Allegations: ଟ୍ରମ୍ପଙ୍କ ବିରୋଧରେ ୫ ମହିଳାଙ୍କ ଯୌନ ନିର୍ଯାତନା ଅଭିଯୋଗ
ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ କୁଖ୍ୟାତ ଯୌନ ଅପରାଧୀ ଜେଫ୍ରି ଏପଷ୍ଟାଇନ ଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଆମେରିକା ରାଜନୀତି ପୁଣି ଥରେ ସରଗରମ ହୋଇଉଠିଛି।
ଆମେରିକା ହାଉସ୍ ଜୁଡିସିଆରୀ କମିଟିର ଡେମୋକ୍ରାଟିକ୍ ସଦସ୍ୟମାନେ ସୋମବାର ଏକ ୫୩ ପୃଷ୍ଠାର ବିସ୍ତୃତ ରିପୋର୍ଟ ପ୍ରକାଶ କରିଛନ୍ତି।
ଏହି ରିପୋର୍ଟରେ ୧୧ ଜଣ ମହିଳାଙ୍କ ବୟାନ ସ୍ଥାନ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ମହିଳା ଟ୍ରମ୍ପଙ୍କ ବିରୋଧରେ ଏପଷ୍ଟାଇନଙ୍କ ସହ ଜଡ଼ିତ ଯୌନ ନିର୍ଯାତନା ଏବଂ ଦୁଷ୍କର୍ମ ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି।
ଅନ୍ୟପଟେ ହ୍ୱାଇଟ୍ ହାଉସ୍ ଏହି ରିପୋର୍ଟକୁ ସମ୍ପୂର୍ଣ୍ଣ ରାଜନୈତିକ ଆକ୍ରୋଶ ଏବଂ ଭୋଟ୍ ପୂର୍ବରୁ ଲୋକଙ୍କ ଧ୍ୟାନ ହଟାଇବାର ପ୍ରୟାସ ବୋଲି କହି ପ୍ରତ୍ୟାଖ୍ୟାନ କରିଛି।
Advertisment ଏହି ରିପୋର୍ଟରେ ପୂର୍ବତନ ମିସ୍ ସ୍ୱିଜରଲ୍ୟାଣ୍ଡ ତଥା ମଡେଲ ବେଆଟ୍ରିସ୍ କ୍ୟୁଲଙ୍କର ଏକ ସଂବେଦନଶୀଳ ବୟାନ ରହିଛି।
କ୍ୟୁଲଙ୍କ ଅଭିଯୋଗ ଅନୁଯାୟୀ, ୧୯୯୩ ନଭେମ୍ବରରେ ନ୍ୟୁୟର୍କର ପ୍ଲାଜା ହୋଟେଲରେ ଟ୍ରମ୍ପ ତାଙ୍କୁ ଜୋରଜବରଦସ୍ତ ଯୌନ ନିର୍ଯାତନା ଦେଇଥିଲେ।
ଆମେରିକା ଭିସା ଓ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ନାମଲେଖାରେ ସାହାଯ୍ୟ କରିବା ଆଳରେ ଟ୍ରମ୍ପ ତାଙ୍କୁ ହୋଟେଲ୍ ରୁମକୁ ଡାକି ଏପରି କରିଥିବା ଏବଂ ପରେ ଚୁପ୍ ରହିବାକୁ କହିଥିବା ସେ କହିଛନ୍ତି।
ଏହାସହ ୧୯୮୦ ଓ ୧୯୯୦ ଦଶକରେ ଷ୍ଟେସି ୱିଲିୟମ୍ସ, ଜିଲ୍ ହାର୍ଥ, କେଟି ଜନସନ ଏବଂ 'ଜେନ୍' ନାମ୍ନୀ ମହିଳାମାନେ ଆଣିଥିବା ପୁରୁଣା ଅଭିଯୋଗଗୁଡ଼ିକୁ ମଧ୍ୟ ଏହି ରିପୋର୍ଟରେ ପୁନର୍ବାର ଉପସ୍ଥାପିତ କରାଯାଇଛି।
ଡେମୋକ୍ରାଟିକ୍ ସାଂସଦ ଜେମି ରାସ୍କିନ୍ ଏହି ଅଭିଯୋଗଗୁଡ଼ିକର ନିରପେକ୍ଷ ତଦନ୍ତ ପାଇଁ ଜଣେ ସ୍ୱତନ୍ତ୍ର କାଉନସେଲ୍ ନିଯୁକ୍ତି ଦାବି କରିଛନ୍ତି।
ଏଥିସହିତ ଜଷ୍ଟିସ୍ ଡିପାର୍ଟମେଣ୍ଟର ଭୂମିକା ଏବଂ ଆଟର୍ଣ୍ଣି ଜେନେରାଲ ଟଡ୍ ବ୍ଲାଞ୍ଚ୍ ୨୦୨୫ ଜୁଲାଇରେ ଏପଷ୍ଟାଇନଙ୍କ ସହଯୋଗୀ ଗିସଲେନ୍ ମ୍ୟାକ୍ସୱେଲଙ୍କ ପ୍ରଶ୍ନୋତ୍ତର ସମୟରେ ଆପଣେଇଥିବା ଆଭିମୁଖ୍ୟ ଉପରେ ରିପୋର୍ଟରେ ପ୍ରଶ୍ନ ଉଠାଯାଇଛି।
ଏହା ବ୍ୟତୀତ ଯୁବତୀମାନଙ୍କୁ ଭିସା ଯୋଗାଇବାରେ ସାହାଯ୍ୟ କରୁଥିବା ପାଓଲୋ ଜାମ୍ପୋଲିଙ୍କ ଭୂମିକାକୁ ମଧ୍ୟ ତଦନ୍ତ ପରିସରକୁ ଅଣାଯାଇଛି।
Bill Gates' Allegation: ମୋ ପରକୀୟା ପ୍ରୀତି ବିଷୟରେ ଜାଣି ମୋତେ ବ୍ଲାକମେଲ୍ କରୁଥିଲେ ଏପଷ୍ଟାଇନ୍: ବିଲ୍ ଗେଟ୍ସଙ୍କ ଅଭିଯୋଗ ତେବେ ହ୍ୱାଇଟ୍ ହାଉସ୍ ପ୍ରବକ୍ତା ଲୋରେନ୍ ବିସ୍ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ଟ୍ରମ୍ପଙ୍କୁ ଏପଷ୍ଟାଇନ୍ ମାମଲାରେ ପୂର୍ବରୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ସାବ୍ୟସ୍ତ କରାଯାଇସାରିଛି।
ଆଗାମୀ ନଭେମ୍ବର ୩ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ଲୋକପ୍ରିୟତା ଓ ସଫଳତାରୁ ଜନସାଧାରଣଙ୍କ ଧ୍ୟାନ ହଟାଇବା ପାଇଁ ଡେମୋକ୍ରାଟ୍ସମାନେ ଏପରି ହୀନ ପ୍ରୟାସ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଟ୍ରମ୍ପ ନିଜେ ମଧ୍ୟ ଏପଷ୍ଟାଇନ୍ ସହ ଜଡ଼ିତ ସମସ୍ତ ଅଭିଯୋଗକୁ ବାରମ୍ବାର ଅସ୍ୱୀକାର କରିଆସିଛନ୍ତି।
ନିର୍ବାଚନ ପୂର୍ବରୁ ପ୍ରକାଶିତ ଏହି ରିପୋର୍ଟ ଆମେରିକା ରାଜନୀତିରେ ଏକ ନୂଆ ବିବାଦର ସୂତ୍ରପାତ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
