Jammu and Kashmir: ଜମ୍ମୁ-କାଶ୍ମୀର ଭାରତର ଗୁରୁତ୍ବପୂର୍ଣ୍ଣ ଅଂଶ’: ଆମେରିକାର ରାଷ୍ଟ୍ରଦୂତ ଗୋର

Aug 19, 2026 - 20:30
Jammu and Kashmir: ଜମ୍ମୁ-କାଶ୍ମୀର ଭାରତର ଗୁରୁତ୍ବପୂର୍ଣ୍ଣ ଅଂଶ’: ଆମେରିକାର ରାଷ୍ଟ୍ରଦୂତ ଗୋର

"ଶ୍ରୀନଗର: ଜମ୍ମୁ-କାଶ୍ମୀର ଭାରତର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର।

ବୁଧବାର ପ୍ରଥମ ଥର ପାଇଁ ଶ୍ରୀନଗର ଗସ୍ତରେ ଆସିଥିବା ଗୋର ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ସାକ୍ଷାତ୍‌ କରିଥିଲେ।

ଏହି ସାକ୍ଷାତ୍‌ ପରେ ସେ ଆମେରିକାର ଜମ୍ମୁ-କାଶ୍ମୀର ସମ୍ପର୍କିତ ଯାତ୍ରା ପରାମର୍ଶକୁ ପୁନର୍ବିଚାର କରାଯାଇପାରେ ବୋଲି ସଙ୍କେତ ଦେଇଛନ୍ତି।Advertisment ଆହୁରି ପଢନ୍ତୁ :Mega Project Reviewed ଏସ୍‌ସିବି ମେଡିକାଲ  ଓ ରାଉରକେଲା ହନୁମାନ ବାଟିକା ପ୍ରକଳ୍ପ ପୁନଃବିକାଶ ସମୀକ୍ଷା ଗୋର କହିଛନ୍ତି, ଜମ୍ମୁ-କାଶ୍ମୀର ଭାରତର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ।

ଅଞ୍ଚଳର ବର୍ତ୍ତମାନ ସ୍ଥିତିକୁ ନେଇ ଆମେରିକା ନଜର ରଖିଛି।

ଏହାକୁ ଆଧାର କରି ଆମେରିକା ନିଜର ଯାତ୍ରା ପରାମର୍ଶରେ ପରିବର୍ତ୍ତନ ଆଣିବା ନେଇ ବିଚାର କରିବ ବୋଲି ସେ କହିଛନ୍ତି।

ଏହି ବିବୃତି ଭାରତ-ଆମେରିକା ସମ୍ପର୍କ ପରିପ୍ରେକ୍ଷୀରେ ବିଶେଷ ଗୁରୁତ୍ବ ବହନ କରୁଛି।

ଶ୍ରୀନଗର ଗସ୍ତ ସମୟରେ ଗୋର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ଆଲୋଚନା କରିଥିଲେ।

ଆହୁରି ପଢନ୍ତୁ :Iqbal Treatment: ଯନ୍ତ୍ରଣାରୁ ମୁକ୍ତି ପାଇବ ଇକବାଲ!

ଚିକିତ୍ସା ପାଇଁ  ହାତ ବଢାଇଲେ ଅନନ୍ତ ଅମ୍ବାନି  ଏହା ଗୋରଙ୍କ ଭାରତରେ ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ନେବା ପରେ ଜମ୍ମୁ-କାଶ୍ମୀରକୁ ପ୍ରଥମ ଗସ୍ତ।

ତାଙ୍କ ଗସ୍ତକୁ ନେଇ ଅଞ୍ଚଳର ସୁରକ୍ଷା ସ୍ଥିତି, ପର୍ଯ୍ୟଟନ ଓ ଆମେରିକାର ଯାତ୍ରା ପରାମର୍ଶ ନେଇ ଆଲୋଚନା ଗୁରୁତ୍ବ ପାଇଛି।

ବର୍ତ୍ତମାନ ଜମ୍ମୁ-କାଶ୍ମୀର ସମ୍ପର୍କରେ ଆମେରିକାର ଯାତ୍ରା ପରାମର୍ଶରେ ନାଗରିକଙ୍କୁ ସୁରକ୍ଷା ଦୃଷ୍ଟିରୁ ସତର୍କ ରହିବାକୁ କୁହାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media