BJP Joining Event ୨୮ରେ ଭଦ୍ରକରେ ହେବ ବିଜେପିର ବଡ଼ ମିଶ୍ରଣ ପର୍ବ
"ଭଦ୍ରକ: ଆସନ୍ତା ୨୮ ତାରିଖରେ ଭଦ୍ରକ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ବଡ଼ଧରଣ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ।
ଏଥିରେ ମୁକ୍ତିକାମ ମଣ୍ଡଳ ଦମ୍ପତି ସମେତ ବିଜେଡି ଦଳରୁ ଇସ୍ତଫା ଦେଇଥିବା ଶଶୀ ସାହୁ ଓ ତାଙ୍କ ପତ୍ନୀ ସୁବାଶିନୀ ସହୁ ବିଜେପିରେ ମିଶିବେ ବୋଲି ସୂଚନା ମିଳିଛି।
Advertisment ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡକାକୁ ବିଜେଡି ଦଳରୁ ନିଲମ୍ବିତ କରାଯିବା ପରେ ଗତ ଦୁଇ ମାସ ତଳେ ମଣ୍ଡଳ ଦମ୍ପତି ଓ ସିମୁଳିଆର ବିଜେଡି ନେତା ଶଶି ସହୁ ଓ ତାଙ୍କ ପତ୍ନୀ ସୁବାସିନୀ ସହୁଙ୍କ ସମେତ ତାଙ୍କର ବହୁ ବିଜେଡି ସମର୍ଥକ ବିଜେଡ଼ି ଦଳରୁ ଇସ୍ତଫା ଦେଇଥିଲେ।
ବିଜେପି ମିଶିବା ନେଇ ଏହି ନେତାମାନେ ଦୁଇ ମାସ ହେଲା ଅପେକ୍ଷାରେ ରହିଥିଲେ।
ଜୁଲାଇ ୪ ତାରିଖରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶାକୁ ଆସିବେ ।
ତା"ପୂର୍ବରୁ ଆସନ୍ତା ୨୮ ତାରିଖରେ ଓଡ଼ିଶାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହେବାକୁ ଯାଉଥିବା ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚା ଜୋର୍ ଧରିଛି ।
ଏହି ମିଶ୍ରଣ ପର୍ବରେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ , ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ସିମୁଳିଆର ବରିଷ୍ଠ ନେତା ଶଶୀ ସହୁ , ନାରୀ ନେତ୍ରୀ ସୁବାସିନୀ ସାହୁଙ୍କ ସମେତ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ରର ଅନେକ ବିଜେଡି ନେତା ଦଳ ଛାଡ଼ି ବିଜେପିରେ ମିଶିବେ ବୋଲି ଆଲୋଚନା ହେଉଛି।
ବହୁ ବିଜେଡି କର୍ମୀ ବିଜେପି ରେ ମିଶିବେ ସେଥିପାଇଁ ବିଜେପିର ଉପରସ୍ତରରେ ଆଲୋଚନା ଶେଷ ହୋଇଛି।
କେନ୍ଦ୍ରୀୟ ନେତା ଓ ରାଜ୍ୟ ନେତାମାନଙ୍କ ସହ ଆଲୋଚନା ଶେଷ ହେବା ପରେ ଭଦ୍ରକର ବହୁ କର୍ମୀ ଆସନ୍ତା ୨୮ ତାରିଖରେ ବିଜେପିରେ ଭୁବନେଶ୍ବରରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ବୋଲି ମୁକ୍ତି ଓ ମଞ୍ଜୁ ଙ୍କ ସମର୍ଥକ ମାନେ କହିଛନ୍ତି ।
"