Medha Manjrekar's: ମେଧା ମଞ୍ଜରେକର୍ଙ୍କ କର୍କଟ ସଂଘର୍ଷ
"ହସ୍ପିଟାଲ୍ରେ ରିକଭରି ବେଲ୍ ବାଜିବା ଠାରୁ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବା ପର୍ଯ୍ୟନ୍ତ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ମେଧା ମଞ୍ଜରେକର୍ ନିଜ କର୍କଟ ଯାତ୍ରା ସମ୍ପର୍କରେ ଖୁଲାସା କରିଛନ୍ତି।
ସେ ମନେ ପକାଇଛନ୍ତି ଯେ, କେବଳ ରେଡିଏସନ୍, କେମୋଥେରାପି ଓ ଅସ୍ତ୍ରୋପଚାର ଦ୍ୱାରା ଏଥିରୁ ସୁସ୍ଥ ହେବା ସମ୍ଭବ ନୁହେଁ, ରୋଗୀଙ୍କ ପ୍ରତି ଲୋକଙ୍କ ଆଚରଣ ମଧ୍ୟ ବଡ଼ ଭୂମିକା ଗ୍ରହଣ କରିଥାଏ।
ଏବେ ମେଧାଙ୍କ ଚିକିତ୍ସା ସରିବାକୁ ଯାଉଛି।
ଏହି ସମୟରେ ଏକ ଭାବପ୍ରବଣ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ରେ ତାଙ୍କୁ ସମର୍ଥନ କରିଥିବା ଲୋକଙ୍କ ଭୂମିକା ବିଷୟରେ ସେ ଉଲ୍ଲେଖ କରିଛନ୍ତି।
କହିଛନ୍ତି ଯେ, ସେ କେବେ ବି ଏକୁଟିଆ ରୋଗର ସାମ୍ନା କରିନାହାନ୍ତି।
ସେହି ଅଦୃଶ୍ୟ ହାତଗୁଡ଼ିକୁ ମେଧା ମନେପକାଇଛନ୍ତି, ଯେଉଁଗୁଡ଼ିକ ତାଙ୍କୁ ପ୍ରତିଦିନ ସହଯୋଗ କରିଛନ୍ତିି।
ତାଙ୍କ ପୋଷ୍ଟରେ କର୍କଟ ଚିକିତ୍ସା କିପରି ଖାଦ୍ୟ ଗ୍ରହଣ ଉପରେ ପ୍ରଭାବ ପକାଇଲା, ତାହା ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି।
ମଞ୍ଜରେକର୍ କହିଛନ୍ତି, ଯେତେବେଳେ ଚିକିତ୍ସା ଯୋଗୁଁ ତାଙ୍କ ଭୋକ ମରିଯାଇଥିଲା, ସେତେବେଳେ ତାଙ୍କ ପରିବାର ଓ ସାଙ୍ଗମାନେ ତାଙ୍କୁ ଖୁଆଇବା ପାଇଁ ନୂଆ ଉପାୟ ଖୋଜିଥିଲେ।
ଢୋକଲା, ନରମ ଇଡ଼ଲି, ଓ ଗୁପ୍ଚୁପ୍ ଭଳି ସାଧାରଣ ଖାଦ୍ୟ ଖୁଆଇ ଅରୁଚି ଭାଙ୍ଗିବାକୁ ଉଦ୍ୟମ କରିଥିଲେ।Advertisment Judgement: ସୁରେନ୍ଦ୍ର ଗାଡଲିଙ୍ଗଙ୍କ ଜାମିନ ଆବେଦନ ଶୁଣାଣିରୁ ତୃତୀୟ ସୁପ୍ରିମ୍କୋର୍ଟ ବିଚାରପତି ଓହରିଲେ ଗବେଷଣା ଅନୁଯାୟୀ, କର୍କଟ ଚିକିତ୍ସାର ସବୁଠାରୁ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ଭୋକ ମରିଯିବା ଓ ଅରୁଚି ହେବା।
