28 JUNE 2026

Welcome!

Unlock your personalized experience.
Sign Up

Bhavani devi: ନିଲମ୍ବନର ପୁନର୍ବିଚାର ଲାଗି ଆବେଦନ କଲେ ଭବାନୀ ଦେବୀ

Jun 24, 2026 - 06:28
Bhavani devi: ନିଲମ୍ବନର ପୁନର୍ବିଚାର ଲାଗି ଆବେଦନ କଲେ ଭବାନୀ ଦେବୀ

ନୂଆଦିଲ୍ଲୀ: ଏଠାରେ ଚାଲିଥିବା ଏସୀୟ ଅସିଚାଳନା ଚାମ୍ପିଅନ୍‌ସିପ୍‌ରେ ଭାରତର ଏକ ଦଳଗତ ଇଭେଣ୍ଟ୍‌ରେ ବିଶୃଙ୍ଖଳିତ ଆଚରଣ ପାଇଁ ଭାରତୀୟ ତାରକା ସିଏ ଭବାନୀ ଦେବୀଙ୍କୁ କଳା କାର୍ଡ ଦେଖାଯିବା ସହ ଦୁଇ ମାସ ପାଇଁ ନିଲମ୍ବନ କରାଯାଇଛି। ଏହି ଘଟଣା ପରେ ଭବାନୀ କ୍ଷମାପ୍ରାର୍ଥନା କରିବା ସହ ନିଲମ୍ବନକୁ କୋହଳ କରିବାକୁ ଆବେଦନ କରିଛନ୍ତି।

ଏହା ସହିତ ଏହି ଖେଳ ଓ ତାହାର ନିୟମ ପ୍ରତି ନିଜର ସମ୍ମାନକୁ ଦୋହରାଇଛନ୍ତି। ସେ ନିଜର ଆବେଦନ ଅନ୍ତର୍ଜାତୀୟ ଅସିଚାଳନା ମହାସଂଘ (ଏଫ୍‌ଆଇଇ) ନିକଟରେ ଦାଖଲ କରିଛନ୍ତି। ପୂର୍ବରୁ ସେ କୌଣସି ବିଶୃଙ୍ଖଳିତ ଆଚରଣ କରି ନ ଥିବାରୁ ତାଙ୍କର ନିଲମ୍ବନକୁ କୋହଳ କରାଯାଉ ବୋଲି ସେ ନିବେଦନ କରିଛନ୍ତି।

ଅସିଚାଳନାରେ କ​ଳା କାର୍ଡ ସବୁଠାରୁ ଗୁରୁତର ଦୋଷ ପାଇଁ ପ୍ରଦାନ କରାଯାଏ। ଏହି କାର୍ଡ ଦେଖାଯିବା ପରେ ଜଣେ ଖେଳାଳିଙ୍କୁ ଦୀର୍ଘ ଦିନ ଧରି ନିଲମ୍ବନର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆସନ୍ତା ମାସରୁ ବିଶ୍ବ ଅସିଚାଳନା ଥିବାରୁ ଭବାନୀଙ୍କ ନିଲମ୍ବନ ଭାରତୀୟ ଅସିଚାଳନା ଦଳ ପାଇଁ ଏକ ଝଟ୍‌କା ସଦୃଶ ହୋଇଛି। ଏହା କାରଣରୁ ଭାରତୀୟ ଅସିଚାଳନା ସଂଘ ମଧ୍ୟ ଭବାନୀଙ୍କ ଆବେଦନକୁ ସମର୍ଥନ କରିଛି। ତାଙ୍କର ଅତୀତର ଶୃଙ୍ଖଳା ରେକର୍ଡକୁ ଦୃଷ୍ଟିରେ ରଖି ନିଲମ୍ବନକୁ କୋହଳ ସପକ୍ଷରେ ମତ ଦେଇଛି ଭାରତୀୟ ସଂଘ।