Travel Trips: ହୋଟେଲରୁ ଚେକ୍‌ଆଉଟ୍ ପୂର୍ବରୁ ଭୁଲନ୍ତୁ ନାହିଁ ଏହି ୬ଟି ଜରୁରୀ କଥା, ନଚେତ୍ ହଜିପାରେ ମୂଲ୍ୟବାନ ଜିନିଷ

Oct 27, 2026 - 13:05
Travel Trips: ହୋଟେଲରୁ ଚେକ୍‌ଆଉଟ୍ ପୂର୍ବରୁ ଭୁଲନ୍ତୁ ନାହିଁ ଏହି ୬ଟି ଜରୁରୀ କଥା, ନଚେତ୍ ହଜିପାରେ ମୂଲ୍ୟବାନ ଜିନିଷ

ଆମେ ଛୁଟି କାଟିବାକୁ ବାହାରକୁ ଯାଇଥାଉ।

କିନ୍ତୁ ଟ୍ରିପ୍‌ର ଶେଷ ଦିନ ହୋଟେଲ ରୁ ଚେକ୍‌ଆଉଟ୍ କରିବା ସମୟରେ ତରବରିଆ ଭାବେ ଆମେ ପ୍ରାୟତଃ କିଛି ନା କିଛି ଜିନିଷ ଭୁଲି ଛାଡ଼ି ଆସିଥାଉ।

ହଁ, ଆମର ଏକ ଛୋଟ ଅବହେଳା ପୂରା ଟ୍ରିପ୍‌ର ମଜାକୁ ଫିକା କରିଦେଇପାରେ।

ତେଣୁ, ପରବର୍ତ୍ତୀ ଥର ହୋଟେଲ ରୁମ୍ ଛାଡ଼ିବା ପୂର୍ବରୁ ଏହି ୬ଟି ଜରୁରୀ କଥା ପ୍ରତି ନିଶ୍ଚିତ ଧ୍ୟାନ ଦେବା ଜରୁରୀ ।

Advertisment ୧.

ଲକର୍ ଯାଞ୍ଚ କରିବାକୁ ଭୁଲନ୍ତୁ ନାହିଁ ଆମେ ପ୍ରାୟତଃ ନିଜର ମୂଲ୍ୟବାନ ଜିନିଷ ଯେପରିକି ଗହଣା, ପାସପୋର୍ଟ କିମ୍ବା ଅତିରିକ୍ତ ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ହୋଟେଲର ଡିଜିଟାଲ୍ ଲକର୍‌ରେ ରଖିଦେଉ।

କିନ୍ତୁ ଫେରିବା ସମୟରେ ସେଗୁଡ଼ିକୁ ନେବାକୁ ଭୁଲିଯାଉ।

ତେଣୁ ରୁମ୍ ଛାଡ଼ିବା ପୂର୍ବରୁ ଲକର୍ ଖୋଲି ଭଲ ଭାବେ ଯାଞ୍ଚ କରିବା ସବୁଠାରୁ ଜରୁରୀ।

୨.

ଡ୍ରୟର୍ ଓ ବିଛଣା ତଳେ ଯାଞ୍ଚ କରନ୍ତୁ ଅନେକ ସମୟରେ ଆମ ମୁଦି, ଘଣ୍ଟା କିମ୍ବା ଛୋଟ ପୋଷାକ ବିଛଣା ତଳେ ପଡ଼ିଯାଏ।

ଏହା ସହିତ ସାଇଡ୍ ଟେବୁଲ୍‌ର ଡ୍ରୟର୍ ଓ ଆଲମାରିକୁ ମଧ୍ୟ ଥରେ ଖୋଲି ଯାଞ୍ଚ କରନ୍ତୁ।

କୌଣସି ଜରୁରୀ ଜିନିଷ ସେଠାରେ ରହିଯାଇନାହିଁ ତ, ତାହା ନିଶ୍ଚିତ କରନ୍ତୁ।

୩.

ବାଥରୁମ୍‌କୁ ଶେଷ ଥର ପାଇଁ ଯାଞ୍ଚ କରନ୍ତୁ ବାଥରୁମ୍‌ରେ ଲୋକମାନେ ପ୍ରାୟତଃ ଦାମୀ ଫେସ୍‌ୱାସ୍, ପରଫ୍ୟୁମ୍, ରେଜର୍ କିମ୍ବା ଇଲେକ୍ଟ୍ରିକ୍ ଟୁଥ୍‌ବ୍ରଶ୍ ଭୁଲି ଛାଡ଼ି ଆସନ୍ତି।

ହୋଟେଲ ରୁମ୍‌ର କବାଟ ବନ୍ଦ କରିବା ପୂର୍ବରୁ ବାଥରୁମ୍‌କୁ ଶେଷ ଥର ପାଇଁ ଯାଞ୍ଚ କରନ୍ତୁ, ଯାହାଦ୍ୱାରା ଆପଣଙ୍କ ବ୍ୟକ୍ତିଗତ ବ୍ୟବହାରର କୌଣସି ଜିନିଷ ସେଠାରେ ରହିନଯାଏ।

୪.

