Bazar Kolkata: କାର୍ତ୍ତିକ ଆର୍ଯ୍ୟନ ବଜାର କୋଲକାତା ବ୍ରାଣ୍ଡ୍‌ ଆମ୍ବାସଡର୍‌

Aug 19, 2026 - 01:13
Bazar Kolkata: କାର୍ତ୍ତିକ ଆର୍ଯ୍ୟନ ବଜାର କୋଲକାତା ବ୍ରାଣ୍ଡ୍‌ ଆମ୍ବାସଡର୍‌

"ଭୁବନେଶ୍ବର: ବଜାର କୋଲକାତା ପକ୍ଷରୁ ବଲିଉଡ୍‌ ତାରକା କାର୍ତ୍ତିକ ଆର୍ଯ୍ୟନଙ୍କୁ ବ୍ରାଣ୍ଡ୍‌ ଆମ୍ବାସଡର ନିଯୁକ୍ତ କରାଯାଇଛି।

୨୦୦୨ରୁ ଯାତ୍ରା ଆରମ୍ଭ କରିଥିବା ଏହି କମ୍ପାନି ଏବେ ଦେଶର ଅଗ୍ରଣୀ ଭାଲ୍ୟୁ ରିଟେଲ୍‌ ବ୍ରାଣ୍ଡ୍‌ ଭାବେ ଉଭା ହେବା ସହ ଏହାର ଗୁଣାତ୍ମକ ମାନ, ସୁଲଭତା ଓ ବିଭିନ୍ନତା ଜରିଆରେ କୋଟି କୋଟି ଗ୍ରାହକଙ୍କ ବିଶ୍ବାସ ଜିତିପାରିଛି।Advertisment ଏହି ଅବସରରେ କମ୍ପାନିର ନିର୍ଦ୍ଦେଶକ ଓ ସିଇଓ ଅଭିଶେକ ଖେମ୍‌କା କହିଛନ୍ତି ଯେ କାର୍ତ୍ତିକ ଏକ ବିଶ୍ବାସୀ, ଆକାଂକ୍ଷୀ ପିଢ଼ିର ପ୍ରତିନିଧିତ୍ବ କରୁଛନ୍ତି।

ଏକ ଆଞ୍ଚଳିକ ଭାଲ୍ୟୁ ରିଟେଲର୍‌ରୁ ୧୩ଟି ରାଜ୍ୟରେ ୨୫୦ଟି ଷ୍ଟୋର୍‌ ପର୍ଯ୍ୟନ୍ତ ଯାତ୍ରା ଆମ ଉପରେ ଗ୍ରାହକମାନଙ୍କ ରହିଥିବା ଭରସାକୁ ପ୍ରତିଫଳିତ କରୁଛି।

ଆମେ ପୂଜା ଋତୁରେ ପ୍ରବେଶ କରୁଥିବା ବେଳେ ଏହି ସହଯୋଗିତା ଆମ ଯାତ୍ରାରେ ଏକ ଆକର୍ଷଣୀୟ ଅଧ୍ୟାୟ ହୋଇଛି।

Aamir Khan: ବଲିଉଡ୍‌ର ଏହି ଷ୍ଟାର ଅଭିନେତାଙ୍କୁ ହତ୍ୟା ଧମକ ସେହିପରି, ବଜାର କୋଲକାତା ପରିବାର ସହ ଯୋଡ଼ି ହୋଇ ମୁଁ ବହୁତ ଖୁସି ବୋଲି କାର୍ତ୍ତିକ କହିଛନ୍ତି।

କମ୍ପାନିର ମାର୍କେଟିଂ ମୁଖ୍ୟ ଉମେଶ ଶର୍ମା କହିଛନ୍ତି ଯେ ବଜାର କୋଲକାତା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତ।

ଆମ ବ୍ରାଣ୍ଡ୍‌ର ଚେହେରା ଭାବେ କାର୍ତ୍ତିକଙ୍କୁ ସ୍ବାଗତ କରି ଆମେ ବେଶ୍‌ ଉଲ୍ଲସିତ।

ଆମେ ସାରା ଦେଶରେ ସମ୍ପ୍ରସାରଣ ଜାରି ରଖିଥିବାରୁ ଏହି ସହଯୋଗିତା ଆମ ବ୍ରାଣ୍ଡ୍‌ ଓ ଗ୍ରାହକମାନଙ୍କ ସହ ଆମ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media