କଦଳୀଗଡ଼ ତନ୍ତଗାଡ଼ ଜଙ୍ଗଲରେ ବାନ୍ଧି ପକାଇ ବାଉଁଶରେ ପିଟି ପିଟି ହତ୍ୟା' 'କାଳେ ବଞ୍ଚିଯିବ ଆଶଙ୍କା କରି ତଣ୍ଟି କାଟି ଦେଇଥିଲା ସ୍ବାଧୀନ' 'ହତ୍ୟାକାଣ୍ଡ ପରେ ସ୍ବାଧୀନକୁ ଖସାଇଇବାକୁ ଚେଷ୍ଟା କରିଥିଲା ହାବିଲଦାର' 'ବୌଦ୍ଧ ଥାନାର ହାବିଲଦାର ଦିଗନ୍ତ ପ୍ରଧାନ ଅଭିଯୁକ୍ତ ସ୍ବାଧୀନକୁ ଲୁଚାଇଥିଲା' 'ବଘିଆପଡ଼ା ଜଙ୍ଗଲରେ ଲୁଚାଇ ରଖିଥିଲା, ଗିରଫ ପରେ ସତ ମାନିଛି' 'ହାବିଲଦାର ଦିଗନ୍ତର ସମ୍ପର୍କୀୟ ଭିଣୋଇ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ସ୍ବାଧୀନ' Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
