28 JUNE 2026

Welcome!

Unlock your personalized experience.
Sign Up

Attack: ବେଙ୍ଗାଲୁରୁରେ ପିଜି ମାଲିକଙ୍କୁ ପିଟିପିଟି ମାରିଦେଲେ ୨ ଛାତ୍ର

Jun 24, 2026 - 06:28
Attack: ବେଙ୍ଗାଲୁରୁରେ ପିଜି ମାଲିକଙ୍କୁ ପିଟିପିଟି ମାରିଦେଲେ ୨ ଛାତ୍ର

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଜଣେ ୩୭ ବର୍ଷୀୟ ପିଜି ( ‌ପେଇଙ୍ଗ ‌ଗେଷ୍ଟ୍‌) ମାଲିକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଟ୍ୟାପ୍‌ ପାଣି ବ୍ୟବହାରକୁ ନେଇ ବିବାଦ ଉପୁଜିବାରୁ ୨ ଜଣ ଛାତ୍ର ସେମାନଙ୍କ ପିଜି ମାଲିକଙ୍କୁ କ୍ରିକେଟ୍‌ ବ୍ୟାଟ୍‌‌ରେ ପିଟିପିଟି ହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ମାଧବ ମାଟ୍‌ଲେ। ସେ ଲକ୍ଷ୍ମୀ ନରସିଂହ ପିଜିର ମାଲିକ। ୨ ଛାତ୍ରଙ୍କ ସହ ତାଙ୍କର ବଚସା ହୋଇଥିଲା ଏବଂ ପରେ ଏହା ହିଂସାରେ ପରିଣତ ହୋଇଥିଲା। ଅଭିଯୁକ୍ତ ୨ ଜଣ ହେଉଛନ୍ତି ଶେଷ ବର୍ଷର ବିକମ୍‌ ଛାତ୍ର ରାକେଶ (୨୧) ଏବଂ ପ୍ରଥମ ବର୍ଷ ବିବିଏ ଛାତ୍ର ଡନ ବ୍ରାଇଟ ସନ୍‌ (୨୦)।

ହତ୍ୟା ମାମଲାରେ ପୁଲିସ ସେମାନଙ୍କୁ ଗିରଫ କରିଛି। ପ୍ରାଥମିକ ତଦନ୍ତ ଅନୁଯାୟୀ ସୋମବାର ସନ୍ଧ୍ୟା ପ୍ରାୟ ୬ରୁ ୬.୩୦ ମଧ୍ୟରେ ପିଜି ପରିସରରେ ଏହି ଘଟଣା ଘଟିଛି। ୨ ଜଣ ଛାତ୍ର ଏକ ଟ୍ୟାପ୍‌ରୁ ପାଣି ବ୍ୟବହାର କରି ସେମାନଙ୍କ ଗୋଡ଼ ଧୋଉଥିବାବେଳେ ମାଟଲେ ସେମାନଙ୍କୁ ବିରୋଧ କରିଥିଲେ। ଫଳରେ ଛାତ୍ର ୨ ଜଣଙ୍କର ମାଟଲେଙ୍କ ସହ ଏଥିପାଇଁ ଯୁକ୍ତିତର୍କ ହୋଇଥିଲା।

woman body found ମୌଦା କେନାଲ ନିକଟରେ ଯୁବତୀଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହରେ ପୁଲିସ ତଦନ୍ତ ଆରମ୍ଭ

ଏହି ସମୟରେ ମାଟଲେ ଏକ କ୍ରିକେଟ୍‌ ବ୍ୟାଟ୍‌ ଉଠାଇ ଛାତ୍ର ୨ ଜଣଙ୍କୁ ମାରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଛାତ୍ର ୨ ଜଣ ମାଟଲେଙ୍କଠାରୁ ବ୍ୟାଟ୍‌ ଛଡ଼ାଇ ଆଣି ତାଙ୍କୁ ପିଟିପିଟି ହତ୍ୟା କରିଥିଲେ। ଉକ୍ତ ଘଟଣାରେ ରାମମୂର୍ତ୍ତି ନଗର ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ୨ ଜଣ ଅଭିଯୁକ୍ତ ଏବେ ହାଜତରେ ଅଛନ୍ତି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।