Royal Enfield: ରୟାଲ୍‌ ଏନ୍‌ଫିଲ୍ଡର କ୍ଲାସିକ୍‌ ୩୫୦ ଗୋର୍ଖା ଏଡିସନ୍‌

Aug 19, 2026 - 20:46
Royal Enfield: ରୟାଲ୍‌ ଏନ୍‌ଫିଲ୍ଡର କ୍ଲାସିକ୍‌ ୩୫୦ ଗୋର୍ଖା ଏଡିସନ୍‌

"ଭୁବନେଶ୍ବର: ରୟାଲ୍‌ ଏନ୍‌ଫିଲ୍ଡ ପକ୍ଷରୁ ନୂଆ କ୍ଲାସିକ୍‌ ୩୫୦ ଗୋର୍ଖା ଏଡିସନ୍‌କୁ ଓଡ଼ିଶା ବଜାରରେ ଉନ୍ମୋଚନ କରାଯାଇଛି।

ଗୋର୍ଖା ‌ରେଜିମେଣ୍ଟର ଅତୁଳନୀୟ ବୀରତ୍ବ, ପରମ୍ପରା ଓ ଭାବକୁ ସମ୍ମାନ ଜଣାଇ ଏହି ମୋଟରସାଇକଲ୍‌କୁ ପ୍ରସ୍ତୁତ କରାଯାଇଛି।

ଖୋର୍ଗା ସମୁଦାୟର ସାହସୀ ବୀରଙ୍କ ପ୍ରତି ଏକ ସମ୍ମାନ ସ୍ବରୂପ କ୍ଲାସିକ୍ ୩୫୦ ଗୋର୍ଖା ଏଡିସନ୍‌ର ପରିକଳ୍ପନା କରାଯାଇଛି।

Advertisment  ଆହୁରି ପଢନ୍ତୁ :Flight: ଦୁଇଥର କମିଲା ବେଗ, ୨ ଘଣ୍ଟାର ଆତଙ୍କ: ମ୍ୟୁନିକ୍‌ ବିମାନବନ୍ଦରରେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଭିଏତନାମ୍‌ ବିମାନ କମ୍ପାନି ପକ୍ଷରୁ କୁହାଯାଇଛି ଯେ ଏହା କେବଳ ଏକ ସାଧାରଣ ସହଯୋଗିତା ନୁହେଁ, ବରଂ ବିଶ୍ବର ସବୁଠୁ ବିଶିଷ୍ଟ ଯୁଦ୍ଧ ଶକ୍ତି ପ୍ରତି ଏକ ସମ୍ମାନଜନକ ସମ୍ମାନ।

ନୂଆ କ୍ଲାସିକ୍‌ ୩୫୦ ଗୋର୍ଖା ଏଡିସନ୍‌ରେ ସମ୍ପୂର୍ଣ୍ଣ ଏଲ୍‌ଇଡି ଲାଇଟ୍‌ ବ୍ୟବସ୍ଥା, ଆସିଷ୍ଟ ଆଣ୍ଡ୍‌ ସ୍ଲିପର୍‌ କ୍ଲଚ୍‌, ୟୁଏସ୍‌ବି ଫା‌‌ଷ୍ଟ ସି-ଟାଇପ୍‌ ଚାର୍ଜର, ଟ୍ରିପର ନାଭିଗେସନ ଳି ସୁବିଧା ରହିଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ରୟାଲ୍‌ ଏନ୍‌ଫିଲ୍ଡ ସୋରୁମ୍‌ରେ ଏହାକୁ ଉନ୍ମୋଚନ କରାଯାଇଛି।

ଏହାର ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଥିବା କମ୍ପାନି ପକ୍ଷରୁ କୁହାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media