କେମୋଥେରାପି, ରେଡିଏସନ୍ ଓ ଅନ୍ୟ ଔଷଧ ଯୋଗୁଁ ରୋଗୀଙ୍କ ସ୍ୱାଦ ଓ ଆଘ୍ରାଣରେ ପରିବର୍ତ୍ତନ ଆସେ।
ବାନ୍ତି ଲାଗିବା କିମ୍ବା ପାଟିରେ ଘା" ହେବା ଭଳି ସମସ୍ୟା ଦେଖାଦିଏ, ଯାହା ପୁଷ୍ଟିକର ଖାଦ୍ୟ ଖାଇବା କଷ୍ଟକର କରିଦିଏ।
ସେ କହିଛନ୍ତି, କିପରି ତାଙ୍କର ଜଣେ ଘନିଷ୍ଠ ବନ୍ଧୁ କ୍ରାନ୍ବେରି ଜୁସ୍କୁ ସାମ୍ପେନ୍ ଗ୍ଲାସ୍ରେ ଦେଇ ତାଙ୍କୁ ଉତ୍ସାହିତ କରୁଥିଲେ, ଯାହା ତାଙ୍କ ଦୃଷ୍ଟିକୋଣ ବଦଳାଇ ଦେଇଥିଲା।
ଚିକିତ୍ସାର ଏକ ଅଂଶ ହେଉଛି ପୁଷ୍ଟିସାର ଖାଦ୍ୟ।
ଚିକିତ୍ସକମାନେ ବି ମାନୁଛନ୍ତି ଯେ, ପୁଷ୍ଟିକର ଖାଦ୍ୟ କର୍କଟ ଚିକିତ୍ସା ପାଇଁ ଗୁରୁତ୍ୱପୂର୍ଣ୍ଣ।
ଆମେରିକାନ୍ କ୍ୟାନ୍ସର୍ ସୋସାଇଟି ଅନୁଯାୟୀ, ପର୍ଯ୍ୟାପ୍ତ କ୍ୟାଲୋରି ଓ ପ୍ରୋଟିନ୍ ଗ୍ରହଣ କରିବା ଦ୍ୱାରା ରୋଗୀଙ୍କ ଶକ୍ତି ବଜାୟ ରହିଥାଏ, ମାଂସପେଶୀ ସୁରକ୍ଷିତ ରହେ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ।
ଯେତେବେଳେ ଭୋକ କମ୍ ଥାଏ, ସେତେବେଳେ ଅଳ୍ପ ଅଳ୍ପ କରି ନରମ ଖାଦ୍ୟ ଖାଇବା ଉଚିତ।
ଖାଦ୍ୟ ବ୍ୟତୀତ ମଞ୍ଜରେକର୍ ତାଙ୍କ ସ୍ୱାମୀ, ଝିଅ, ସାଙ୍ଗ, ଡାକ୍ତର, ନର୍ସ ଓ ଆଧ୍ୟାତ୍ମିକ ଗୁରୁଙ୍କଠାରୁ ପାଇଥିବା ଭାବପ୍ରବଣ ସମର୍ଥନକୁ ଶ୍ରେୟ ଦେଇଛନ୍ତି।
ତାଙ୍କ କାହାଣୀ ମନେପକାଇ ଦିଏ ଯେ, କର୍କଟରୁ ସୁସ୍ଥ ହେବା କେବଳ ଚିକିତ୍ସା ନୁହେଁ, ବରଂ ସହାନୁଭୂତି, ପରିବାରର ସମର୍ଥନ ଓ ଉପଯୁକ୍ତ ଖାଦ୍ୟ ଉପରେ ମଧ୍ୟ ନିର୍ଭରଶୀଳ।
UCC Bill: ମଧ୍ୟପ୍ରଦେଶ ବିଧାନସଭାରେ ସମାନ ନାଗରିକ ସଂହିତା ବିଲ୍ ଗୃହୀତ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।