Umerkote accident ମିନି ଟ୍ରକ୍ ଧକ୍କାରେ ୪ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ବିକ୍ଷୋଭ
"ଉମରକୋଟ: ଆଜି (ରବିବାର) ପୂର୍ବାହ୍ଣ ପ୍ରାୟ ୮ ଟା ସମୟରେ ଉମରକୋଟ ପୁରୁଣା ବସଷ୍ଟାଣ୍ଡ ନିକଟରେ ମିନିଟ୍ରକ୍ ଧକ୍କାରେ ୪ ବର୍ଷର ଶିଶୁକନ୍ୟାଙ୍କ ଜୀବନ ଯାଇଛି।
Advertisment ସୂଚନା ଅନୁଯାୟୀ, ଝରିଗାଁ ବ୍ଲକ୍ ଡାବୁଗାଁ ଥାନା ଅନ୍ତର୍ଗତ ଛୋଟାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରିଗୁଡ଼ା ଗ୍ରାମନିବାସୀ ହେଭନ୍ତ ଭତ୍ରାଙ୍କ ପତ୍ନୀ ନିଜର ୩ଟି ସନ୍ତାନଙ୍କୁ ସାଥୀରେ ନେଇ ଡଙ୍ଗରିଗୁଡ଼ାରୁ ଚିକଲପଦରରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସୁଥିଲେ।
ନିକଟସ୍ଥ ଏକ ଫଳ ଦୋକାନରୁ କଦଳୀ କିଣୁଥିବା ବେଳେ ଏକ ମିନିଟ୍ରକ୍ (ଓଆର୍ ୨୪ବି ୦୫୭୫୧)ଟି ଦ୍ରୁତଗତିରେ ଆସି ତେଜଶ୍ରୀ (୪)ଙ୍କୁ ଧକ୍କା ଦେବା ସହ ତାଙ୍କ ଉପରେ ଚଢ଼ିଯାଇଥିଲା।
ଘଟଣାସ୍ଥଳରେ ଶିଶୁଙ୍କ ଜୀବନ ଯାଇଥିଲା।
ମହିଳା ଓ ତାଙ୍କର ଅନ୍ୟ ଦୁଇ ସନ୍ତାନ ସାମାନ୍ୟ ଆହତ ହୋଇଥିଲେ ହେଁ ଅଳ୍ପକେ ବର୍ତ୍ତି ଯାଇଥିଲେ।
ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ସ୍ଥାନୀୟ ଜଣେ ଅଟୋଚାଳକ ତେଜଶ୍ରୀଙ୍କୁ ନେଇ ଚିକିତ୍ସାଳୟକୁ ଯାଇଥିଲେ।
ସେଠାରେ ଡାକ୍ତର ବହୁପୂର୍ବରୁ ମୃତ୍ୟୁ ଘଟିଥିବା କହିଥିଲେ।
ତେବେ ଘଟଣା ୮ ଟା ବେଳେ ଘଟିଥିବା ବେଳେ ଗାଡ଼ିର ଇନୁସୁରାନସ ଦିନ ୧୨ ଟା ବେଳେ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଶିଶୁର ଶବ ବ୍ୟବଚ୍ଛେଦ ହୋଇଥିଲେ ହେଁ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଶବକୁ ହସ୍ପିଟାଲରୁ ନେଉନାହାନ୍ତି।
ଝିଅଟିର ବାପା ହେମନ୍ତ ଭତ୍ରା ନିହାତି ଗରିବ ହେଇ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତି ପୂରଣ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ଖବର ପାଇ ଉମରକୋଟ ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିଛି।
ଦୁର୍ଘଟଣା କରିଥିବା ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।
ତଦନ୍ତରେ ମିନିଟ୍ରକ୍ର ନମ୍ବରଟି ତ୍ରୁଟିପୂର୍ଣ୍ଣ ଥିବା ଜଣାଯାଇଛି।
ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାରେ ଓଡ଼ି ୨୪ ନମ୍ବର ଚାଲୁଥିବା ବେଳେ ବର୍ତ୍ତମାନ ଏହି ବେନାମୀ ନମ୍ୱର୍ରେ ରେଜିଷ୍ଟ୍ରେସନ୍ ଗାଡ଼ିଟି କିପରି ଚାଲୁଥିଲା ତାହା ସମସ୍ତଙ୍କୁ ଚକିତ କରିଛି।
ତେବେ ଏହି ଗାଡ଼ିଟି ଉମରକୋଟ ସହରର ଗତିଗୁଡ଼ା ଠାରେ ରହୁଥିବା ଜଣେ ଅଣଓଡ଼ିଆ ବ୍ୟବସାୟୀ ଏହି ଗାଡ଼ିକୁ ବ୍ୟବହାର କରୁଥିଲେ।
ତେବେ ଗାଡ଼ିଟି ଅନ୍ୟଜଣଙ୍କ ନାମରେ ରହିଛି।
ତନ୍ତରୁ ଗାଡ଼ିର କାଗଜ ପତ୍ର ନ ଥିବା ଜଣାପଡ଼ିଛି।
Parivesh Panchayat ଉମରକୋଟରେ ପରିବେଶ ପଂଚାୟତ: ନିଜ ଲୋକ ଗଛ କାଟିଲେ ମଧ୍ୟ ସେ ପ୍ରତିବାଦ କରିବେ: ଗଣଶିକ୍ଷା ମନ୍ତ୍ରୀ ଅପରପକ୍ଷରେ, ଦୁର୍ଘଟଣା ଘଟିଥିବା ସ୍ଥାନରେ ଅଣ ଓସାରିଆ ରାସ୍ତା ଯୋଗୁ ସେଠାରେ ସବୁ ବେଳେ ଗହଳି ରହୁଥିବାରୁ ପ୍ରାୟ ସବୁ ବେଳେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି।
ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
"