Atal Pension Yojana: ଅଟଳ ପେନ୍ସନ୍ ଯୋଜନାରେ ରହିଛି ସରକାରୀ ଗ୍ୟାରେଣ୍ଟି: ଅବସର ପରେ ମିଳିବ ମାସିକ ୫ ହଜାର ପେନ୍ସନ୍
ବୃଦ୍ଧାବସ୍ଥାରେ ଆର୍ଥିକ ସୁରକ୍ଷା କାହା ପାଇଁ ବା କମ୍ ଗୁରୁତ୍ୱପୂର୍ଣ୍ଣ, ଚାକିରିରୁ ଅବସର ନେବା ପରେ ନିୟମିତ ଆୟ ନଥିବାରୁ ଅନେକ ଲୋକଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼େ।
ଏହି ସମସ୍ୟାକୁ ଦୂର କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଚଳାଉଛନ୍ତି ଅଟଳ ପେନ୍ସନ୍ ଯୋଜନା (ଏପିଓ୍ବାଇ)।
ଏହି ଯୋଜନାରେ ନିବେଶ କରି ଜଣେ ବ୍ୟକ୍ତି ୬୦ ବର୍ଷ ବୟସ ପରେ ମାସିକ ୧,୦୦୦ ଟଙ୍କାରୁ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ନିଶ୍ଚିତ ପେନ୍ସନ୍ ପାଇପାରିବେ।
ସ୍ୱଳ୍ପ ଆୟକାରୀ ଓ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଏହା ଏକ ଉପଯୋଗୀ ସାମାଜିକ ସୁରକ୍ଷା ଯୋଜନା।
Advertisment ବୟସ ସୀମା ୧୮ରୁ ୪୦ ବର୍ଷ ମଧ୍ୟରେ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନକାରୀଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
ତେବେ ୨୦୨୨ ଅକ୍ଟୋବର ୧ ତାରିଖରୁ ଆୟକର ଦେଉଥିବା ବ୍ୟକ୍ତି ଏହି ଯୋଜନାରେ ନୂଆ ଖାତା ଖୋଲିପାରିବେ ନାହିଁ।
ଆଗରୁ ଖାତା ଖୋଲିଥିବା ଗ୍ରାହକମାନେ ନିୟମ ଅନୁସାରେ ନିବେଶ ଜାରି ରଖିପାରିବେ।
ଏଥିପାଇଁ ନିଜର ସଞ୍ଚୟ ଖାତା ଥିବା ବ୍ୟାଙ୍କ ଶାଖା କିମ୍ବା ଡାକଘରରେ ଯୋଗାଯୋଗ କରି ଆବେଦନ କରିହେବ।
ପ୍ରତି ମାସରେ ଜମା କରିବାକୁ ହେବ ୨୧୦ ଟଙ୍କା ଯଦି ଜଣେ ବ୍ୟକ୍ତି ୧୮ ବର୍ଷ ବୟସରୁ ଏହି ଯୋଜନାରେ ଯୋଗ ଦେଇ ମାସିକ ୫,୦୦୦ ଟଙ୍କା ପେନ୍ସନ୍ ପାଇବାକୁ ଚାହାନ୍ତି, ତେବେ ତାଙ୍କୁ ପ୍ରତି ମାସରେ ମାତ୍ର ୨୧୦ ଟଙ୍କା ଜମା କରିବାକୁ ପଡ଼ିବ।
