Commissionerate Police: କମିସନରେଟ୍‌ ପୁଲିସ ହାତରେ ଚାଞ୍ଚଲ୍ୟକର ତଥ୍ୟ: ଜେଲ୍ ସିସି କ୍ୟାମେରା ଫୁଟେଜ୍‌, ଦସ୍ତାବିଜ ଗାଏବ

Jun 27, 2026 - 04:09
Commissionerate Police: କମିସନରେଟ୍‌ ପୁଲିସ ହାତରେ ଚାଞ୍ଚଲ୍ୟକର ତଥ୍ୟ: ଜେଲ୍ ସିସି କ୍ୟାମେରା ଫୁଟେଜ୍‌, ଦସ୍ତାବିଜ ଗାଏବ

"କଟକ: ଚୌଦ୍ବାର ସର୍କଲ ଜେଲ୍‌ରୁ ଦୁଇ ବିହାରୀ ଅପରାଧୀ ଫେରାର ଘଟଣାରେ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ପକ୍ଷରୁ ଜେଲ୍ ଡିଜି ସୁଶାନ୍ତ କୁମାର ନାଥ ଓ ଚୌଦ୍ବାର ସର୍କଲ ଜେଲ୍‌ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୋଧରେ ଥାନାରେ ଏତଲା ପରେ ଜେଲ୍ ବିଭାଗରେ କମ୍ପନ ସୃଷ୍ଟି ହୋଇଛି।

ପୂର୍ବରୁ ଚୌଦ୍ବାର ଜେଲ୍‌ ଅଧୀକ୍ଷକଙ୍କ ବିରୋଧରେ ରୁଜୁ ମାମଲା ଆଧାରରେ ପୁଲିସ ଯେଉଁ ଦସ୍ତାବିଜ ଥାନାରେ ଦାଖଲ କରିବାକୁ ଶ୍ରୀ ରାଉଳଙ୍କୁ କହିଥିଲା କୌଣସି ଗୋଟିଏ ବି ଦସ୍ତାବିଜ ଦାଖଲ କରିନାହାନ୍ତି।

୬ଥର ପୁଲିସ ରିମାଇଣ୍ଡର୍‌ ଦେବା ପରେ ମଧ୍ୟ ଶ୍ରୀ ରାଉଳ ଦୁଇ ବିହାରୀ ଅପରାଧୀ ଫେରାର ଘଟଣାର ପୂର୍ବ ଓ ପରର ସିସି କ୍ୟାମେରା ଫୁଟେଜ୍‌ ସମେତ ଜେଲ୍ ଦସ୍ତାବିଜ ଦାଖଲ କରିନାହାନ୍ତି।

କାର୍ଯ୍ୟାନୁଷ୍ଠାନ ଭୟରେ ସେ ଏ ସବୁ ଗାଏବ କରିଦେଇଥିବା ଚୌଦ୍ବାର ପୁଲିସ ସନ୍ଦେହ କରୁଛି।Advertisment MoU: ଆଇଏମ୍‌ବି-ଏନ୍‌ଆଇଏସ୍‌ଏମ୍‌ ଏଲ୍‌ଓୟୁ ସ୍ବାକ୍ଷର ଫସିଯିବେ ଜେଲ୍ ଡିଜି, ଅଧୀକ୍ଷକ!୬ ଥର ଚିଠି ପରେ ବି ଧରାଛୁଆଁ ଦେଲେନି ଅଧୀକ୍ଷକସାଂସଦ ସୁଜିତଙ୍କ ଏତଲା ଉପରେ ପୁଲିସର ଷ୍ଟେସନ୍‌ ଡାଏରି ରାଜ୍ୟସଭା ସାଂସଦ ସୁଜିତ କୁମାର ଜେଲ୍ ଡିଜି ଓ ଅଧୀକ୍ଷକ ଶ୍ରୀ ରାଉଳଙ୍କ ବିରୋଧରେ ଚୌଦ୍ବାର ଥାନା ଆଇଆଇସିଙ୍କୁ ଇ-ମେଲ୍‌ ଯୋଗେ ପଠାଇଥିବା ଏତଲା ଆଧାରରେ ପୁଲିସ ଏକ ଷ୍ଟେସନ୍‌ ଡାଏରି କରିଛି।

ସାଂସଦ ସୁଜିତ କୁମାରଙ୍କ ସହିତ ପୁଲିସ ଯୋଗାଯୋଗରେ ଥିବାବେଳେ ଖୁବ୍‌ଶୀଘ୍ର ମାମଲା ରୁଜୁ ନେଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

ଅନ୍ୟପଟେ ଦୁଇ ଦୁର୍ଦ୍ଦାନ୍ତ ବିହାରୀ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଚୌଦ୍ବାର ସର୍କଲ ଜେଲ୍‌ରୁ ଫେରାର ଘଟଣାକୁ ନେଇ ଜେଲ୍‌ର ବରିଷ୍ଠ ଜେଲ୍ ଅଧୀକ୍ଷକ ଶ୍ରୀ ରାଉଳଙ୍କ ବିରୋଧରେ ସରକାରୀ ଦସ୍ତାବିଜ ଜାଲିଆତି କରିବା ନେଇ ତତ୍କାଳୀନ ଜେଲର୍‌ ସନ୍ତୋଷିନୀ ଦାଶ ଚୌଦ୍ବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

