BJP: ବାରାଣସୀରେ ବିଜେପିର ପରାଜୟ: ରାଜଭର କହିଲେ, ଏହା ସାଧାରଣ ଜନତାଙ୍କର ନୁହେଁ, ଶିକ୍ଷିତଙ୍କ ଭୋଟ

Oct 29, 2026 - 15:55
BJP: ବାରାଣସୀରେ ବିଜେପିର ପରାଜୟ: ରାଜଭର କହିଲେ, ଏହା ସାଧାରଣ ଜନତାଙ୍କର ନୁହେଁ, ଶିକ୍ଷିତଙ୍କ ଭୋଟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପଞ୍ଚାୟତିରାଜ ମନ୍ତ୍ରୀ ତଥା ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସ୍‌ବିଏସ୍‌ପି) ସଭାପତି ଓମ୍ ପ୍ରକାଶ ରାଜଭର ବିଜେପି ବାରାଣସୀରେ ଉଭୟ ବିଧାନ ପରିଷଦ (ଏମ୍‌ଏଲ୍‌ସି) ଆସନ ହାରିବା ପରେ, କହିଛନ୍ତି ଯେ ଏହି ନିର୍ବାଚନରେ ଶିକ୍ଷିତ ଲୋକ ଭୋଟ ଦିଅନ୍ତି, ସାଧାରଣ ଜନତା ନୁହେଁ।

ରାଜଭରଙ୍କ ବିବାଦୀୟ ବୟାନର ଲୋକମାନେ ବିଭିନ୍ନ ବ୍ୟାଖ୍ୟା କରୁଛନ୍ତି।

ସେ ଜନାଦେଶକୁ ସ୍ୱାଗତ କରିଛନ୍ତି।

Advertisment ସେ ଦାବି କରିଥିଲେ ଯେ, ବିଧାନ ପରିଷଦ ନିର୍ବାଚନରେ ​​ଭୋଟ ଦେଉଥିବା ଶିକ୍ଷିତ ଲୋକମାନେ ବିଧାନସଭା ନିର୍ବାଚନ ବେଳେ ​​ଭୋଟ ଦେବା ପରିବର୍ତ୍ତେ ଛୁଟି କଟାଇଥାନ୍ତି।

ସେ କହିଛନ୍ତି, ବିଧାନ ପରିଷଦ ନିର୍ବାଚନର ଫଳାଫଳକୁ ବିଧାନସଭା ନିର୍ବାଚନ ସହିତ ଯୋଡ଼ିବା ଅନୁଚିତ, କାରଣ ଦୁଇଟି ନିର୍ବାଚନର ପ୍ରକୃତି ଭିନ୍ନ।

ରାଜଭର ମହିଳାମାନଙ୍କୁ ଆହ୍ବାନ ଦେଇ କହିଛନ୍ତି ଯେ, ଲୋକସଭାରେ ମହିଳା ବିଲ୍‌କୁ ବିରୋଧ କରୁଥିବା ସମାଜବାଦୀ ପାର୍ଟି (ଏସ୍‌ପି) ଓ ବହୁଜନ ସମାଜ ପାର୍ଟି (ବିଏସ୍‌ପି)କୁ ଉଚିତ୍ ଶିକ୍ଷା ଦେବେ।

ରାଜଭର ଏକ ସୋସିଆଲ ମିଡିଆ ପୋଷ୍ଟରେ ଏମ୍‌ଏଲ୍‌ସି ନିର୍ବାଚନ ଫଳାଫଳ ଉପରେ କଂଗ୍ରେସ ଦଳକୁ କଟାକ୍ଷ କରିଛନ୍ତି।

ସେ ମନ୍ତବ୍ୟ ଦେଇଛନ୍ତି ଯେ, କଂଗ୍ରେସ ଏସ୍‌ପି-କଂଗ୍ରେସ ମେଣ୍ଟରେ ଯେତେବେଳେ ଆସନ ମାଗୁଛି, ସେମାନଙ୍କୁ ଶୂନ୍ୟ ଫଳାଫଳ କଥା ମନେ ପକାଇଦିଅ।

୪ ରାଜ୍ୟରେ ବିଧାନ ପରିଷଦ ନିର୍ବାଚନ: ବିଜେପି ୧୩ ଆସନ ସହିତ ସର୍ବାଗ୍ରେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)