ଅର୍ଥାତ୍ ଦୈନିକ ପ୍ରାୟ ୭ ଟଙ୍କା ସଞ୍ଚୟ କଲେ ୬୦ ବର୍ଷ ବୟସ ପରେ ମାସିକ ୫,୦୦୦ ଟଙ୍କା ପେନ୍ସନ୍ ମିଳିପାରିବ।
ତେବେ ନିବେଶ ରାଶି ଆବେଦନକାରୀଙ୍କ ବୟସ ଓ ଚୟନ କରିଥିବା ପେନ୍ସନ୍ ରାଶି ଉପରେ ନିର୍ଭର କରେ।
ପ୍ରତି ମାସରେ ଜମା କରିବାକୁ ହେବ ୫୭୭ ଟଙ୍କା ଅନ୍ୟପକ୍ଷରେ, ୩୦ ବର୍ଷ ବୟସରେ ଏହି ଯୋଜନାରେ ଯୋଗ ଦେଇ ୫,୦୦୦ ଟଙ୍କା ପେନ୍ସନ୍ ପାଇବାକୁ ଚାହୁଁଥିଲେ ପ୍ରତି ମାସରେ ୫୭୭ ଟଙ୍କା ଜମା କରିବାକୁ ହେବ।
ତ୍ରୈମାସିକ ଭିତ୍ତିରେ ୧,୭୨୦ ଟଙ୍କା କିମ୍ବା ଅର୍ଦ୍ଧବାର୍ଷିକ ଭିତ୍ତିରେ ୩,୪୦୫ ଟଙ୍କା ଜମା କରିବାର ବିକଳ୍ପ ମଧ୍ୟ ରହିଛି।
୩୦ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ନିବେଶ କଲେ ମୋଟ ଜମା ରାଶି ମାସିକ ବିକଳ୍ପରେ ୨,୦୭,୭୨୦ ଟଙ୍କା ହେବ।
ଯୋଜନାର ଆଉ ଏକ ବିଶେଷତ୍ୱ ଏହି ଯୋଜନାର ଆଉ ଏକ ବିଶେଷତ୍ୱ ହେଉଛି, ଖାତାଧାରୀଙ୍କ ମୃତ୍ୟୁ ପରେ ତାଙ୍କ ଜୀବନସାଥୀ ସମାନ ପେନ୍ସନ୍ ପାଇବାକୁ ହକ୍ଦାର ହେବେ।
ଉଭୟଙ୍କ ମୃତ୍ୟୁ ପରେ ଯୋଜନାରେ ଜମା ହୋଇଥିବା ପେନ୍ସନ୍ ପାଣ୍ଠି ନାମାଙ୍କିତ ବ୍ୟକ୍ତିଙ୍କୁ ଫେରାଇ ଦିଆଯିବ।
ଏହା ସହିତ, ନିବେଶରୁ ଆଶାନୁରୂପ ରିଟର୍ଣ୍ଣ ନମିଳିଲେ ନିର୍ଦ୍ଧାରିତ ସର୍ବନିମ୍ନ ପେନ୍ସନ୍ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ଆବଶ୍ୟକ ଅର୍ଥ ଭରଣା କରିବେ।
ଆସନ୍ତାକାଲି ଶୁଣାଣି ସରକାରୀ ତଥ୍ୟ ଅନୁସାରେ, ୨୦୨୬ ଏପ୍ରିଲ୍ ୨୧ ସୁଦ୍ଧା ଅଟଳ ପେନ୍ସନ୍ ଯୋଜନାରେ ୯ କୋଟିରୁ ଅଧିକ ଲୋକ ସାମିଲ ହୋଇଥିଲେ।
ତେବେ ଏହି ଯୋଜନାରେ ଯୋଗଦେବା ପୂର୍ବରୁ ନିଜ ବୟସ, ଆୟକର ସ୍ଥିତି ଓ ଆର୍ଥିକ ସାମର୍ଥ୍ୟ ଅନୁସାରେ ଉପଯୁକ୍ତ ପେନ୍ସନ୍ ବିକଳ୍ପ ଚୟନ କରିବା ଜରୁରୀ।
ନିୟମିତ ଅବଦାନ ଦେବା ଦ୍ୱାରା ଅବସର ପରବର୍ତ୍ତୀ ଜୀବନ ପାଇଁ ଏକ ନିଶ୍ଚିତ ଆୟର ବ୍ୟବସ୍ଥା କରିହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