୨୦୨୫, ଅକ୍ଟୋବର ୧, ୨ ଓ ୩ ତାରିଖର ଜେଲ୍‌ ଗେଟ୍‌ ପ୍ରବେଶ-ପ୍ରସ୍ଥାନ ରେଜିଷ୍ଟର୍‌ରେ ଉ‌ଦ୍ଦେଶ୍ୟମୂଳକ ଭାବେ ଜାଲିଆତି କରାଯାଇଛି।

ଶ୍ରୀ ରାଉଳ ସେହି ଦୁଇଦିନ ଜେଲ୍‌ରେ ଲଗାତାର ଡ୍ୟୁଟି କରିଥିଲେ ବୋଲି ଦର୍ଶାଇବା ପାଇଁ ଏଭଳି ଜାଲିଆତି କରାଯାଇଛି।

Climate: ଉପଗ୍ରହ ଚିତ୍ରରେ ସାମ୍ନାକୁ ଆସିଲା ମୌସୁମୀର ଦୁର୍ବଳ ସ୍ଥିତି ଅକ୍ଟୋବର ୨ ତାରିଖରେ ଶ୍ରୀ ରାଉଳ ନିର୍ଦ୍ଦିଷ୍ଟ ଖାତାରେ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ଖୋର୍ଦ୍ଧା ଯାଉଥିବା ସମ୍ପର୍କରେ ଉଲ୍ଲେଖ କରିଥିଲେ।

କିନ୍ତୁ ପରବର୍ତ୍ତୀ ସମୟରେ ଜେଲ୍‌ ପ୍ରବେଶ-ପ୍ରସ୍ଥାନ ଖାତାରେ ଜାଲିଆତି କରି ସେହି ଦିନ ସେ ଜେଲ୍‌ ଭିତରେ ପୂରା ଡ୍ୟୁଟି କରିଛନ୍ତି ବୋଲି ଦର୍ଶାଇବାକୁ ଉଦ୍ୟମ କରିଥିଲେ।

ଅଧୀକ୍ଷକ ଶ୍ରୀ ରାଉଳ ଜେଲର୍‌ ଶ୍ରୀମତୀ ଦାଶଙ୍କ ଜେଲ୍‌ ରେକର୍ଡରେ ଦସ୍ତଖତ ଜାଲିଆତି କରି ତାଙ୍କୁ ଫସାଇବାକୁ ଉଦ୍ୟମ କରିଛନ୍ତି ବୋଲି ମଧ୍ୟ ଶ୍ରୀମତୀ ଦାଶ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ଏହି ତଥ୍ୟ ଥାନାରେ ଦାଖଲ କରିବାକୁ ଜେଲ୍‌ର ବରିଷ୍ଠ ଅଧୀକ୍ଷକ ତଥା ଜାଲିଆତି ମାମଲାର ଅଭିଯୁକ୍ତଙ୍କୁ ପୁଲିସ ନିର୍ଦ୍ଦେଶ ଦେଇଥିଲା।

ବର୍ତ୍ତମାନ ସୁଦ୍ଧା ୬ ଥର ଚୌଦ୍ବାର ଥାନା ପୁଲିସ ରିମାଇଣ୍ଡର ସତ୍ତ୍ବେ ଅଧୀକ୍ଷକ ଶ୍ରୀ ରାଉଳ ମିନିଟ୍ ବୁକ୍‌, ଗେଟ୍‌ ପ୍ରବେଶ ଓ ପ୍ରସ୍ଥାନ ରେଜିଷ୍ଟର, ୨୦୨୫ ଅକ୍ଟୋବର ୧ରୁ ୩ ତାରିଖ ଯାଏଁ ସିସି କ୍ୟାମେରା ଫୁଟେଜ୍‌, ନାଇଟ୍ ରାଉଣ୍ଡ ରେଜିଷ୍ଟର୍‌, ୨୦୨୫ ଅକ୍ଟୋବରର ଲକ୍‌ଅପ୍ ରେଜିଷ୍ଟର୍‌, ଦିନରାତି ରାଉଣ୍ଡ ରେଜିଷ୍ଟର୍‌ ପୁଲିସ ନିକଟରେ ଦାଖଲ କରୁନାହାନ୍ତି।

ଏହା ପରେ ଜେଲ୍ ଅଧୀକ୍ଷକଙ୍କୁ ଜେଲ୍ ଡିଜି ସୁଶାନ୍ତ ନାଥ ଏକପ୍ରକାର ସୁରକ୍ଷା ଦେଉଥିବା ଚର୍ଚ୍ଚା ବଢ଼ିବାରେ ଲାଗିଛି।"