Bollywood: ନିରାଶ ନକଲେ ବି ସନ୍ତୁଷ୍ଟ କରିବ ନାହିଁ
"ପ୍ରଥମ ଦୃଶ୍ୟରେ ଜନି ଲିଭରଙ୍କ ଚରିତ୍ର ଘୋଷଣା କରିବା ଶୈଳୀରେ ତିନିଥର "ୱେଲ୍କମ୍" କହୁଛି।
ଏହାର ଅର୍ଥ ମଧ୍ୟ ବୁଝାଇ ଦେଉଛି ଯେ ଏହା ହେଉଛି "ୱେଲ୍କମ୍" ଶୃଙ୍ଖଳାର ତୃତୀୟ ଚଳଚ୍ଚିତ୍ର।
ତେବେ ପୂର୍ବ ଦୁଇ "ୱେଲ୍କମ୍"ଠାରୁ ଏହାର ସବୁଠାରୁ ବଡ଼ ଭିନ୍ନତା ହେଉଛନ୍ତି ନିର୍ଦେଶକ।
ଅନୀସ ବଜ୍ମି "ୱେଲ୍କମ୍" ଓ "ୱେଲ୍କମ୍ ବ୍ୟାକ୍"ର ନିର୍ଦେଶନା ଦେଇଥିବା ବେଳେ "ୱେଲ୍କମ୍ ଟୁ ଦି ଜଙ୍ଗଲ"ର ନୂଆ ନିର୍ଦେଶକ ହେଉଛନ୍ତି ଅହମଦ ଖାଁ।
ସେହିପରି ସଦ୍ୟତମ "ୱେଲ୍କମ୍"ର କାହାଣୀ ପୂରା ନୂଆ ଏବଂ ଏଥିରେ ମଜନୁ ଭାଇ, ଉଦୟ ଶେଟ୍ଟୀ, ଡକ୍ଟର ଘୁଙ୍ଗୁରୁ ପରି ସ୍ମରଣୀୟ ଚରିତ୍ର ମଧ୍ୟ ଅନୁପସ୍ଥିତ।
ପ୍ରଥମ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରଙ୍କ ମଧ୍ୟରୁ ଅକ୍ଷୟ କୁମାର ଓ ପରେଶ ରାଵଲ ହିଁ ଏଥିରେ ଉପସ୍ଥିତ ଅଛନ୍ତି କିନ୍ତୁ ସେମାନଙ୍କୁ ଅଲଗା ଚରିତ୍ର ମିଳିଛି।
ତେବେ ଅଗଣିତ ତାରକାଙ୍କ ଉପସ୍ଥିତି ସତ୍ତ୍ବେ ଏହା ଦର୍ଶକରେ ପରିପୂର୍ଣ୍ଣ ପ୍ରେକ୍ଷାଳୟରେ ଯେତିକି ହାସ୍ୟରୋଳ ସୃଷ୍ଟି କରିବା କଥା ସେଥିରେ ବିଫଳ ହୋଇଛି। "ୱେଲ୍କମ୍" ଦେଖି ବଡ଼ ହୋଇଥିବା ଦର୍ଶକଙ୍କୁ ଏହା ନିରାଶ ନ କଲେ ମଧ୍ୟ ସଂପୂର୍ଣ୍ଣ ସନ୍ତୁଷ୍ଟ କରିବ ନାହିଁ।
ଏହି ଚଳଚ୍ଚିତ୍ରର କାହାଣୀ ବଲିଉଡ୍ ଶିଳ୍ପକୁ ହିଁ ବିଦ୍ରୂପ କରିବାର ସ୍ବାଗତଯୋଗ୍ୟ ଉଦ୍ୟମ କରିଛି।Advertisment Climate: ଉପଗ୍ରହ ଚିତ୍ରରେ ସାମ୍ନାକୁ ଆସିଲା ମୌସୁମୀର ଦୁର୍ବଳ ସ୍ଥିତି ଏଥିରେ ଜଣେ ଶିଳ୍ପପତି ଆୟକର ଚଢ଼ାଉରୁ ବର୍ତ୍ତିବା ପାଇଁ ୨୦୦୦ କୋଟି ଟଙ୍କା ବଜେଟ୍ର ଏକ ଫ୍ଲପ୍ ଚଳଚ୍ଚିତ୍ର ନିର୍ମାଣ କରିବାକୁ ନିର୍ଦେଶ ଦେଉଛନ୍ତି।
ତେଣୁ ଅନଭିଜ୍ଞ ନିର୍ଦେଶକ ଯୋଡ଼ି ଦେବ (ପରେଶ ରାଵଲ) ଓ ଦାସ (ରାଜପାଲ ଯାଦବ)ଙ୍କୁ ସେ ଚଳଚ୍ଚିତ୍ର ନିର୍ମାଣର ଦାୟିତ୍ବ ମିଳୁଛି।
ଆଖିକୁ ଦିଶୁ ନଥିବା ନୈନସୁଖ (ଶ୍ରେୟସ ତଲପଡ଼େ) ସିନେମାଟୋଗ୍ରାଫର୍ ସାଜୁଛି।
