Awards: କେନ୍‌ଙ୍କୁ ବାଲାନ୍‌ ଡି’ଓର୍‌ ପୁରସ୍କାର: ୨୫ ବର୍ଷ ପରେ ଇଂଲିସ୍‌ ଫୁଟ୍‌ବଲର୍‌ ଭାବେ ଜିତିଲେ

Oct 27, 2026 - 11:30
Awards: କେନ୍‌ଙ୍କୁ ବାଲାନ୍‌ ଡି’ଓର୍‌ ପୁରସ୍କାର: ୨୫ ବର୍ଷ ପରେ ଇଂଲିସ୍‌ ଫୁଟ୍‌ବଲର୍‌ ଭାବେ ଜିତିଲେ

ଲଣ୍ଡନ: ଇଂଲଣ୍ଡ ଫୁଟ୍‌ବଲ ର୍‌ ହ୍ୟାରି କେନ୍‌ଙ୍କ ବହୁ ଦିନର ସ୍ବପ୍ନ ପୂରଣ ହୋଇଛି।

ସୋମବାର ଫୁଟ୍‌ବଲ୍‌ର ସବୁଠୁ ବଡ଼ ବ୍ୟକ୍ତିଗତ ସମ୍ମାନ ବାଲାନ୍‌ ଡି' ଓର୍‌ ପୁରସ୍କାର ସେ କରାୟତ୍ତ କରିଛନ୍ତି।

ଏଥିସହ ପ୍ରାୟ ୨୫ ବର୍ଷ ପରେ ଜଣେ ଇଂଲିସ ଖେଳାଳି ଭାବେ ସେ ଏହି ସମ୍ମାନ ପାଇବାର ‌ଗୌରବ ପାଇଛନ୍ତି।

ଶେଷ ଥର ଲାଗି ୨୦୦୧ରେ ମିଚେଲ ଓଏନ୍‌ ଇଂଲିସ୍‌ ଖେଳାଳି ଭାବେ ଏହି ପୁରସ୍କାର ପାଇଥିଲେ।

Advertisment ପୁରସ୍କାର ପାଇବା ପରେ କେନ୍‌ କହିଥିଲେ, ''ୱା..ୱା..

ୱା..

ଆଜି ମୁଁ ନିଃଶବ୍ଦ।

ଲଣ୍ଡନରେ ଉପସ୍ଥିତ ରହିବା, ଏହି ମୁହୂର୍ତ୍ତକୁ ଆହୁରି ବିଶେଷ କରିଦେଇଛି।

ଆଜି ରାତି ମୋ ପାଇଁ ଶୁଭ ସଙ୍କେତ ନେଇ ଆସିଛି।

ମୋତେ ଭୋଟ୍ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ।

ଚଳିତ ବର୍ଷ ପ୍ରତିଯୋଗିତା ବେଶ୍ କଠିନ ଥିଲା।

ଏଠାରେ ବିଶ୍ୱସ୍ତରୀୟ ଖେଳାଳିମାନେ ଉପସ୍ଥିତ ଅଛନ୍ତି।

ସମସ୍ତ ବିଜେତା ଓ ମନୋନୀତ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ।

ଦୃଢ଼ ସଂକଳ୍ପ ଓ କଠିନ ପରିଶ୍ରମ ମାଧ୍ୟମରେ କେତେ ସଫଳତା ହାସଲ କରାଯାଇପାରେ, ତାହା ଆପଣମାନେ ପ୍ରମାଣିତ କରିଛନ୍ତି।'' ପୁରସ୍କାର ଦୌଡ଼ରେ ଥିବା ଗତ ବିଶ୍ବକପ୍‌ର ସର୍ବାଧିକ ଗୋଲ୍‌ ଦେଇଥିବା ରିଅଲ୍‌ ମାଡ୍ରିଡ୍‌ର ଫ୍ରାନ୍ସ ଖେଳାଳି କାଇଲିଆନ୍‌ ଏମ୍‌ବାପେ ଓ ବାର୍ସିଲୋନାର ସ୍ପେନୀୟ ତାରକା ଲାମିନେ ୟାମାଲଙ୍କୁ ପଛରେ ପକାଇ କେନ୍‌ ଏହି ପୁରସ୍କାର ଜିତିଥିଲେ।

