Old Age Home Love Story: ଚର୍ଚ୍ଚାରେ ବୃଦ୍ଧାଶ୍ରମରେ ରହୁଥିବା ୭୫ ବର୍ଷୀୟ କହ୍ନେୟା ଲାଲ୍ ଏବଂ ୬୩ ବର୍ଷୀୟା ସାଭିନାଙ୍କ ବିବାହ
ନୂଆଦିଲ୍ଲୀ: ପ୍ରାୟତଃ କୁହାଯାଏ ଯେ ପ୍ରେମରେ ପଡ଼ିବା କିମ୍ବା ଜୀବନସାଥୀ ବାଛିବା ପାଇଁ କୌଣସି ବୟସ ସୀମା ନଥାଏ।
ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାର ଦୁଇ ବୟସ୍କ ବ୍ୟକ୍ତି ଏହି କଥାକୁ ସତ୍ୟ ବୋଲି ପ୍ରମାଣିତ କରିଛନ୍ତି।
ଦେଓଲି ସ୍ଥିତ 'ଅପନା ଘର' ବୃଦ୍ଧାଶ୍ରମରେ ରହୁଥିବା ୭୫ ବର୍ଷୀୟ କହ୍ନେୟା ଲାଲ୍ ଏବଂ ୬୩ ବର୍ଷୀୟା ସାଭିନା ବିବାହ କରି ବାକି ଥିବା ଜୀବନକୁ ହସଖୁସିରେ କାଟିବାକୁ ନିଷ୍ପତ୍ତି ନେଇଛନ୍ତି।
Advertisment କହ୍ନେୟା ଲାଲଙ୍କ ସଂଘର୍ଷମୟ ଜୀବନ ମଣ୍ଡି ଜିଲ୍ଲାର ଜଞ୍ଜେହଲି ଅଞ୍ଚଳର ବାସିନ୍ଦା କହ୍ନେୟା ଲାଲ୍ ଅତ୍ୟନ୍ତ କଷ୍ଟଦାୟକ ଜୀବନ ଅତିବାହିତ କରିଛନ୍ତି।
ପ୍ରାୟ ଚାରି ବର୍ଷ ପୂର୍ବ ସେ ଚାଷବାସ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ।
କୁହାଯାଏ ଯେ, ନିଜର ସନ୍ତାନସନ୍ତତି ନଥିବାରୁ ସେ ନିଜ ଜମି ନିଜ ଭାଇମାନଙ୍କ ନାମରେ ଲେଖି ଦେଇଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ନିଜ ଘରୁ ବାହାର କରି ଦିଆଯାଇଥିଲା।
ନିଜ ପରିଜନଙ୍କ ଏଭଳି ବ୍ୟବହାରରେ ମର୍ମାହତ ହୋଇ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ ଏବଂ ଜଙ୍ଗଲ ଭିତରେ ଏକ ଗୁମ୍ଫାରେ ରହିବାକୁ ବାଧ୍ୟ ହୋଇଥିଲେ।
ପରେ, 'ଅପନା ଘର' ବୃଦ୍ଧାଶ୍ରମ ପରିଚାଳନା କରୁଥିବା ଆଇନଜୀବୀ ପ୍ରକାଶ ଚାନ୍ଦ ବଂଶଲଙ୍କ ନେତୃତ୍ୱରେ ଏକ ଦଳ ତାଙ୍କୁ ଉଦ୍ଧାର କରିଥିଲେ ଏବଂ ସେଠାରେ ଆଶ୍ରୟ ପ୍ରଦାନ କରିଥିଲେ।
ସାଭିନାଙ୍କ ସହ କିପରି ହେଲା ସାକ୍ଷାତ?
ଅନ୍ୟପକ୍ଷରେ, ପଶ୍ଚିମବଙ୍ଗର କୋଲକାତା ମୂଳ ନିବାସୀ ୬୩ ବର୍ଷୀୟା ସାଭିନାଙ୍କ କାହାଣୀ ମଧ୍ୟ କିଛିଟା ସମାନ।
ସେ ଏକ ଯାତ୍ରା ପାଇଁ ଘରୁ ବାହାରିଥିଲେ, କିନ୍ତୁ ବାଟ ଭୁଲି ଶେଷରେ ସିମଲାର ମାଶୋବ୍ରାରେ ପହଞ୍ଚିଗଲେ।
ତାଙ୍କର ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଏବଂ ମାଶୋବ୍ରାରେ ଥିବା 'ନାରୀ ନିକେତନ' (ମହିଳା ଆଶ୍ରୟସ୍ଥଳୀ)କୁ ନେଇଗଲା।
ପରେ, ତାଙ୍କୁ ବିଳାସପୁରସ୍ଥିତ 'ଅପନା ଘର' ନାମକ ଏକ ବୃଦ୍ଧାଶ୍ରମକୁ ସ୍ଥାନାନ୍ତର କରାଗଲା।ଏହି ଆଶ୍ରୟସ୍ଥଳୀରେ ହିଁ ୨୦୨୫ ମସିହାରେ କହ୍ନେୟା ଲାଲ୍ ଏବଂ ସାଭିନାଙ୍କ ଭେଟ ହୋଇଥିଲା।
ଉଭୟେ ପରସ୍ପରର ଯନ୍ତ୍ରଣା ଓ ଏକାକୀତ୍ୱକୁ ବୁଝିପାରିଥିଲେ।
ସମୟ ବିତିବା ସହ, ସେମାନଙ୍କ ବନ୍ଧୁତା ଏକ ଗଭୀର ସମ୍ପର୍କରେ ପରିଣତ ହେଲା ଏବଂ ବର୍ତ୍ତମାନ, ଉଭୟେ ନିଜ ଜୀବନର ବାକି ସମୟ ଏକାଠି ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି।
ନଭେମ୍ବର ୨୫ରେ 'ଆଶ୍ରମ ପରିବାର'ର ଉପସ୍ଥିତିରେ ଦୁହିଁଙ୍କ ବିବାହ ସମ୍ପର୍ଣ୍ଣ ହେବ।
ଜୀବନର ଏହି ପର୍ଯ୍ୟାୟରେ ଏକାଠି ହେବାର ନିଷ୍ପତ୍ତି ସମାଜ ପାଇଁ ଏକ ସୁନ୍ଦର ବାର୍ତ୍ତା ବହନ କରେ।
ବାର୍ତ୍ତାଟି ହେଉଛି ଜୀବନର ଯେକୌଣସି ମୁହୂର୍ତ୍ତରେ ଜଣେ ପ୍ରକୃତ ସାଥୀ ପାଇପାରେ ଏବଂ ଏକ ନୂଆ ଜୀବନର ଆରମ୍ଭ କରିପାରେ।
ଆମ ସରକାର ନୂଆପଡ଼ା ଓ ନୟାଗଡ଼ରେ ୨ଟି ନୂଆ ହୋମିଓପାଥିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି: ମୁଖ୍ୟମନ୍ତ୍ରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
