Foreign exchange: ଟଙ୍କା ପାଇଁ ଅତ୍ୟଧିକ ବିଦେଶୀ ମୁଦ୍ରା ଖର୍ଚ୍ଚ କରନି: ରାଜନ

Oct 28, 2026 - 00:08
Foreign exchange: ଟଙ୍କା ପାଇଁ ଅତ୍ୟଧିକ ବିଦେଶୀ ମୁଦ୍ରା ଖର୍ଚ୍ଚ କରନି: ରାଜନ

ନୂଆଦିଲ୍ଲୀ: ଏକ ନିର୍ଦ୍ଧାରିତ ସୀମା ଭିତରେ ଡଲାର ତୁଳନାରେ ଟଙ୍କା ମୂଲ୍ୟକୁ ରଖିବା ଲାଗି ଅତ୍ୟଧିକ ବିଦେଶୀ ମୁଦ୍ରା ଖର୍ଚ୍ଚ ନ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ପରାମର୍ଶ ଦେଇଛନ୍ତି।

ଯେକୌଣସି ମୂଲ୍ୟ ଦେଇ ଟଙ୍କାକୁ ବଞ୍ଚାଇବା ପାଇଁ ପ୍ରୟାସ ନ କରି ତାହା ଯଦି ଦୁର୍ବଳ ହେଉଛି, ତେବେ ତାହାକୁ ଦୁର୍ବଳ ହେବାକୁ ଦିଆଯାଉ ବୋଲି ସେ କହିଛନ୍ତି।ଭୂରାଜନୈତିକ ସଙ୍କଟ ଓ ଯୁଦ୍ଧ ପ୍ରଭାବରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଚଳିତ ବର୍ଷ ୬ ପ୍ରତିଶତ ଦୁର୍ବଳ ହୋଇଛି।

ଏହା ଏସିଆର ଦ୍ବିତୀୟ ସବୁଠୁ ଖରାପ ପ୍ରଦର୍ଶନ କରୁଥିବା ମୁଦ୍ରା ହୋଇଛି।

Advertisment ଗତ ମେ ମାସରେ ଏକ ଡଲାର ଦାମ୍‌ ୯୬ ଟଙ୍କା ୯୬ ପଇସା ହୋଇଯାଇଥିଲା।

ଟଙ୍କା ମୂଲ୍ୟ ଉପରେ ନିୟନ୍ତ୍ରଣ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମିତ ବ୍ୟବଧାନରେ ହସ୍ତକ୍ଷେପ କରୁଛି।

ଅର୍ଥାତ ଏହା ନିଜ ଗଚ୍ଛିତ ମୁଦ୍ରା ଭଣ୍ଡାରରୁ ବିଦେଶୀ ମୁଦ୍ରା ବାହାର କରି ତାହାକୁ ସ୍ବଳ୍ପ ମୂଲ୍ୟରେ ଉପଲବ୍ଧ କରାଇ ଡଲାର ଚାହିଦା କମ୍‌ କରିବାକୁ ଉଦ୍ୟମ କରୁଛି। ‌ତେବେ ଏହି କାର୍ଯ୍ୟରେ ଅତ୍ୟଧିକ ଡଲାର ଖର୍ଚ୍ଚ କରିବା ବିଷୟକୁ ରାଜନ ପସନ୍ଦ କରିନାହାନ୍ତି।

ଟଙ୍କା ଦୁର୍ବଳ ହେଲେ ତୁରନ୍ତ ଚାପଗ୍ରସ୍ତ ନ ହୋଇ, ପୂର୍ବରୁ ଘଟିଥିବା ଘଟଣାଗୁଡ଼ିକୁ ବିଚାରକୁ ନେଇ ସେହି ଅନୁସାରେ ରଣନୀତି ପ୍ରସ୍ତୁତ କରିବାକୁ ରାଜନ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, ବର୍ତ୍ତମାନ ଭଳି ସମୟରେ ମୁଦ୍ରା ମୂଲ୍ୟରେ ହେଉଥିବା ହ୍ରାସ ସମ୍ପୂର୍ଣ୍ଣ ରୂପେ ଖରାପ ନୁହେଁ।

ଏହା ରପ୍ତାନିରେ ସ୍ଥିରତା ଆଣିପାରିବ।

ଅନ୍ତର୍ଜାତୀୟ ବଜାରରେ ଭାରତୀୟ ସାମଗ୍ରୀଗୁଡ଼ିକ ପ୍ରତିଯୋଗିତା କରିପାରିବେ।

ବିଦେଶୀ ନିବେଶକମାନେ ଲଗାତାର ଭାବେ ଇକ୍ବିଟି ବଜାରରୁ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ସୃଷ୍ଟି ହୋଇଥିଲା।

ସେହି ସ୍ଥିତିର ମୁକାବିଲା କରିବାକୁ ପ୍ରବାସୀ ଭାରତୀୟଙ୍କ ପାଇଁ ସ୍ବତନ୍ତ୍ର ଜମା ଯୋଜନା ଘୋଷଣା କରାଯାଇଥିଲା।

ଉକ୍ତ ପଦ‌କ୍ଷେପ ଜରିଆରେ ୧୪୦ ବିଲିଅନ୍‌ ଡଲାର ସଂଗ୍ରହ ହୋଇଥିଲା।

ତାହାର ପ୍ରାୟ ଅଧା ରାଶିକୁ ଟଙ୍କା ମୂଲ୍ୟକୁ ସ୍ଥିର ରଖିବାରେ ଖର୍ଚ୍ଚ କରାଯାଇଛି।

ପୂର୍ବରୁ କେବେବି ଏତେ ପରିମାଣର ବିଦେଶୀ ମୁଦ୍ରା ଏତେ ଶୀଘ୍ର ଖର୍ଚ୍ଚ ହୋଇନଥିଲା ବୋଲି ରାଜନ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)