Kabaddi Championship: ରାଜ୍ୟଗୋଷ୍ଠୀ କବାଡ଼ି: ସେମିରେ ଭାରତ

Oct 27, 2026 - 12:34
Kabaddi Championship: ରାଜ୍ୟଗୋଷ୍ଠୀ କବାଡ଼ି: ସେମିରେ ଭାରତ

ଅହମଦାବାଦ: ପ୍ରଥମ ଥର ଆୟୋଜିତ ରାଜ୍ୟଗୋଷ୍ଠୀ କବାଡ଼ି ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ପ୍ରବେଶ କରିଛନ୍ତି।

ଏଠାରେ ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଉଭୟ ଦଳ ନାଇଜେରିଆକୁ ପରାସ୍ତ କରିଥିଲେ।

ମହିଳା ଦଳ ୩୮-୧୦ରେ ଏବଂ ପୁରୁଷ ଦଳ ୫୦-୨୩ରେ ଜିତି ଚଳିତ ପ୍ରତିଯୋଗିତାରେ ୪ ଲେଖାଏଁ ବିଜୟ ଅର୍ଜନ କରି ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛି।

ପ୍ରଥମାର୍ଦ୍ଧରେ ୨୪-୬ରେ ଆଗରେ ଥିବା ମହିଳା ଦଳ ପରବର୍ତ୍ତୀ ଅର୍ଦ୍ଧରେ ଆଉ ୧୪ ପଏଣ୍ଟ ଯୋଡ଼ି ବିଜୟୀ ହୋଇଥିଲା।

ଅନୁ ୧୭ରେଡ୍‌ରୁ ୧୧ ପଏଣ୍ଟ୍‌ ଅର୍ଜନ କରିଥିଲା ବେଳେ ସାକ୍ଷୀ ୪, ନିଧୀ ଶର୍ମା ୨ ପଏଣ୍ଟ କରିଥିଲେ।

ସାଭାଇ ଗଧାବୀ ୩ ଏବଂ ରିତୁ ଓ ପ୍ରିୟା ୨ ଲେଖାଏଁ ଟ୍ୟାକେଲ ପଏଣ୍ଟ୍‌ କରି ଦଳର ବିଜୟରେ ଅବଦାନ ରଖିଥିଲେ।

ପୁରୁଷରେ ଭାରତ ୨୫-୭ରେ ପ୍ରଥମାର୍ଦ୍ଧକୁ ନିଜ ନିୟନ୍ତ୍ରଣରେ ରଖିଥିଲା।

ସଚିନ ଓ ଆଦିତ୍ୟ ସିନ୍ଧେ ଯଥାକ୍ରମେ ୧୨, ୧୧ ଓ ୮ ରେଡ୍‌ ପଏଣ୍ଟ କରିଥିଲା ବେଳେ ପଙ୍କଜ ମୋହିତେ ୮ ରେଡ୍‌ ଓ ୨ ଟ୍ୟାକେଲ୍‌ ପଏଣ୍ଟ କରିଥିଲେ।

ସେହିପରି ସୁର୍ଜିତ ନରୱାଲ ୪ ଟ୍ୟାକେଲ ପଏଣ୍ଟ କରି ଦଳକୁ ବିଜୟ ଦେଇଥିଲେ।

Advertisment କେନ୍‌ଙ୍କୁ ବାଲାନ୍‌ ଡି'ଓର୍‌ ପୁରସ୍କାର: ୨୫ ବର୍ଷ ପରେ ଇଂଲିସ୍‌ ଫୁଟ୍‌ବଲର୍‌ ଭାବେ ଜିତିଲେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)