illegal fly ash transport ଶୁଣିଲାନି ପ୍ରଶାସନ, ପାଉଁଶଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଧରିଲେ ବିଧାୟକ

Jun 28, 2026 - 20:00
illegal fly ash transport ଶୁଣିଲାନି ପ୍ରଶାସନ, ପାଉଁଶଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଧରିଲେ ବିଧାୟକ

"ସୁନ୍ଦରଗଡ଼(ଡମ୍ବରୁଧର ନାୟକ): ଅନିୟନ୍ତ୍ରିତ ପାଉଁଶଗାଡ଼ି ଚଳପ୍ରଚଳ ଦ୍ବାରା ସୁନ୍ଦରଗଡ଼ର ପରିବେଶ ପ୍ରଦୂଷିତ ହେଉଛି।

ପାଉଁଶଟ୍ରକଗୁଡ଼ିକର ବେପରୁଆ ଚାଳନା ଦ୍ବାରା ଅନେକଙ୍କ ଜୀବନ ଯାଉଛି।

ଏନେଇ ପୁଲିସ ପ୍ରଶାସନକୁ ବାରମ୍ବାର ଅନୁରୋଧ ପରେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ।

ଶେଷରେ ବିଧାୟକ ଯୋଗେଶ କୁମାର ସିଂହ ନିଜେ ଏନେଇ ଅଣ୍ଟା ଭିଡ଼ିଛନ୍ତି।

ବିଜୁ ଏକ୍ସପ୍ରେସ୍‌ ୱେର କିରେଇ ଛକରେ ନିଜ ସମର୍ଥକଙ୍କ ଗହଣରେ ଝାରସୁଗୁଡ଼ାରୁ ଆସୁଥିବା ବେଆଇନ ପାଉଁଶବୋଝେଇ ଟ୍ରକ୍‌କୁ ଅଟକାଇଛନ୍ତି।

Advertisment ପାଉଁଶର ବେଆଇନ ପରିବହନ, ଡମ୍ପିଂ ଓ କ୍ଷମତାଠାରୁ ଅଧିକ ବୋଝେଇ ରୋକିବାକୁ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ବାରମ୍ବାର ଜିଲ୍ଲା ପ୍ରଶାସନ, ପରିବହନ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗକୁ ଜଣାଇଥିଲେ।

କେହି ଏଥିପ୍ରତି ବିଶେଷ ଧ୍ୟାନ ନଦେବାରୁ ସେ ନିଜେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିବା କହିଛନ୍ତି।

ସାରା ରାତି ଛକରେ ଜଗି ବେଆଇନ ଭାବେ ଆସୁଥିବା ପାଉଁଶକୁ ସୁନ୍ଦରଗଡ଼ରେ ପଶିବାକୁ ଦେବେ ନାହିଁ।

ଏହି ବାଟରେ ସେ ପାଉଁଶ କବଳରୁ ସହର ଓ ଲୋକଙ୍କୁ ରକ୍ଷା କରିବେ ବୋଲି କହିଛନ୍ତି।

ପ୍ରଶାସନ ଏ ଦିଗରେ ଠୋସ୍‌ କାର୍ଯ୍ୟାନୁଷ୍ଠାନ ନନେଲେ ରାଜରାସ୍ତାରେ ଭୟଙ୍କର ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

କ୍ଷମତାଠାରୁ ଅଧିକ ପାଉଁଶ ବୋଝେଇ କରି ଆଣୁଥିବା ୭ଟି ଟ୍ରେଲର୍‌ (ସିଜି-୧୩- ବିସି- ୮୮୫୬, ଓଡି ୨୩- ଏସ୍- ୭୮୫୯,ସିଜି-୧୩- ବିସି- ୮୬୨୨, ସିଜି-୧୩- ବିସି- ୮୮୬୭, ଜେଏଚ୍‌- ୦୨ଏଜେଡ୍‌- ୮୦୧୧, ଓଡି ୨୩ୟୁ- ୩୬୨୨, ସିଜି-୧୩- ବିସି- ୮୮୬୫)କୁ ଅଟକ ରଖିଛନ୍ତି ବିଧାୟକ।

