Assam Flood : ଆସାମରେ ବର୍ଷା ବିତ୍ପାତ, ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି

Jul 22, 2026 - 07:52
Assam Flood : ଆସାମରେ ବର୍ଷା ବିତ୍ପାତ, ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି

"ନୂଆଦିଲ୍ଲୀ: ଲାଗି ରହିଛି ଲଗାଣ ବର୍ଷା ।

ଦେଶର ବିଭିନ୍ନ ଭାଗରେ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି ।

ଫଳରେ ଜନଜୀବନ ଅସ୍ତବ୍ୟସ୍ତ ।

ଆସାମରେ ବନ୍ୟା ପରିସ୍ଥିତି ବର୍ତ୍ତମାନ ଅତ୍ୟନ୍ତ ଗମ୍ଭୀର ।

ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ଏବଂ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବନ୍ୟା ଜନିତ ବିଭିନ୍ନ କାରଣରୁ ୨୧ ଜଣଙ୍କର ମୃତ୍ୟୁ ଘଟିଛି ।

Advertisment ଆସାମରେ ବନ୍ୟା ସ୍ଥିତି ସାଙ୍ଘାତିକ  ରାଜ୍ୟର ୧୬ ଟି ଜିଲ୍ଲାର ୫.୬୪ ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।

ସେହିପରି ୮୭୨ ଟି ଗ୍ରାମ ସମ୍ପୂର୍ଣ୍ଣ  ସମ୍ପୂର୍ଣ୍ଣ ଜଳମଗ୍ନ ।

ହଜାର ହଜାର ହେକ୍ଟର ଚାଷ ଜମି ବନ୍ୟା ପାଣିରେ ବୁଡ଼ି ରହିଥିବାରୁ ବ୍ୟାପକ ଫସଲ ହାନି ହୋଇଛି, ଯାହା ଚାଷୀଙ୍କ ପାଇଁ ବଡ଼ ଚିନ୍ତାର ବିଷୟ ପାଲଟିଛି।

ଅଧିକ ପଢନ୍ତୁ:  Heavy Rain: ବର୍ଷା ବିପର୍ଯ୍ୟୟ; ଜମ୍ମୁ-କାଶ୍ମୀରରେ ୨୩, ଆସାମରେ ୧୧ ଜଣଙ୍କ ମୃତ୍ୟୁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି।

NDRF, SDRF ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ପ୍ରଭାବିତ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି।

ଶତାଧିକ ରିଲିଫ୍ କ୍ୟାମ୍ପ ଖୋଲାଯାଇ ବନ୍ୟା ବିପନ୍ନଙ୍କୁ ଖାଦ୍ୟ, ପାନୀୟ ଜଳ ଏବଂ ଔଷଧ ଯୋଗାଇ ଦିଆଯାଉଛି।

ତେବେ ଲଗାତାର ବର୍ଷା ଜାରି ରହିଥିବାରୁ ଆଗାମୀ କିଛି ଦିନ ମଧ୍ୟରେ ପରିସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା କରାଯାଉଛି।

ରାଜ୍ୟ ସରକାର କେନ୍ଦ୍ର ସହିତ ଯୋଗାଯୋଗରେ ଅଛନ୍ତି ଏବଂ ରିଲିଫ୍ କାର୍ଯ୍ୟର ତଦାରଖ କରୁଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।