'BepiColombo': ବୁଧ ଗ୍ରହରେ ପହଞ୍ଚିଲା ‘ବେପିକଲମ୍ବୋ’

Nov 24, 2026 - 07:35
'BepiColombo': ବୁଧ ଗ୍ରହରେ ପହଞ୍ଚିଲା ‘ବେପିକଲମ୍ବୋ’

ମଣିଷ ପ୍ରେରିତ 'ବେପିକଲମ୍ବୋ' ନାମକ ମହାକାଶଯାନ ବୁଧ ଗ୍ରହର କକ୍ଷପଥରେ ପହଞ୍ଚିଛି।

ୟୁରୋପ ଓ ଜାପାନ ମିଳିତ ଭାବେ ଏହି ମହାକାଶଯାନ ପଠାଇଛନ୍ତି।

ସୌରଜଗତ୍‌ର ସବୁଠୁ ସାନ ଗ୍ରହର ନିକଟତର ହୋଇ ବେପିକଲମ୍ବୋ ରହସ୍ୟମୟ ବିଶ୍ବ ସମ୍ବନ୍ଧରେ ଗବେଷଣା କରିବାରେ ବୈଜ୍ଞାନିକମାନଙ୍କୁ ସାହାଯ୍ୟ କରିବ।

Advertisment ବେପିକଲମ୍ବୋ ଟିମ୍‌ ଜଣାଇଛନ୍ତି ଯେ ମହାକାଶଯାନଟି ମଝିରେ ସଂଯୋଗ ହରାଇ ଥିବା ବେଳେ ଏବେ ଗ୍ରାଉଣ୍ଡ୍‌ କଣ୍ଟ୍ରୋଲର୍‌ମାନଙ୍କ ସହିତ ପୁଣି ଥରେ ଯୋଗାଯୋଗ ସ୍ଥାପନ କରିଛି।

ୟୁରୋପିଆନ୍‌ ସ୍ପେସ୍ ଅପରେସନ୍‌ ସେଣ୍ଟର୍‌ରେ ଥିବା ଫ୍ଲାଇଟ୍‌ ଡାଇନାମିକ୍‌ ଟିମ୍‌ ମଧ୍ୟ ଯାଞ୍ଚ କରି ଦେଖିଛି ଯେ ବେପିକଲମ୍ବୋ ବୁଧ ଚାରିପଟେ ଘୂରି ବୁଲୁଛି।

ୟୁରୋପିଆନ୍‌ ସ୍ପେସ୍ ଏଜେନ୍‌ସି ଏବଂ ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍‌ ଏଜେନ୍‌ସି ଏହି ଅଭିଯାନ ମିଳିତ ଭାବେ ଚଳାଉଛନ୍ତି।

୨୦୧୮ ଅକ୍‌ଟୋବର ୨୦ ତାରିଖରେ ସେମାନେ 'ବେପିକ‌ଲମ୍ବୋ'ର ଉତ୍‌କ୍ଷେପଣ କରିଥିଲେ।

ବୁଧ ପୃଥିବୀର ସବୁଠୁ ନିକଟ ଗ୍ରହ ହୋଇଥିଲେ ବି ତା' ବିଷୟରେ ଏଯାବତ୍‌ ବିଶେଷ କିଛି ଗବେଷଣା ହୋଇନାହିଁ।

ବୁଧ ଗ୍ରହର ଆଭ୍ୟନ୍ତରୀଣ ଗଠନକୁ ଅନୁଶୀଳନ କରି ଏହାର ସୃଷ୍ଟି ପ୍ରକ୍ରିୟାକୁ ବୁଝିବା ଉଦ୍ଦେଶ୍ୟରେ ବେପିକ‌ଲମ୍ବୋ ତିଆରି କରାଯାଇଛି।

ବୁଧ ଗ୍ରହ ନିକଟତର ହେବା ପାଇଁ ବେପିକଲମ୍ବୋ ସୌରଜଗତ୍‌ ମଧ୍ୟରେ ୮ ବର୍ଷ ଯାତ୍ରା କରିଛି।

କୋଟି କୋଟି କିଲୋମିଟର୍‌ ଯାତ୍ରା କରିବା ବେଳେ ବେପିକଲମ୍ବୋ ଅନ୍ୟ କେତେକ ଗ୍ରହ ପାଖ ଦେଇ ଯାଇଛି।

ଏହି ମିସନ୍‌ର ବିଶେଷତ୍ବ ହେଲା, ଏଥିରେ ଦୁଇଟି ସାଇଣ୍ଟିଫିକ୍‌ ଅର୍ବିଟର୍‌ ରହିଛି।

ଏକସଙ୍ଗେ ଓ ଏକ ସମୟରେ ଦୁହେଁ ବୁଧ ଗ୍ରହ ଚାରିପଟେ ବୁଲି କାମ କରିବେ।

ଇଟାଲୀୟ ବୈଜ୍ଞାନିକ ଜୁଜେପେ 'ବେପି' କଲମ୍ବୋଙ୍କ ନାମ ଅନୁସାରେ ଏହି ଅଭିଯାନର ନାମକରଣ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)