Body was not given respect: ଶବକୁ ମିଳିଲାନି ସମ୍ମାନ: ବାଇକ୍ରେ ବୁହାହେଲା
"ଉମରକୋଟ/ନବରଙ୍ଗପୁର: ଶେଷକୃତ୍ୟ ପାଇଁ ଶ୍ମଶାନ ଦେଲେନି।
ଗାଁ ଲୋକ ମନା କରିବା ପରେ ମୃତଦେହକୁ ୭ କିମି ବାଇକ୍ରେ ବୋହି ଅନ୍ତ୍ୟେଷ୍ଟିକ୍ରିୟା କରିଛନ୍ତି ସମ୍ପର୍କୀୟ।
ଉମରକୋଟ ସହର ଦେଇ ମୃତଦେହକୁ ବାଇକ୍ରେ ନିଆଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ତତ୍ପରତା ଦେଖିବାକୁ ମିଳିନଥିଲା।
ମୃତ୍ୟୁ ପରେ ଶବକୁ ଏଭଳି ସମ୍ମାନ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Advertisment Competition: ଆମେରିକାରେ ଓଡ଼ିଶାର ପାରଂପରିକ ପିଠା ପ୍ରତିଯୋଗିତା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଆମ୍ବାଗୁଡ଼ା ଗାଁର ନାବାଳିକା ଅନିତା ଲୋହରା ବହୁଦିନରୁ ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ।
ପରିବାର ଲୋକ ତାଙ୍କୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
କିନ୍ତୁ ଅନିତା ସୁସ୍ଥ ହୋଇ ପାରିନଥିଲେ।
ଉମରକୋଟରେ ନିୟମିତ ଚିକିତ୍ସା ପାଇଁ ଅନିତା ସାନଭରଣ୍ଡିରେ ଥିବା ସମ୍ପର୍କୀୟଙ୍କ ଘରେ ରହୁଥିଲେ।
ଶୁକ୍ରବାର ସକାଳେ ଅନିତାଙ୍କ ମୃତ୍ୟୁ ହୋଇଥିଲା।
ସମ୍ପର୍କୀୟ ଲୋକ ସାନଭରଣ୍ଡିରେ ଶେଷକୃତ୍ୟ କରିବାକୁ ଚାହିଁଥିଲେ।
ଗ୍ରାମବାସୀ ଶେଷକୃତ୍ୟ ପାଇଁ ୭ ହଜାର ଟଙ୍କା ଦାବି କରିଥିଲେ।
ଏତେ ଟଙ୍କା ନଥିବାରୁ ସମ୍ପର୍କୀୟ ଉମରକୋଟ ବ୍ଲକ୍ ମୁର୍ତ୍ତୁମା ପଞ୍ଚାୟତ ଅମ୍ବାଗୁଡ଼ା ଗାଁକୁ ନେବା ପାଇଁ ନିଷ୍ପତ୍ତି କରିଥିଲେ।
ବାଇକ୍ରେ ୭ କିମି ମୃତଦେହକୁ ବୋହି ନେଇଥିଲେ ସମ୍ପର୍କୀୟ।
ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନ ସକ୍ରିୟ ହୋଇଥିଲା।
ଶବକୁ ବାଇକ୍ରେ ନେବା ପୂର୍ବରୁ ସ୍ଥାନୀୟ ୱାର୍ଡସଭ୍ୟ, ସରକାରୀ କର୍ମଚାରୀ କିମ୍ବା ଅନ୍ୟ କାହାକୁ ଜଣାଇନଥିବା କହିଛନ୍ତି ୱାର୍ଡସଭ୍ୟ ବାଲସାଇ ବାଘ।
ଟଙ୍କା ମାଗିବା ଘଟଣାକୁ ମଧ୍ୟ ୱାର୍ଡସଭ୍ୟ ଖଣ୍ଡନ କରିଛନ୍ତି।
କହିଛନ୍ତି, ସାନଭରଣ୍ଡିରେ ଦୁଇଟି ଶ୍ମଶାନ ଅଛି।
ଗୋଟିଏ ଗ୍ରାମବାସୀଙ୍କ ପାଇଁ, ଅନ୍ୟଟି ଗାଁ ମୁଖ୍ୟ ସଡ଼କ ରାସ୍ତା ପାର୍ଶ୍ବରେ ଅଛି।
କୌଣସି ଅପରିଚିତ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ସଡ଼କ ପାର୍ଶ୍ବରେ ଥିବା ଶ୍ମଶାନରେ ଶେଷକୃତ୍ୟ କରିବାର ବ୍ୟବସ୍ଥା ରହିଛି।
ସମ୍ପର୍କୀୟ ଲୋକ ଜଣାଇଥିଲେ ମହାପ୍ରୟାଣ ଗାଡ଼ି ବ୍ୟବସ୍ଥା କରି ମୃତଦେହକୁ ପଠାଯାଇଥାନ୍ତା ବୋଲି ୱାର୍ଡସଭ୍ୟ କହିଛନ୍ତି।
ବାଇକ୍ରେ ଶବ ବୁହା ଭିଡିଓ ଭାଇରାଲ୍ ହେବା ପରେ ଜିଲ୍ଲାପାଳ ଡ.
ମହେଶ୍ବର ସ୍ବାଇଁଙ୍କ ନିର୍ଦ୍ଦେଶରେ ଉମରକୋଟ ବିଡିଓ ମନୋଜ କୁମାର ମେହେର ଓ ବଡଭରଣ୍ଡି ଆରଆଇ ନିମାଇଁ ଦେ ଗାଁକୁ ଯାଇ ଘଟଣାର ତଦନ୍ତ କରିଛନ୍ତି।
ଏ ନେଇ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।