ଏହି ବେୟର୍ନ ମୁନିକ୍‌ ଖେଳାଳି ୨୦୨୫-୨୬ ଋତୁରେ ଚମତ୍କାର ପ୍ରଦର୍ଶନ କରିଥି‌ଲେ।

ଏହି ଇଂଲଣ୍ଡ ଅଧିନାୟକ ବେୟର୍ନ ପାଇଁ ୫୧ ମ୍ୟାଚ୍‌ ଖେଳି ୬୧ ଗୋଲ୍‌ ଦେଇଥି‌ଲେ।

ତାଙ୍କର ଏହି ପ୍ରଦର୍ଶନ ବଳରେ ଦଳ ଜର୍ମାନ ଲିଗ୍‌ ଓ ଘରୋଇ କପ୍‌ ଟାଇଟଲ୍‌ ଜିତି ପାରିଥିଲା।

ବିଶ୍ବକପ୍‌ରେ ସେ ୬ ଗୋଲ୍‌ ଦେଇ ଇଂଲଣ୍ଡକୁ ସେମିଫାଇନାଲ୍‌ରେ ପହଞ୍ଚାଇଥିଲେ।

ଏଥିସହ ସେ ଇଂଲଣ୍ଡ ପକ୍ଷରୁ ବିଶ୍ବକପ୍‌ ଏବଂ ଦେଶର ସର୍ବାଧିକ ଗୋଲ୍‌ ସ୍କୋରର୍‌ ହେବାର ଗୌରବ ଅର୍ଜନ କରିଥିଲେ।

୨୦୨୫-୨୬ରେ ଉଭୟ ଦେଶ ଓ କ୍ଲବ୍‌ ପକ୍ଷରୁ ସେ ୭୩ ଗୋଲ୍‌ କରି ୟୁରୋପର ସର୍ବାଧିକ ଗୋଲ୍‌ ସ୍କୋରର୍‌ ଭାବେ ଋତୁ ‌ଶେଷ କରିଥିଲେ।

ଯୁବ ବୟସରେ ଟୋଟେନହାମ ହଟ୍ସପୁରରୁ ପେସାଗତ ଫୁଟ୍‌ବଲ୍‌ କ୍ୟାରିୟର ଆରମ୍ଭ କରିିଥିବା କେନ୍‌ ୨୦୨୩ରେ ବେୟର୍ନ ମୁନିକ୍‌ରେ ଯୋଗ ଦେଇଥିଲେ।

U-17 Football Selection Row: ଅଣ୍ଡର-୧୭ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟର ଜିଲ୍ଲାସ୍ତରୀୟ ଖେଳାଳୀ ଚୟନରେ ପାତରଅନ୍ତର ଅଭିଯୋଗ ମହିଳା ବର୍ଗରେ ଲଣ୍ଡନ ସିଟି ଲାୟନେସେସ୍‌ର ଆଲେକ୍ସିଆ ପୁତେଲାସ୍‌ ଟ୍ରଫି ଜିତିଛନ୍ତି।

ଏହି ସ୍ପେନ୍‌ ମିଡ୍‌ଫିଲ୍ଡରଙ୍କ ଏହା ତୃତୀୟ ବାଲାନ ଡି'ଓର୍‌ ଫେମିନିନ ପୁରସ୍କାର।

ବାର୍ସିଲୋନାରେ ୧୪ ବର୍ଷ ବିତାଇବା ପରେ ପୁତେଲାସ୍ ଚଳିତ ବର୍ଷ ଜୁଲାଇରେ ଇଂଲଣ୍ଡର ମହିଳା ସୁପର୍‌ ଲିଗ୍‌ କ୍ଲବ୍‌ ଲଣ୍ଡନ୍‌ ସିଟି ଲାୟନେସେସ୍‌ରେ ଯୋଗ ଦେଇଛନ୍ତି।

ଗତ ଋତୁରେ ବାର୍ସିଲୋନାକୁ ତିନିଟି ଟ୍ରଫି ଜିତାଇବା‌ରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ।

ଅନ୍ୟ ପୁରସ୍କାରଗୁଡ଼ିକ ଲାମିନେ ୟାମାଲ (ପୁରୁଷ କୋପା ଟ୍ରଫି), ଭିକି ଲୋପେଜ (ମହିଳା କୋପା ଟ୍ରଫି), ଉନାଇ ସିମନ (ପୁରୁଷ ୟାଶିନ ଟ୍ରଫି), କାଟା କୋଲ୍‌ (ମହିଳା ଗୋଲି), ଲୁଇସ ଡି ଲା ପୁଏଣ୍ଟେ (ପୁରୁଷ ପ୍ରଶିକ୍ଷକ), ପେରେ ରୋମେଉ (ମହିଳା ପ୍ରଶିକ୍ଷକ), ବାର୍ସିଲୋନା (ମହିଳା ପୁରସ୍କାର), ହ୍ୟାରି କେନ୍‌ (ଜର୍ଡ ମୁଲେର ଟ୍ରଫି, ପୁରୁଷ ଷ୍ଟ୍ରାଇକର୍‌) ଜର୍ଡ ମୁଲେର ଟ୍ରଫି, ଚାର୍ଲିନ୍‌ କୋରାଲ (ଜର୍ଡ ମୁଲେର ଟ୍ରଫି, ମହିଳା ଷ୍ଟ୍ରାଇକର୍‌) ପାଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)