Yogi Adityanath: ମା’ ସାବିତ୍ରୀ ଦେବୀଙ୍କୁ ଶେଷ ବିଦାୟ ଦେଲେ ଯୋଗୀ ଲେଖିଲେ, "ମା’... ଓମ୍ ଶାନ୍ତି"

Nov 21, 2026 - 14:08
Yogi  Adityanath: ମା’ ସାବିତ୍ରୀ ଦେବୀଙ୍କୁ ଶେଷ ବିଦାୟ ଦେଲେ ଯୋଗୀ ଲେଖିଲେ, "ମା’... ଓମ୍ ଶାନ୍ତି"

ପଞ୍ଚୁର: ଉତ୍ତର ପ୍ରଦେଶ ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଦିନ ନିଜ ମା' ସାବିତ୍ରୀ ଦେବୀଙ୍କୁ ଶେଷ ବିଦାୟ ଦେବା ସମୟରେ ଭାବବିହ୍ୱଳ ହୋଇପଡ଼ିଥିଲେ।

ଉତ୍ତରାଖଣ୍ଡର ପୌରୀ ଗଡ଼ୱାଲ ଜିଲ୍ଲାରେ ଅବସ୍ଥିତ ତାଙ୍କ ପୈତୃକ ଗ୍ରାମ ପଞ୍ଚୁରରେ, ସେ ନିଜ ମା'ଙ୍କ ପାର୍ଥୀବ ଶରୀରକୁ କାନ୍ଧରେ ନେଇ ଅନ୍ତିମ ସଂସ୍କାର କରିଥିଲେ।

ଏହାପରେ ସେ ମା'ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ମଧ୍ୟ ଜଣାଇଥିଲେ।

Advertisment #WATCH | Panchur, Uttarakhand: Uttar Pradesh Chief Minister Yogi Adityanath gives a shoulder to the mortal remains of his mother, Savitri Devi, who passed away yesterday. pic.twitter.com/QymHGsDmPt — ANI (@ANI) November 21, 2026 ୯୧ ବର୍ଷୀୟା ସାବିତ୍ରୀ ଦେବୀଙ୍କ ଗତ ଶୁକ୍ରବାର ସକାଳେ ଦେହାନ୍ତ ହୋଇଥିଲା।

ନିଜ ମା'ଙ୍କୁ ଶେଷ ବିଦାୟ ଦେବା ସମୟରେ ଯୋଗୀ ଆଦିତ୍ୟନାଥ ନିଜ କୋହକୁ ଅଟକାଇ ପାର ନଥିଲେ।

ବୋହି ଯାଉଥିବା ଲୁହକୁ ପୋଛିପୋଛି ମା'ଙ୍କ ଆତ୍ମାର ଶାନ୍ତି କାମନା କରି ଅନ୍ତିମ ସଂସ୍କାର କରିଥିଲେ।

ମା'ଙ୍କ ବିୟୋଗରେ ଯୋଗୀ ଲେଖିଲେ, "ମା'...

ଓମ୍ ଶାନ୍ତି" ସାବିତ୍ରୀ ଦେବୀଙ୍କ ଦେହାନ୍ତ ପରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ଏକ ସଂକ୍ଷିପ୍ତ ବାର୍ତ୍ତା ମାଧ୍ୟମରେ ନିଜର ଭାବନା ବ୍ୟକ୍ତ କରି ଲେଖିଛନ୍ତି, "ମା'...

ଓମ୍ ଶାନ୍ତି।" ୭୫ ବର୍ଷ ମଧ୍ୟରେ ବଳଦ ଗାଡ଼ିରୁ ବୁଲେଟ୍ ଟ୍ରେନ୍, ଡାକ ଚିଠିରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ଅଗ୍ରଗତି କରିଛି ଭାରତ: ପ୍ରଧାନମନ୍ତ୍ରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)