28 JUNE 2026

Welcome!

Unlock your personalized experience.
Sign Up

IRFC: ଆଇଆର୍‌ଏଫ୍‌ସିର ୨% ପର୍ଯ୍ୟନ୍ତ ଅଂଶଧନ ବିକ୍ରି ହେବ

Jun 24, 2026 - 06:28
IRFC: ଆଇଆର୍‌ଏଫ୍‌ସିର ୨% ପର୍ଯ୍ୟନ୍ତ ଅଂଶଧନ ବିକ୍ରି ହେବ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ରେଲୱେ ଫାଇନାନ୍ସ କର୍ପୋରେସନ୍‌ (ଆଇଆର୍‌ଏଫ୍‌ସି)ର ୨ ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ ସରକାର ବିକ୍ରି କରିବେ। ଓଏଫ୍‌ଏସ୍‌ ବା ଅଫର୍‌ ଫର୍‌ ସେଲ୍‌ ଜରିଆରେ ଏହା ବିକ୍ରି କରାଯିବ। ସାମାଜିକ ଗଣମାଧ୍ୟମ ଏକ୍ସରେ ଦିପମ୍‌ ସଚିବ ସୂଚନା ଦେଇଛନ୍ତି ଯେ ଅଣରିଟେଲ୍‌ ନିବେଶକମାନଙ୍କ ପାଇଁ ଓଏଫ୍‌ଏସ୍‌ ବୁଧବାର ଖୋଲା ହେବ।

ତେବେ ଖୁଚୁରା ନିବେଶକମାନଙ୍କ ପାଇଁ ଗୁରୁବାର ଏହା ଖୋଲିବ। ସରକାର ୧ ପ୍ରତିଶତ ଇକ୍ବିଟି ପ୍ରଥମେ ବିକ୍ରି କରିବେ। ନିବେଶକଙ୍କ ଆଗ୍ରହ ଭଲ ରହିଲେ ଆଉ ୧ ପ୍ରତିଶତ ଅଂଶଧନ ବିକ୍ରି କରିବେ। ଉଲ୍ଲେଖଯୋଗ୍ୟ, ଓଏଫ୍‌ଏସ୍‌ରେ ଷ୍ଟକ ଏକ୍ସଚେଞ୍ଜ ଜରିଆରେ କମ୍ପାନିର ପ୍ରତିଷ୍ଠାତା କିମ୍ବା ବଡ଼ ଅଂଶଧାରକମାନେ ପୁଞ୍ଜିବଜାରରେ ତାଲିକାଭୁକ୍ତ କମ୍ପାନିର ସେୟାର ବିକ୍ରି କରିବା ସୁଯୋଗ ପାଇଥାନ୍ତି।

South coast Railway ସାଉଥ୍ କୋଷ୍ଟ ରେଲୱେ ଯୋଗୁ ଓଡିଶାର କିଛି ହରାଇବାର ନାହିଁ: ରେଳ ବିଭାଗ

କେନ୍ଦ୍ର ବଜେଟ୍‌ରେ ସରକାର ୨୦୨୬-୨୭ ଆର୍ଥିକବର୍ଷ ପାଇଁ ୮୦୦୦୦ କୋଟି ଟଙ୍କା ପୁଞ୍ଜି ପ୍ରତ୍ୟାହାର ଓ ଆସେଟ୍‌ ମନିଟାଇଜେସନ୍‌ ଜରିଆରେ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଫେବ୍ରୁଆରି ମାସରେ ଆଇଆର୍‌ଏଫ୍‌ସିର ୪ ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ ବିକ୍ରି ପାଇଁ ଘୋଷଣା କରିଥିଲେ। କିନ୍ତୁ ସେଥିରୁ ମାତ୍ର ୧.୭୧ ପ୍ରତିଶତ ଅଂଶଧନ ବିକ୍ରି କରିବାରେ ସକ୍ଷମ ହୋଇଥିଲେ। ଆଇଆର୍‌ଏଫ୍‌ସିରେ ସରକାରଙ୍କର ବର୍ତ୍ତମାନ ୮୪.୬୫ ପ୍ରତିଶତ ଅଂଶଧନ ରହିଛି।