Bigg Boss 20; କିଚେନ୍‌ରେ କଳି! ମେରୀ କମ୍‌ଙ୍କ ରାଗରେ ଥରହର ବିଗ୍ ବସ୍ ଘର

Sep 09, 2026 - 07:46
Bigg Boss 20; କିଚେନ୍‌ରେ କଳି! ମେରୀ କମ୍‌ଙ୍କ ରାଗରେ ଥରହର ବିଗ୍ ବସ୍ ଘର

"ନୂଆଦିଲ୍ଲୀ: ଘରକୁ ଆସିବାର ୨୪ ଘଣ୍ଟା ବି ପୂରିନି, ଆଉ ଆରମ୍ଭ ହୋଇଗଲା ଘର ଭାଙ୍ଗିବା ଝଗଡ଼ା!

ବିଗ୍ ବସ୍ ଘରେ କିଏ ବନାଇବ ଜଳଖିଆ, କିଏ କରିବ ଚା" ଏହାକୁ ନେଇ ମୁହାଁମୁହିଁ ପ୍ରତିଯୋଗୀ।

ସବୁଠୁ ବଡ଼ କଥା, ଜଳଖିଆ ବନାଇବା କଥା ଉଠିବାରୁ ରାଗିଗଲେ ବକ୍ସିଂ ରିଙ୍ଗର ଚାମ୍ପିୟନ୍ ମେରୀ କମ୍।

ସିଧା କହିଦେଲେ “ମୁଁ କ"ଣ ଚାକରାଣୀ?” ତେବେ କ"ଣ ରୋଷେଇ ଘର ହିଁ ହେବ ବିଗ୍ ବସ୍ ୨୦ର ନୂଆ ରଣକ୍ଷେତ୍ର?

ବିଗ୍ ବସ୍ ୨୦ର ପ୍ରଥମ ଏପିସୋଡ୍‌ରୁ ହିଁ ଦେଖିବାକୁ ମିଳିଛି ପ୍ରତିଯୋଗୀଙ୍କ ଅସଲ ରୂପ।

ଜଳଖିଆକୁ ନେଇ ଆରମ୍ଭ ହୋଇଥିବା ଆଲୋଚନା ଧୀରେ ଧୀରେ ଝଗଡ଼ାର ରୂପ ନେଇଥିଲା।

ଘରେ କିଏ କ"ଣ କାମ କରିବ, ତାକୁ ନେଇ ଏବେଠୁ ଦେଖାଦେଲା ମତଭେଦ।

ସେପଟେ ପରିଷ୍କାର ପରିଚ୍ଛନ୍ନତାକୁ ନେଇ ବି ବେଶ୍ ଚିନ୍ତିତ ଅଛନ୍ତି ଅରିଶଫା ଖାନ୍।

କିଚେନ୍ ପ୍ଲାଟଫର୍ମର ଅପରିଷ୍କାର ଅବସ୍ଥା ଦେଖି ସେ ବିରକ୍ତି ପ୍ରକାଶ କରିଥିଲେ।

ଅରିଶଫାଙ୍କ କହିବା କଥା, ସେ ସବୁବେଳେ ଜିନିଷକୁ ସଜାଇ ଓ ସଫାସୁତରା ରଖିବାକୁ ପସନ୍ଦ କରନ୍ତି।

କିଛି ଅସନା ଦେଖିଲେ ତାହାକୁ ଅଣଦେଖା କରିବା ତାଙ୍କ ପାଇଁ କଷ୍ଟକର।Advertisment କେବଳ କିଚେନ୍ ନୁହେଁ, ବିଗ୍ ବସ୍ ଘରର ବେଡ୍‌ରୁମ୍‌ରେ ବି ଦେଖାଦେଇଛି ସମସ୍ୟା।

ରାତି ପ୍ରାୟ ୪ଟାରୁ ସାଢ଼େ ୪ଟା।

ଅନ୍ୟ ପ୍ରତିଯୋଗୀଙ୍କ ଘୁଙ୍ଗୁଡ଼ି ଶବ୍ଦରେ ଅତିଷ୍ଠ ହୋଇ ବେଡ୍‌ରୁମ୍ ଛାଡ଼ି ବାହାରକୁ ଚାଲିଆସିଥିଲେ କାଜୀ ତୌକିର୍।