ଚଳଚ୍ଚିତ୍ରର ନାୟକ ହେଉଛି ଜଣେ ବିଫଳ ଭୋଜପୁରୀ ଅଭିନେତା (ଅକ୍ଷୟ କୁମାର) ଏବଂ ପରିବାରବାଦ ସୂତ୍ରରେ ନାୟିକା ସାଜୁଛି ଶିଳ୍ପପତିଙ୍କ ଝିଅ ଜେନି (ଜାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍)।
ସେମାନେ ନିର୍ମାଣ କରୁଥିବା ଚଳଚ୍ଚିତ୍ରରେ ଭାରତୀୟ ସେନାର ଯବାନମାନେ କାଶ୍ମୀରର ଗୋଟିଏ ଗ୍ରାମର ଅଧିବାସୀଙ୍କୁ ପାକିସ୍ତାନୀ ଆତଙ୍କବାଦୀଙ୍କଠାରୁ ଉଦ୍ଧାର କରୁଛନ୍ତି।
କିନ୍ତୁ ସୁଟିଂ ମଝିରେ ଶିଳ୍ପପତିଙ୍କ ଘରେ ଆୟକର ଚଢ଼ାଉ ହୋଇଯାଉଛି।
ତେଣୁ ସେ ଗୋଟିଏ ଦିନରେ ଚଳଚ୍ଚିତ୍ରର ସୁଟିଂ ସାରି ତାହାକୁ ହିଟ୍ କରାଇବାକୁ ନିର୍ଦେଶ ଦେଉଛନ୍ତି।
ଏହା ପରେ ଚଳଚ୍ଚିତ୍ରର ଅପାରଗ ଟିମ୍ ବାସ୍ତବ ଆତଙ୍କବାଦୀଙ୍କ ସହିତ ମୁହାଁମୁହିଁ ହେବାର ପରିଣତିକୁ ମଜାଳିଆ ଢଙ୍ଗରେ ଦେଖାଇବାର ଉଦ୍ୟମ କରାଯାଇଛି।
Veg Uttapam: ଘରେ ବନାନ୍ତୁ ସ୍ୱାଦିଷ୍ଟ ଭେଜ୍ ଉତ୍ତପମ ଯାବତୀୟ ହାସ୍ୟ ଅଭିନେତାଙ୍କ ଉପସ୍ଥିତି ସତ୍ତ୍ବେ ଏହି ଚଳଚ୍ଚିତ୍ରର ହସ ଉଦ୍ରେକକାରୀ ଦୃଶ୍ୟଗୁଡ଼ିକୁ ଗୋଟିଏ ହାତରେ ଗଣି ହେବ।
ଏକା ପ୍ରକାର ପରିସ୍ଥିତି ଓ ସଂଳାପର ପୁରନାବୃତ୍ତି ଯୋଗୁଁ କେତେକ ଦୃଶ୍ୟ ଆଶାଠାରୁ କମ୍ ମଜାଳିଆ ଲାଗିଲା।
ଭଲ କଥା ଯେ ଏଥିରେ ଦ୍ବିଅର୍ଥବୋଧକ ଅଶ୍ଳୀଳତା ନାହିଁ।
ମଧ୍ୟାନ୍ତର ବେଳେ ଦର୍ଶକଙ୍କୁ ଅକ୍ଷୟଙ୍କ ସିଧାସଳଖ ନିବେଦନ ଅଭିନବ ହୋଇଛି।
ତେବେ ଆରମ୍ଭର ୧୫ ମିନିଟ୍ରେ ଦୁଇଟି ଆଇଟମ୍ ଗୀତ ରଖାଯିବା ଅନାବଶ୍ୟକ ଓ ପ୍ରଭାବହୀନ ଲାଗିଲା।
ବୈଷୟିକ ଦୃଷ୍ଟିରୁ ଏହି ଚଳଚ୍ଚିତ୍ର ନେଇ କେତେକ ଅଭିଯୋଗ ଅଛି।
ପ୍ରଥମ ହେଲା ଏକାଧିକ ଏଆଇ ଦୃଶ୍ୟର ଉପଯୋଗ, ଯାହା ଦେଖିବାକୁ ଅସୁନ୍ଦର ଲାଗିଥାଏ।
ସେହିପରି କିଛି ସ୍ଥାନରେ ଚରିତ୍ରମାନଙ୍କ ଶବ୍ଦ ଉଚ୍ଚାରଣ ସହିତ ଦୃଶ୍ୟ ଖାପ ଖାଉନାହିଁ।
ଗୀତଗୁଡ଼ିକ ସ୍ମରଣୀୟ ବୋଲି କହି ହେବ ନାହିଁ।
ପରିବାର ସହିତ ହାଲୁକା ମନୋରଂଜନ ପାଇଁ ଏହି ଚଳଚ୍ଚିତ୍ର ଦେଖିବାରେ କୌଣସି ସମସ୍ୟା ନାହିଁ।
"