Billionaire: ପିଲାଦିନ ସଉକରୁ କୋଟିପତି

Sep 01, 2026 - 07:33
Billionaire: ପିଲାଦିନ ସଉକରୁ କୋଟିପତି

"ପିଲାଦିନର ଏକ ଛୋଟ ସଉକ ମଧ୍ୟ ଦିନେ ବଡ଼ ବ୍ୟବସାୟର ରୂପ ନେଇପାରେ।

ଆମେରିକାର ମିଆମିର ଆଣ୍ଡ୍ରେସ୍ ଫର୍ଣ୍ଣାଣ୍ଡିଜ୍ ଏହାର ଜଣେ ଉତ୍ତମ ଉଦାହରଣ।

ପୋକେମନ୍ କାର୍ଡ ପ୍ରତି ତାଙ୍କର ପିଲାଦିନର ଆଗ୍ରହ ଆଜି କୋଟି କୋଟି ଟଙ୍କାର ବ୍ୟବସାୟରେ ପରିଣତ ହୋଇଛି।

ଫର୍ଣ୍ଣାଣ୍ଡିଜ୍ ୧୦ ବର୍ଷ ବୟସରୁ ପୋକେମନ୍ ଗେମ୍ ଖେଳୁଥିଲେ।

ତାଙ୍କ ସାନ ଭାଇର ଜନ୍ମଦିନରେ ସେ ୫ ଡଲାରର ଏକ ପୋକେମନ୍ କାର୍ଡ ପ୍ୟାକ୍ କିଣିଥିଲେ।

ସେଥିରୁ ୧୦୦ ଡଲାର ମୂଲ୍ୟର ଏକ କାର୍ଡ ବାହାରିଥିଲା।

ଏହି ଘଟଣା ତାଙ୍କୁ କାର୍ଡ ସଂଗ୍ରହ କରିବାକୁ ଅଧିକ ଉତ୍ସାହିତ କରିଥିଲା।Advertisment Droupadi Murmu: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଗଞ୍ଜାମର ୯୧ ଜଣ କଳାକାର ସେତେବେଳେ ସେ ଏକ ବାର୍‌ରେ ଘଣ୍ଟାକୁ ୧୦ ଡଲାର ଦରମାରେ କାମ କରୁଥିଲେ।

ପରେ ସେ ପୋକେମନ୍ ବିଷୟରେ ଅନ୍‌ଲାଇନ୍‌ରେ କଣ୍ଟେଣ୍ଟ ତିଆରି କରିବା ସହ କାର୍ଡ ବିକ୍ରି କରିବା ଆରମ୍ଭ କଲେ।

୨୦ ବର୍ଷ ବୟସରେ ସେ କଲେଜ ଛାଡ଼ି ନିଜ ବ୍ୟବସାୟରେ ପୂର୍ଣ୍ଣ ସମୟ ଦେଲେ।

ଫର୍ଣ୍ଣାଣ୍ଡିଜ୍ ଆଜି "ମିଣ୍ଟଲିକଲେକ୍ଟସ୍‌"ର ପ୍ରତିଷ୍ଠାତା ଓ ସିଇଓ।

ତାଙ୍କ କମ୍ପାନି ଲାଇଭ୍-ସେଲିଂ ପ୍ଲାଟ୍‌ଫର୍ମ "ହ୍ୱାଟ୍‌ନଟ୍‌"ରେ ପୋକେମନ କାର୍ଡ ବିକ୍ରି କରେ।

୨୦୨୪ରେ ତାଙ୍କ କମ୍ପାନି ପ୍ରାୟ ୩.୭ ମିଲିୟନ୍ ଡଲାର କାର୍ଡ ବିକ୍ରି କରିଥିବାବେଳେ, ୨୦୨୫ରେ ଏହା ପ୍ରାୟ ୭.୮ ମିଲିୟନ୍ ଡଲାର, ଅର୍ଥାତ୍ ପ୍ରାୟ ୭୪ କୋଟି ଟଙ୍କାରେ ପହଞ୍ଚିଥିଲା।

ଆଣ୍ଡ୍ରେସ୍‌ଙ୍କ ପାଖରୁ ମିଳିଥିବା ଶିକ୍ଷା ହେଲା- ଆଗ୍ରହ, ପରିଶ୍ରମ ଓ ଠିକ୍ ସୁଯୋଗ ମିଳିଲେ ପିଲାଦିନର ଏକ ଛୋଟ ସଉକ ବି ବଡ଼ ସଫଳତା ଦେଇପାରେ।

Climate change: ବିଧାୟକ ସନାତନ ବିଜୁଳିଙ୍କ ଉପସ୍ଥିତିରେ ୫୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ଓ ବଣ୍ଟନ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)