ଅର୍ଥାତ୍, ପ୍ରଥମ ଦିନରୁ ହିଁ ନିଦ ଠାରୁ ନେଇ ଜଳଖିଆ ପର୍ଯ୍ୟନ୍ତ ସବୁଠି ଆରମ୍ଭ ହୋଇଗଲା ମତଭେଦ।

ଆଉ ଏପଟେ ରୋଷେଇ ଘରେ ମେରୀ କମ୍‌ଙ୍କ ସିଧାସଳଖ ଷ୍ଟାଣ୍ଡ ଏବେ ଚର୍ଚ୍ଚାରେ।

ସକାଳେ ମେରୀ ଏବଂ ଗୁଲୁ କିଚେନ୍‌ରେ ଥିବାବେଳେ ଗୁଲୁ ପଚାରିଥିଲେ ଆପଣ କ"ଣ ସମସ୍ତଙ୍କ ପାଇଁ ଜଳଖିଆ ବନାଉଛନ୍ତି?

ହିନା କର୍କଟ ଆକ୍ରାନ୍ତ ଖବରକୁ ମିଥ୍ୟା ବୋଲି କହି‌ଲେ ବିଗବସ ପ୍ରତିଯୋଗୀ  ଏହା ଶୁଣି ମେରୀ ରାଗିଯାଇ କହିଥିଲେ “ମୁଁ କ"ଣ ଚାକରାଣୀ?” ସମସ୍ତେ ନିଜ ନିଜ ଜଳଖିଆ ନିଜେ ବନାଇବାକୁ ସେ କହିଥିଲେ।

ଏହା ସହ ଅଣ୍ଡା ବ୍ୟବହାରକୁ ନେଇ କାଜୀ ଏବଂ ମେରୀଙ୍କ ମଧ୍ୟରେ ମଧ୍ୟ ଯୁକ୍ତିତର୍କ ହୋଇଥିଲା।

ସପ୍ତାହକର ରାସନରୁ ଅଧିକ ଅଣ୍ଡା ବ୍ୟବହାର ହେଉଥିବା ନେଇ କାଜୀ ଆପତ୍ତି ଉଠାଇଥିଲେ।

ତେବେ ଚା"କୁ ନେଇ ବି ମାହି ବିଜ୍‌ଙ୍କ ଷ୍ଟାଣ୍ଡ କିଛି କମ୍ ନଥିଲା।

କିଚେନ୍‌କୁ ଆସି ସେ ପଚାରିଥିଲେ “ଚା" କିଏ ବନାଇବ?” ଏପରିକି ଘରର ଝିଅମାନଙ୍କୁ ଚା" ବନାଇବା ଆସିବା କଥା ବୋଲି କହିଥିଲେ।

ହେଲେ ପାଲଟା ପ୍ରଶ୍ନ ଆସିଥିଲା “ତାହେଲେ ଆପଣ କଣ?” ଏହି ଛୋଟ ଛୋଟ କଥାରୁ ହିଁ ବିଗ୍ ବସ୍ ଘରର ତାପମାତ୍ରା ବଢ଼ିବା ଆରମ୍ଭ କରିଛି।

ତେବେ ଏହା ତ କେବଳ ଆରମ୍ଭ।

ରୋଷେଇ ଘରର ଦାୟିତ୍ୱ, ରାସନ୍, ଚା"-ଜଳଖିଆ ଏବଂ ସଫାସୁତରାକୁ ନେଇ ଆଗକୁ କେତେ ବଡ଼ ବିବାଦ ହେବ, ତାହା ଦେଖିବା ବାକି।

ମେରୀ କମ୍‌ଙ୍କ "ମୁଁ କ"ଣ ଚାକରାଣୀ?" ଡାଏଲଗ୍ ଏବେଠୁ ଯଦି ଚର୍ଚ୍ଚାରେ, ତେବେ ଆଗକୁ ବିଗ୍ ବସ୍ ଘରେ କେତେ ଝଡ଼ ଉଠିବ ସେଥିପାଇଁ ନଜର ରହିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)