Beaten to Death ଜମିଜମା ବିବାଦରୁ  ଧାନ ବିଲରେ ପିଟିପିଟି ମାରିଦେଲେ

Aug 19, 2026 - 19:27
Beaten to Death ଜମିଜମା ବିବାଦରୁ  ଧାନ ବିଲରେ ପିଟିପିଟି ମାରିଦେଲେ

"ଠାକୁରମୁଣ୍ଡା: ମହୁଲଡିହା ଥାନା ଅନ୍ତର୍ଗତ ଚମ୍ପାଝର ପଞ୍ଚାୟତ ଡଙ୍ଗାଡିହାର ଚତରିସାହିରେ ଜମିରେ ପାଣି ଛାଡିବାକୁ ନେଇ ବିବାଦରୁ ଜଣକୁ ବିଭତ୍ସ ଭାବେ ହତ୍ୟା କରାଯାଇଛି।

ମୃତକ ଜଣକ ହେଲେ ନନ୍ଦ ଆଲଡା (୪୦)।Advertisment Land dispute: ଜମିଜମା ବିବାଦ: ପିଉସାଙ୍କୁ ମାରି ଜଙ୍ଗଲରେ ପୋଡ଼ିଦେଲେ ସୂଚନାନୁସାରେ, ଚତରିସାହି ଗ୍ରାମର ତୁମ୍ବା ହୋ (୪୫) ୧୮ ତାରିଖ ୪ ଟା ବେଳେ ବିଲକୁ ଯାଇଥିବା ବେଳେ ବିଲରେ ପାଣି ଛାଡିବା ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ଏହି ସମୟରେ ତୁମ୍ବା ହଠାତ୍‌ ଉତ୍‌କ୍ଷିପ୍ତ ହୋଇ କୋଦାଳ ପଶାରେ ନନ୍ଦଙ୍କ ମୁଣ୍ଡର ପଛପଟେ ପିଟି ଦେଇଥିଲେ।

ସେଠାରେ ହିଁ ନନ୍ଦ ଟଳିପଡ଼ିଥିଲେ।

ସେ ତଳେ ପଡ଼ିବା ପରେ ମଧ୍ୟ ତୁମ୍ବାଙ୍କ କ୍ରୋଧ ଶାନ୍ତ ହୋଇନଥିଲା।

ପୁଣି ତାଙ୍କୁ ବାଡ଼େଇ ଚାଲିଥିଲା।

Student Found Dead ଗୋପାଳପୁର ସେଞ୍ଚୁରିଆନ ଶିକ୍ଷାନୁଷ୍ଠାନର ବିଫାର୍ମା ଛାତ୍ରଙ୍କ ମୃତ୍ୟ, ହତ୍ୟା ଅଭିଯୋଗ ଘଟଣା ସମ୍ପର୍କରେ ମୃତକଙ୍କ ବଡ଼ଭାଇ ଦୁର୍ଲଭ ଆଲଡାଙ୍କ ଅଭିଯୋଗ ପରେ ମହୁଲଡିହା ଥାନା   ପୁଲିସ ରାତିରେ ଯାଇ ଶବ ଜବତ କରିଥିଲା।

ଅଭିଯୁକ୍ତ ଓ ତାଙ୍କ ପୁଅକୁ ଅଟକ ରଖିଛନ୍ତି।

ଘଟଣା ସ୍ଥଳରୁ ଗୋଟିଏ କୋଦାଳ ଓ ଗୋଟିଏ ଟାଙ୍ଗିଆ ଜବତ ହୋଇଛି।

ଆଜି ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିଛି।

ଆଇଆଇସି ବୀରେନ୍ଦ୍ର କୁମାର ରାଉତ କହିଛନ୍ତି, ଏନେଇ ନଂ ୧୧୯/୨୬ ଏକ ମାମଲା ରୁଜୁକରାଯାଇଛି।

ଶବ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକକୁ ପଠାଯାଇଛି।

ଅଭିଯୁକ୍ତଙ୍କୁ ପଚରା ଉଚରା କରୁଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media