ସେଗୁଡ଼ିକୁ ଆଞ୍ଚଳିକ ପରିବହନ ବିଭାଗକୁ ହସ୍ତାନ୍ତର କରାଯିବ ଓ ବିଭାଗ ଜରିମାନା କରିବ ବୋଲି ବିଧାୟକ ଶ୍ରୀ ସିଂ କହିଛନ୍ତି।

ଅଭିଯୋଗ ଅନୁସାରେ, ସୁନ୍ଦରଗଡ଼ ଓ ଝାରସୁଗୁଡା ଜିଲ୍ଲାର ଜିଲ୍ଲାର ବିଭିନ୍ନ କଳକାରଖାନାରୁ ନିର୍ଗତ ବିଷାକ୍ତ କୋଇଲା ପାଉଁଶକୁ ମାଫିଆମାନେ ସୁନ୍ଦରଗଡ଼ ଅଞ୍ଚଳର ବିଭିନ୍ନ ଚାଷ ଜମି, ନଦୀ ନାଳ, ରାସ୍ତାକଡ଼ରେ ପକାଇ ଚାଲି ଯାଉଛନ୍ତି।

ଧରପଗଡ଼ ଓ ବିକ୍ଷୋଭ ସତ୍ତ୍ବେ ବେଆଇନ ଭାବେ ପାଉଁଶ ପକାଇବ ବା ବନ୍ଦ ହେଉନାହିଁ।

ଅନ୍ୟପଟେ ପ୍ରଦୂଷଣ ନିୟନ୍ତ୍ରଣ ଓ ପାରିପାର୍ଶ୍ଵକ ବିକାଶ ନାମରେ ଦର୍ଲିପାଲିର ଏକ ସଂଘ ବର୍ଜ୍ୟ ପାଉଁଶ ପରିବହନରୁ ଏକ ସଂଘ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ଚାନ୍ଦା ଆଦାୟ କରୁଛନ୍ତି।

ଏହାକୁ ଜିଲ୍ଲା ଆଦିବାସୀ, ଦଳିତ ପରିବହନ ଠିକାଦାର ସଂଘ ଓ ଆଦିବାସୀ, ଦଳିତ ସମାଜ ବିରୋଧ କରିଥିଲେ।

ସେହିଭଳି ସୁନ୍ଦରଗଡ଼ ସୁରକ୍ଷା ମଞ୍ଚ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବେଆଇନ ପାଉଁଶ ଡମ୍ପିଂ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ।

Fly ash: ବିଦ୍ୟାଳୟ ପରିସରରେ ପାଉଁଶ ଗଦା: ନିୟମକୁ ଖାତିର ନକରି କିଏ ଦେଲା ଅନୁମତି?

ଆଜିର ଏହି ପାଉଁଶ ଧରପଗଡ଼ ଅଭିଯାନରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ସଭ୍ୟ ଅଶ୍ବିନୀ ନାଏକ, କିରେଇ ସରପଞ୍ଚ ଝରଣା ବାଘୁଆର, ନାଏବ ସରପଞ୍ଚ ଦୀପାରାଣୀ ପଟେଲ, ଯୁବନେତା ସୟଦ ସହବାଜ ହୁସେନ, ଦିଲୀପ ପଟେଲ, ରୋଶନ ନାଏକ, ସୂରଜ ପଟେଲ, ଜୟନ୍ତ ମାଝୀ, ଅଜିତ ସିଂ, ମୁକେଶ ଦେହୁରିଆ, ତାପସ ପଟେଲ, ସୂରଜ ସିଂ, ଦିଗନ୍ତ ପଟେଲ, ନନ୍ଦଲାଲ ଶେଖର ଦେଓ, ଦିନେଶ ପଟେଲ, ସୁଶିଳ ପଟେଲ, ଦୀପକ ପଟେଲ, ଅଙ୍କିତ ସାହୁ, ଦୀପକ ପାଣ୍ଡେ, ଟୁନା ବନଛୋର, ରହିବା ସା, ସନ୍ୟାସୀ କାଲୋ, ମ‌ନୋଜ ନାଏକ ପ୍ରମୁଖ ସାମିଲ ହୋଇଛନ୍ତି।

"