Japan & the Philippines: ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଚୀନ୍‌ର ଶକ୍ତି ପ୍ରଦର୍ଶନ, ୫୦ରୁ ଅଧିକ ଜାହାଜ ମୁତୟନ

Oct 29, 2026 - 17:45
Japan & the Philippines: ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଚୀନ୍‌ର ଶକ୍ତି ପ୍ରଦର୍ଶନ, ୫୦ରୁ ଅଧିକ ଜାହାଜ ମୁତୟନ

ବେଜିଂ/ତାଇପେଇ: ପଶ୍ଚିମ ପ୍ରଶାନ୍ତ ମହାସାଗର ରେ ଚୀନ୍‌ର ବ୍ୟାପକ ନୌସାମରିକ ଗତିବିଧିକୁ ନେଇ ଏସିଆରେ ଉଦ୍‌ବେଗ ବଢ଼ିଛି।

ଦକ୍ଷିଣ ଜାପାନଠାରୁ ତାଇୱାନ ଦେଇ ଫିଲିପାଇନ୍ସ ନିକଟବର୍ତ୍ତୀ ସମୁଦ୍ର ଅଞ୍ଚଳରେ ଚୀନ୍‌ର ୫୦ରୁ ଅଧିକ ଯୁଦ୍ଧଜାହାଜ ଓ ଅନ୍ୟ ସରକାରୀ ଜାହାଜ ଚଳାଚଳ କରୁଥିବା ତାଇୱାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଏହାକୁ ନେଇ ତାଇୱାନ, ଜାପାନ ଓ ଫିଲିପାଇନ୍ସ ସତର୍କ ହୋଇପଡ଼ିଛନ୍ତି।

Advertisment ତାଇୱାନର ଜାତୀୟ ସୁରକ୍ଷା ପରିଷଦର ସଚିବ ଜୋସେଫ୍‌ ୱୁ ପ୍ରକାଶ କରିଥିବା ଏକ ମାନଚିତ୍ରରେ ମୋଟ ୫୩ଟି ଚୀନ୍‌ ଜାହାଜର ଅବସ୍ଥିତି ଦର୍ଶାଯାଇଛି।

ସେଥିମଧ୍ୟରୁ ୩୪ଟି ଯୁଦ୍ଧଜାହାଜ ରହିଛି।

ଏଥିରେ ଚୀନ୍‌ର ବିମାନବାହୀ ଯୁଦ୍ଧଜାହାଜ 'ଲିଆଓନିଙ୍ଗ୍‌' ମଧ୍ୟ ସାମିଲ ଅଛି।

ଏହି ଜାହାଜଗୁଡ଼ିକର ଗତିବିଧି ଉପରେ ତାଇୱାନ ନଜର ରଖିଛି।ଜାପାନର ଦକ୍ଷିଣ ଉପକୂଳ ନିକଟରେ ଚୀନ୍‌ର ଯୁଦ୍ଧଜାହାଜ ଚଳାଚଳ କରୁଥିବା ଖବର ମଧ୍ୟ ଆସିଛି।

ଅନ୍ୟପଟେ ଦକ୍ଷିଣ ଚୀନ୍‌ ସାଗରକୁ ନେଇ ଫିଲିପାଇନ୍ସ ସହ ଚୀନ୍‌ର ମତଭେଦ ବଢ଼ିଛି।

ତାଇୱାନର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଏଭଳି ସାମରିକ ଗତିବିଧି ଆଞ୍ଚଳିକ ଶାନ୍ତି ଓ ସ୍ଥିରତାକୁ ପ୍ରଭାବିତ କରିପାରେ।

ତେବେ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ପୂର୍ବରୁ କହିଥିଲା ଯେ 'ଲିଆଓନିଙ୍ଗ୍‌'ର ଅଭ୍ୟାସ ନିୟମିତ ସାମରିକ ପ୍ରଶିକ୍ଷଣର ଅଂଶ, ଏହା କୌଣସି ନିର୍ଦ୍ଦିଷ୍ଟ ଦେଶକୁ ଲକ୍ଷ୍ୟ କରି ହୋଇନାହିଁ।

ତଥାପି ଏହି ଘଟଣା ଏସିଆ-ପ୍ରଶାନ୍ତ ଅଞ୍ଚଳରେ ସୁରକ୍ଷା ଚିନ୍ତାକୁ ଅଧିକ ତୀବ୍ର କରିଛି।

ଆନ୍ଧ୍ରପ୍ରଦେଶରେ କାଶୀପୁରର ଜଣେ ଶ୍ରମିକ ମୃତ, ମାସକମଧ୍ୟରେ ତିନି ଶ୍ରମିକଙ୍କ ମୃତ୍ୟୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)