Bhubaneswar Runway Week: ରନଓ୍ୱେ ଓ୍ୱିକ୍ ରେ ଚମକିଲା ଇକତନ୍; ଶାଢିରେ ରାମ୍ପରେ ଚାଲିଲେ ମଡେଲ୍, ଲିପିକା ପରିଡ଼ା ସୋ' ଷ୍ଟପର୍
ଭୁବନେଶ୍ବର ରନଓ୍ୱେ ଓ୍ୱିକରେ ଚମକିଲା ଇକତନ୍।
ଆକର୍ଷଣର କେନ୍ଦ୍ର ପାଲଟିଲା ଇକତ୍ ଶାଢ଼ିର ଫ୍ୟାଶନ୍ ଶୋ।
ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ବୟନ କଳାକୁ ଫ୍ୟାଶନ୍ ମଞ୍ଚରେ ମିଳିଛି ଆଉ ଏକ ନୂଆ ପରିଚୟ।
ଭୁବନେଶ୍ବର ରନୱେ ୱିକ ଫ୍ୟାସନ ଶୋରେ ଦେଖିବାକୁ ମିଳିଥିଲା ଇକତନ ବ୍ରାଣ୍ଡର ଶାଢ଼ିର ମନୋମୁଗ୍ଧକର ପ୍ରଦର୍ଶନ।
Advertisment ଏଥିରେ ୧୫ଟି ଭିନ୍ନ ଭିନ୍ନ ଡିଜାଇନର ଇକତ୍ ଶାଢ଼ିକୁ ମଡେଲମାନେ ରାମ୍ପରେ ପ୍ରଦର୍ଶିତ କରିଥିଲେ ।
ଶୋ'ର ମୁଖ୍ୟ ଆକର୍ଷଣ ଥିଲେ ଅଭିନେତ୍ରୀ ଲିପିକା ପରିଡ଼ା।
ସେ ସୋ' ଷ୍ଟପର୍ ଭାବେ ରାମ୍ପରେ ନିଜର ଉପସ୍ଥିତି ଜାହିର କରିଥିଲେ।
ଏହି ଅବସରରେ ଓଡ଼ିଶା ଟେଲିଭିଜନ୍ ନେଟୱର୍କର ଡେପୁଟି ସିଓଓ ତଥା ବିଜନେସ୍ ହେଡ୍ ଲିତିଶା ମଙ୍ଗତ ପଣ୍ଡା ମଞ୍ଚ ଉପରକୁ ଆସି ଇକତନ୍ ର ଏହି ଉଦ୍ୟମକୁ ପ୍ରୋତ୍ସାହିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଦେଶବିଦେଶର ଫ୍ୟାସ ଡିଜାଇନର ଉପସ୍ଥିତ ରହିଥିଲେ।
ଯେଉଁମାନେ ଇକତନର ଶାଢି ଡିଜାଇନ ଓ ଫ୍ୟାସନ ଶୋରେ ଏହାକୁ ପ୍ରଦର୍ଶିତ କରିବା ଉଦ୍ୟମକୁ ଢେର ପ୍ରଶଂସା କରିଥିଲେ।
Advertisment ଭୁବନେଶ୍ବର ରନଓ୍ୱେ ଓ୍ୱିକ୍ ରେ ଚମକିଲା ଇକତନ୍ ଆକର୍ଷଣର କେନ୍ଦ୍ର ପାଲଟିଲା ଇକତ୍ ଶାଢିର ଫ୍ୟାଶନ୍ ଶୋ' ଇକତନର ୧୫ଟି ଡିଜାଇନ୍ ଶାଢିରେ ରାମ୍ପରେ ଚାଲିଲେ ମଡେଲ୍ ଅଭିନେତ୍ରୀ ଲିପିକା ପରିଡ଼ା ସାଜିଲେ ସୋ' ଷ୍ଟପର୍ ପ୍ରୋତ୍ସାହିତ କଲେ ଓଟିଭି ନେଟଓ୍ୱର୍କର ଡେପୁଟି ସିଓଓ ଲିତିଶା ମଙ୍ଗତ ପଣ୍ଡା ଇକତନର ଉଦ୍ୟମକୁ ଦେଶବିଦେଶର ଫ୍ୟାସନ ଡିଜାଇନରଙ୍କ ପ୍ରଶଂସା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
