Pension: ପିଇଓ-ସରପଞ୍ଚଙ୍କ ପ୍ରତିନିଧିଙ୍କ ମଧ୍ୟରେ ବିବାଦ, ପଞ୍ଚାୟତ କାର୍ଯ୍ୟାଳୟରେ ଉତ୍ତେଜନା

Oct 29, 2026 - 17:13
Pension: ପିଇଓ-ସରପଞ୍ଚଙ୍କ ପ୍ରତିନିଧିଙ୍କ ମଧ୍ୟରେ ବିବାଦ, ପଞ୍ଚାୟତ କାର୍ଯ୍ୟାଳୟରେ ଉତ୍ତେଜନା

ପୁରୀ (ଶିବ ପ୍ରସାଦ ଦାସ): ସଦର ବ୍ଲକ ଅନ୍ତର୍ଗତ କେରାଣ୍ଡିପୁର ଗ୍ରାମ ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନକୁ ନେଇ ପ୍ରାୟ ୧୭ ଲକ୍ଷ ଟଙ୍କାର ହେରଫେର ଅଭିଯୋଗ ଉଠିଛି।

ଏହି ଅଭିଯୋଗକୁ କେନ୍ଦ୍ର କରି ପଞ୍ଚାୟତର ମହିଳା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ନୟନୀ ପ୍ରଧାନ ଓ ସରପଞ୍ଚଙ୍କ ପ୍ରତିନିଧି ଟୁଲୁ ପ୍ରଧାନ ମଧ୍ୟରେ ବିବାଦ ଉପୁଜିଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment ଅଭିଯୋଗ ଅନୁଯାୟୀ, ଭତ୍ତା ବଣ୍ଟନରେ ଆର୍ଥିକ ଅନିୟମିତତାକୁ ନେଇ ବିବାଦ ତୀବ୍ର ହୋଇଥିଲା।

ଏହାପରେ ଉତ୍ତ୍ୟକ୍ତ ଗ୍ରାମବାସୀ ମହିଳା ପିଇଓଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ତାଲା ପକାଇ ଅଟକ ରଖିଥିବା ଅଭିଯୋଗ ହୋଇଛି।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି।

ବାର୍ଦ୍ଧକ୍ୟ ଭତ୍ତା ଅସହାୟ ଓ ବୟସ୍କ ହିତାଧିକାରୀଙ୍କ ଜୀବନଧାରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସହାୟତା।

ତେଣୁ ଏହି ଯୋଜନାରେ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି।

Kerala VACB: ସାବରୀମାଳା ମନ୍ଦିର ଦୁର୍ନୀତି: 'ଅରବଣା ପାୟସମ୍' ପାଇଁ ବ୍ୟବହୃତ ୧୧ ହଜାର ଲିଟର ଘିଅରେ ହେରଫେର୍ ହୋଇଥିବା ବଡ଼ ଖୁଲାସା ତେବେ ୧୭ ଲକ୍ଷ ଟଙ୍କାର ହେରଫେର ଅଭିଯୋଗର ସତ୍ୟତା, ଭତ୍ତା ବଣ୍ଟନରେ କେଉଁ ପ୍ରକାର ଅନିୟମିତତା ହୋଇଛି ଏବଂ ଏଥିରେ କାହାର ଭୂମିକା ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଭତ୍ତା ବଣ୍ଟନର ରେକର୍ଡ, ହିତାଧିକାରୀଙ୍କ ତାଲିକା ଓ ଅର୍ଥ ପ୍ରଦାନ ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯିବା ସହ ନିରପେକ୍ଷ ତଦନ୍ତ ପାଇଁ ଦାବି ଗ୍ରାମବାସୀମାନେ ଦାବି ଉଠାଇଛନ୍ତି।

ସମ୍ପୃକ୍ତ ଅଧିକାରୀଙ୍କ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।

ସ୍ପଷ୍ଟୀକରଣ ମିଳିବା ପରେ ଘଟଣାର ପ୍ରକୃତ ଚିତ୍ର ସାମ୍ନାକୁ ଆସିବ ବୋଲି କୁହାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)