Bank: ୟୁନିଅନ୍ ବ୍ୟାଙ୍କ ପକ୍ଷରୁ ୱାକାଥନ୍
ଭୁବନେଶ୍ୱର: ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ସଚେତନତା ସପ୍ତାହ-୨୦୨୬ ଅବସରରେ ଏକ ୱାକାଥନ୍ ଅନୁଷ୍ଠିତ ହୋଇଯାଇଛି।
ୱାକାଥନ୍ ସହିଦ ନଗର ଦୁର୍ଗାପୂଜା ମଣ୍ଡପରୁ ଆରମ୍ଭ ହୋଇ ରାମ ମନ୍ଦିର ଛକ ପର୍ଯ୍ୟନ୍ତ ଯାଇ ପୁନର୍ବାର ଦୁର୍ଗାପୂଜା ମଣ୍ଡପକୁ ଫେରିଥିଲା।
Advertisment ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ମହାପ୍ରବନ୍ଧକ ସଞ୍ଜୀବ ରଞ୍ଜନ ସହାୟ, ଉପଆଞ୍ଚଳିକ ମୁଖ୍ୟ ଶଙ୍କର ହେମ୍ବ୍ରମ୍, ଭୁବନେଶ୍ବର କ୍ଷେତ୍ରର ଉପମହାପ୍ରବନ୍ଧକ ତଥା କ୍ଷେତ୍ରୀୟ ମୁଖ୍ୟ ତୁଷାରକାନ୍ତ କରଙ୍କ ସମେତ କ୍ଷେତ୍ରୀୟ କାର୍ଯ୍ୟାଳୟ ଓ ସ୍ଥାନୀୟ ଶାଖାର ବରିଷ୍ଠ ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ।
ଏହି ପଦକ୍ଷେପ ମାଧ୍ୟମରେ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସଚ୍ଚୋଟତାକୁ ପ୍ରୋତ୍ସାହନ ଦେବା, ଜନସାଧାରଣଙ୍କ ମଧ୍ୟରେ ସତର୍କତା ସଚେତନତା ବଢ଼ାଇବା ଏବଂ ଦୁର୍ନୀତିମୁକ୍ତ ସମାଜ ଗଠନ ଦିଗରେ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