ସମସ୍ତ ଚାର୍ଜର୍ ଓ ପାୱାର ବ୍ୟାଙ୍କ୍ ପ୍ୟାକ୍ କରନ୍ତୁ ହୋଟେଲ ରୁମ୍‌ରେ ସବୁଠାରୁ ଅଧିକ ଭୁଲି ଛାଡ଼ି ଆସୁଥିବା ଜିନିଷ ମଧ୍ୟରେ ମୋବାଇଲ୍ ଚାର୍ଜର୍ ଓ ପ୍ଲଗ୍ ଅନ୍ୟତମ।

ତେଣୁ ସମସ୍ତ ସ୍ୱିଚ୍ ବୋର୍ଡ୍‌କୁ ଥରେ ଯାଞ୍ଚ କରନ୍ତୁ।

ଆପଣଙ୍କ ମୋବାଇଲ୍, ଲାପ୍‌ଟପ୍ କିମ୍ବା କ୍ୟାମେରାର ଚାର୍ଜର୍ ଖୋଲି ବ୍ୟାଗ୍‌ରେ ରଖିଛନ୍ତି କି ନାହିଁ, ତାହା ନିଶ୍ଚିତ କରନ୍ତୁ।

୫.

ବାଲକୋନିରେ ଶୁଖାଇଥିବା ପୋଷାକ ନେବାକୁ ଭୁଲନ୍ତୁ ନାହିଁ ଟ୍ରିପ୍ ସମୟରେ ଆମେ ପ୍ରାୟତଃ ଓଦା ପୋଷାକ, ରୁମାଲ୍ କିମ୍ବା ସ୍ୱିମିଂ କଷ୍ଟ୍ୟୁମ୍‌କୁ ବାଲକୋନିର ଚେୟାର୍ କିମ୍ବା ବାଥରୁମ୍‌ରେ ଶୁଖିବା ପାଇଁ ରଖିଦେଉ।

ବ୍ୟାଗ୍ ପ୍ୟାକ୍ କରିବା ସମୟରେ ତରବରିଆ ଭାବେ ଏହି ଜିନିଷଗୁଡ଼ିକ ଉପରେ ଆମର ଧ୍ୟାନ ଯାଏ ନାହିଁ।

ଫଳରେ ସେଗୁଡ଼ିକ ହୋଟେଲରେ ହିଁ ରହିଯାଏ।

ତେଣୁ ରୁମ୍ ଛାଡ଼ିବା ପୂର୍ବରୁ ବାଲକୋନି ଓ ବାଥରୁମ୍‌କୁ ଥରେ ନିଶ୍ଚିତ ଯାଞ୍ଚ କରନ୍ତୁ।

୬.

ଶେଷ ବିଲ୍‌କୁ ଭଲ ଭାବେ ଯାଞ୍ଚ କରନ୍ତୁ ପେମେଣ୍ଟ କରିବା ପୂର୍ବରୁ ହୋଟେଲ ବିଲ୍‌କୁ ଭଲ ଭାବେ ପଢ଼ନ୍ତୁ।

ଅନେକ ସମୟରେ ମିନି ବାର୍, ଅତିରିକ୍ତ ପାଣି ବୋତଲ କିମ୍ବା ଏପରି କୌଣସି ସେବାର ଚାର୍ଜ ଭୁଲ୍‌ରେ ବିଲ୍‌ରେ ଯୋଡ଼ି ହୋଇଯାଏ, ଯାହା ଆପଣ ବ୍ୟବହାର ମଧ୍ୟ କରିନଥାନ୍ତି।

ତେଣୁ ବିଲ୍‌ର ପ୍ରତ୍ୟେକ ଖର୍ଚ୍ଚକୁ ଯାଞ୍ଚ କରିବା ପରେ ହିଁ ପେମେଣ୍ଟ କରନ୍ତୁ।

ଏହି ୬ଟି ସହଜ ଟିପ୍ସକୁ ଅନୁସରଣ କରି ଆପଣ ବିନା କୌଣସି ଚିନ୍ତାରେ ନିଜର ଟ୍ରିପ୍ ଶେଷ କରିପାରିବେ।

ଏହାଦ୍ୱାରା ଜରୁରୀ ଜିନିଷ ହଜିବାର ଆଶଙ୍କା କମିବ ଏବଂ ଆପଣଙ୍କ ଯାତ୍ରାର ଶେଷ ମୁହୂର୍ତ୍ତ ମଧ୍ୟ ଆନନ୍ଦଦାୟକ ହେବ।

Accident: କାର୍ ଧକ୍କାରେ ବାଇକ ଆରୋହୀ ମୃତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)