Fresh Landslide at Kalinga Ghat ଅବିଶ୍ରାନ୍ତ ବର୍ଷା: କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ, ରଟିଙ୍ଗିଆ ବାହ୍ୟ ଜଗତରୁ ବିଚ୍ଛିନ୍ନ
ଘୁ.ଉଦୟଗିରି (ସମୀର ପାଢ଼ୀ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଗତ ଦୁଇ ଦିନ ଧରି ଅବିଶ୍ରାନ୍ତ ବର୍ଷା ଲାଗିରହିଛି।
ଲଗାଣ ବର୍ଷା ଯୋଗୁଁ କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ହୋଇଛି।
ଯଦିଓ ପୂର୍ବର ଭୂସ୍ଖଳନ ଯୋଗୁଁ କଳିଙ୍ଗା ଘାଟି ବନ୍ଦ ରହିଥିଲା, ତେବେ ରାସ୍ତା ମରାମତି ହେବା ପୂର୍ବରୁ ପୁଣିଥରେ ଭୂସ୍ଖଳନ ଘଟି ସ୍ଥିତିକୁ ଆହୁରି ଜଟିଳ କରିଛି।
Advertisment Kalinga Ghati: କଳିଙ୍ଗା ଘାଟିରେ ଭୂସ୍ଖଳନ ସ୍ଥଳ ଏବଂ ରାସ୍ତା ଅନୁଧ୍ୟାନ କଲେ ଦିଲ୍ଲୀ ଆଇଆଇଟିର ବିଶେଷଜ୍ଞ ଦଳ ସେପ୍ଟେମ୍ବର ମାସର ଲଗାଣ ବର୍ଷା ଯୋଗୁଁ କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟିଥିଲା।
୩୭ ଦିନ ବିତିଯାଇଥିଲେ ମଧ୍ୟ ରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇପାରିନାହିଁ।
ଘାଟି ରାସ୍ତା ଦେଇ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଛି।
ରାସ୍ତା ଖୋଲିବା ନେଇ ଅଞ୍ଚଳବାସୀ ଆଶା ରଖିଥିବା ବେଳେ ବାତ୍ୟା ଅର୍ଣ୍ଣବ ପୁଣି ଘାଟିରେ ଭୁସ୍ଖଳନ ଯୋଗୁଁ ଘାଟି ରାସ୍ତା ଖୋଲିବା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।
ସୂଚନାଯୋଗ୍ୟ, ଗତବର୍ଷ ଭୂସ୍ଖଳନ ଯୋଗୁଁ ୪୭ଦିନ ପରେ ଘାଟି ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିଲା।
Demand for Road ରଟିଙ୍ଗିଆ ପଞ୍ଚାୟତକୁ ପକ୍କା ରାସ୍ତା ନିର୍ମାଣ ଦାବି ଅନ୍ୟ ଏକ ଘଟଣାକ୍ରମେ, ଘୁମୁସର ଉଦୟଗିରି ବ୍ଳକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇହାଇଛି।ଘୁ.ଉଦୟଗିରି ଶ୍ରୀରାମପଦା ମୁଖ୍ୟ ସଡକ ଠାରୁ ରଟିଙ୍ଗିଆ ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ସଡ଼କ ମଧୁଝରି ଡେମ ହୁଡା ଭାଙ୍ଗି ରାସ୍ତା ଧୋଇ ହୋଇଯାଇଛି।
ଫଳରେ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଛି।
ସେଇଭଳି ସେଇ ପଞ୍ଚାୟତକୁ ସଂଯୋଗ କରୁଥିବା ଅନ୍ୟଏକ ରାସ୍ତା ଡ଼ମେଙ୍ଗି ନିକଟରେ ପୋଲ ଧୋଇହୋଇ ଯାଇଛି।
ପାହାଡ଼ରୁ ଆସୁଥିବା ପ୍ରବଳ ଜଳରାଶି ଜମିରେ ପାଣି ମାଡ଼ି ଯାଇ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
