Bali Yatra: ଜଣଙ୍କର ଜୀବନ ଗଲା ପରେ ଚେତିଲା ପ୍ରଶାସନ, କଟକ ବାଲିଯାତ୍ରାରେ ଆଜି ଦୋଳିଖେଳ ବନ୍ଦ

Nov 27, 2026 - 14:33
Bali Yatra: ଜଣଙ୍କର ଜୀବନ ଗଲା ପରେ ଚେତିଲା ପ୍ରଶାସନ, କଟକ ବାଲିଯାତ୍ରାରେ ଆଜି ଦୋଳିଖେଳ ବନ୍ଦ

କଟକ : ଗତକାଲିର ଅଘଟଣ ପରେ ଚେତିଲା ପ୍ରଶାସନ।

କଟକ ବାଲିଯାତ୍ରା ରେ ଆଜି ଦୋଳିଖେଳ ଉପରେ ଲଗାଇଲା କଟକଣା।

ଆଜି କଟକ ବାଲିଯାତ୍ରାରେ ବନ୍ଦ ରହିବ ଦୋଳି ଖେଳ।

Advertisment ସୂଚନାଯୋଗ୍ୟ ବାଲିଯାତ୍ରା ପଡ଼ିଆରେ ଗତକାଲି ରାମଦୋଳି ଉପରୁ ଦୁଇଜଣ ଯୁବକ ତଳକୁ ଖସିପଡ଼ିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।

ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

ମୃତକ ହେଲେ ଚନ୍ଦ୍ରକାନ୍ତ ବଳ।

ତାଙ୍କ ଘର ଭଦ୍ରକରେ ବୋଲି ଜଣାଯାଇଛି।

ତଳ ବାଲିଯାତ୍ରା ପଡ଼ିଆର 'କଟକ ଇନ୍‌ କଟକ' ନିକଟରେ ବାସୁଦେବ ନାମକ ଏକ ଦୋଳି ସଂସ୍ଥା ପକ୍ଷରୁ ରାମଦୋଳି ପଡ଼ିଛି।

ଏହି ଦୋଳିରେ ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ଦୁଇ ଜଣ ଯୁବକ ଚଢ଼ିଥିଲେ।

କୌଣସି କାରଣରୁ ଉଭୟ ଦୋଳିରୁ ଖସିପଡ଼ିଥିଲେ।

ଘଟଣା ଜଣାପଡ଼ିବା ପରେ ବାଲିଯାତ୍ରା ପଡ଼ିଆରେ ମୁତୟନ ଅଗ୍ନିଶମ ଟିମ୍‌ ଓ ଜୋନ୍‌ ଏସିପି ଗିରିଜା ଚକ୍ରବର୍ତ୍ତୀ ତୁରନ୍ତ ସେଠାରେ ପହଞ୍ଚିଥିଲେ।

ଆହତ ଦୁଇ ଯୁବକଙ୍କୁ ୧୦୮ ଆମ୍ବୁଲାନ୍ସରେ ଏସ୍‌ସିବି ମେଡିକାଲକୁ ନିଆଯାଇଥିଲା।

୩୦ ବର୍ଷୀୟ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ତେବେ ଟ୍ରମା କାଜୁଆଲିଟିରେ ପହଞ୍ଚିବା ପୂର୍ବରୁ ଜଣେ ୨୫ ବର୍ଷୀୟ ଯୁବକଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟ ଜଣେ ୩୦ ବର୍ଷୀୟ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ମୃତ ଯୁବକଙ୍କ ପରିଚୟ ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଦୋଳିରୁ ଦୁଇଜଣ କିପରି ଖସିପଡ଼ିଲେ, ତାହା ସ୍ପଷ୍ଟ ହୋଇନାହିଁ।

୨୦୨୫ ବାଲିଯାତ୍ରାରେ ମଧ୍ୟ ଅନୁରୂପ ଅଘଟଣ ଘଟିଥିଲା।

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୮ ଜଣ ଯୁବକଯୁବତୀ ଦୋଳିରେ ଫସି ରହିଥିଲେ।

ସେତେବେଳେ ଅଗ୍ନିଶମ ଟିମ୍‌ ସମସ୍ତଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଥିଲା।

Dhanu Yatra: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର 'କଂସ' ପାଇଁ କଳାକାର ଚୟନ ପ୍ରକ୍ରିୟା ଜାରି, ଭାଗ ନେଇଛନ୍ତି ୪୨ ପ୍ରାର୍ଥୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)