Lingaraj Temple: ୧୫ ଦିନରେ ସରିବ ଲିଙ୍ଗରାଜ ମନ୍ଦିର ଗର୍ଭଗୃହ ମରାମତି
"ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିରର ଗର୍ଭଗୃହକୁ ମରାମତି କରିବ ଏଏସ୍ଆଇ।
୧୫ ଦିନ ମଧ୍ୟରେ ଏହି ମରାମତି କରିବ।
ସାହାଣମେଲା ନୀତି ବେଳେ ଏହି ମରାମତି କରାଯିବ।
ଅପରାହ୍ଣ ୨ଟାରୁ ୫ଟା ମଧ୍ୟରେ ଏଏସ୍ଆଇ ପକ୍ଷରୁ ଗର୍ଭଗୃହ ଚଟାଣକୁ ଖୋଣ୍ଡଲାଇଟ୍ ପଥରରେ ମରାମତି କରାଯିବ।
ତେବେ ମରାମତି ବେଳେ ସେଠାରେ ଲାଗିଥିବା ବାଡ଼ର କୌଣସି କ୍ଷତି କରାଯିବ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ପରେ ଏହି ମରାମତି ଆରମ୍ଭ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ମନ୍ଦିର ନାଟମଣ୍ଡପ ମରାମତି ହୋଇଥିଲେ ହେଁ ଗର୍ଭଗୃହ ମରାମତି ହୋଇନଥିଲା।
କିଛି ଖାଲ ସୃଷ୍ଟି ହୋଇଥିବାରୁ ସେବାୟତମାନେ ସେଠାରେ ଝୁଣ୍ଟିକି ପଡ଼ୁଥିଲେ।
ସେହିପରି ଅନେକ ସମୟରେ ଗୋଡ଼ ଖସି ଶ୍ରଦ୍ଧାଳୁମାନେ ତଳେ ପଡ଼ୁଥିଲେ।
ଭିଡ଼ରେ ଯିବାକୁ ସମସ୍ୟା ହେଉଥିଲା।Advertisment MoU: ଆଇଏମ୍ବି-ଏନ୍ଆଇଏସ୍ଏମ୍ ଏଲ୍ଓୟୁ ସ୍ବାକ୍ଷର ଏନେଇ ସେବାୟତ ବହୁଥର ଗର୍ଭଗୃହ ମରାମତି କରିବାକୁ ଦାବି କରିଆସୁଥିଲେ।
ନିକଟରେ ଏଏସ୍ଆଇ ଗର୍ଭଗୃହକୁ ମରାମତି କରିବାକୁ ମନ୍ଦିର ପ୍ରଶାସନକୁ ଚିଠି ଲେଖିଥିଲା।
ମନ୍ଦିର ପ୍ରଶାସନ ଟ୍ରଷ୍ଟ ବୋର୍ଡ ଅନୁମତି ନେଇ ଏଏସ୍ଆଇକୁ ଏହି ମରାମତି କରିବାକୁ ଅନୁମତି ଦେଇଛି।
ତେବେ ସେଠାରେ ଥିବା ବାଡ଼କୁ କୌଣସି କ୍ଷତି ନ ପହଞ୍ଚାଇ ମରାମତି କରିବାକୁ ପ୍ରଶାସନ ଜଣାଇଛି।
ତୁରନ୍ତ ମରାମତି ନକଲେ ଗର୍ଭଗୃହ ପ୍ରତି ବିପଦ ରହିଛି ବୋଲି ଆଶଙ୍କା କରାଯାଉଛି।
ଏଣୁ ତୁରନ୍ତ ମରାମତି ଆବଶ୍ୟକ ବୋଲି ସେବାୟତମାନେ କହିଛନ୍ତି।
ଏଏସ୍ଆଇର ଜଣେ ଅଧିକାରୀ ନାମ ଗୋପନ ରଖି, ଦୁଇ ଦିନ ମଧ୍ୟରେ ଏହି ମରାମତି କାମ ଆରମ୍ଭ ହେବ ବୋଲି କହିଛନ୍ତି।
Climate: ଉପଗ୍ରହ ଚିତ୍ରରେ ସାମ୍ନାକୁ ଆସିଲା ମୌସୁମୀର ଦୁର୍ବଳ ସ୍ଥିତି"