Sundargarh: ଯାନବାହନ ପ୍ରେମରେ ଜିଲ୍ଲାର ମହିଳା: ଡିଏଲ୍‌ଧାରୀଙ୍କ ତୁଳନାରେ ରାଜ୍ୟର ତୃତୀୟ ସ୍ଥାନରେ ସୁନ୍ଦରଗଡ଼

Jul 22, 2026 - 08:51
Sundargarh: ଯାନବାହନ ପ୍ରେମରେ ଜିଲ୍ଲାର ମହିଳା: ଡିଏଲ୍‌ଧାରୀଙ୍କ ତୁଳନାରେ ରାଜ୍ୟର ତୃତୀୟ ସ୍ଥାନରେ ସୁନ୍ଦରଗଡ଼

"ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ସଶକ୍ତୀକରଣର ନୂଆ ଦୃଶ୍ୟ ଦେଖିବାକୁ ମିଳିଛି।

ମହିଳାମାନଙ୍କ ମଧ୍ୟରେ ଗାଡ଼ି ଚଲାଇବା ପ୍ରତି ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି।

ଜିଲ୍ଲାର ଉଭୟ ରାଉରକେଲା ଓ ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) ପକ୍ଷରୁ ମୋଟ୍‌ ୩୬,୭୪୫ ଜଣ ମହିଳାଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଛି।

ଅଧିକ ସଂଖ୍ୟକ ମହିଳା ଡିଏଲ୍‌ଧାରୀ ଥିବା ଜିଲ୍ଲା ତାଲିକାରେ ସୁନ୍ଦରଗଡ଼ ଜିଲ୍ଲା, ରାଜ୍ୟରେ ତୃତୀୟ ସ୍ଥାନରେ ରହିଛି।

ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏହା ଏକ ଅତ୍ୟନ୍ତ ସକାରାତ୍ମକ ଓ ସନ୍ତୋଷଜନକ ସଙ୍କେତ।Advertisment ଏତେସଂଖ୍ୟକ ମହିଳା ଡିଏଲ୍‌ ହାସଲ କରିବା, ସେମାନଙ୍କ ଆତ୍ମନିର୍ଭରଶୀଳତା ଓ ଗତିଶୀଳତା କ୍ଷେତ୍ରରେ ଏକ ବଡ଼ ସଫଳତା।

ରାଉରକେଲା ଆର୍‌ଟିଓ ଅଧିନରେ ମୋଟ୍‌ ୩୨,୦୭୪ ଜଣ ମହିଳାଙ୍କୁ ଡିଏଲ୍‌ ପ୍ରଦାନ କରାଯାଇଛି।

ଏଥିମଧ୍ୟରୁ ୩୨,୦୫୫ ଜଣଙ୍କୁ ଅଣବ୍ୟବସାୟିକ ଗାଡ଼ି ଚାଳନା ପାଇଁ ଓ ୧୯ ଜଣଙ୍କୁ ବ୍ୟବସାୟିକ ଗାଡ଼ି ଚାଳନା ପାଇଁ ଡିଏଲ୍‌ ଦିଆଯାଇଛି।

ଯାହାକି, ରାଉରକେଲା ଆର୍‌ଟିଓ ଅଧିନରେ ଦିଆଯାଇଥିବା ମୋଟ୍‌ ଡିଏଲ୍‌ଧାରୀଙ୍କ ସଂଖ୍ୟାର ୧୩.୦୧%।

ସେହିଭଳି ସୁନ୍ଦରଗଡ଼ ଅଧିନରେ ୪,୬୭୨ ଜଣଙ୍କୁ ଅଣବ୍ୟବସାୟିକ ଓ ଜଣଙ୍କୁ ବ୍ୟବସାୟିକ ଗାଡ଼ି ଚାଳନା ପାଇଁ ଡିଏଲ୍‌ ଦିଆଯାଇଛି।

ଆହୁରି ପଢନ୍ତୁ: Mango: ହଜିଯାଉଛି ଦେଶୀ ଆମ୍ୱର ଅସ୍ତିତ୍ୱ: "ହାମିଲ୍‌ଟନ୍ ସୁନ୍ଦରୀ" ଓ "ବଳଦେବ" ଆମ୍ୱକୁ ବ୍ରାଣ୍ଡିଂ କରିବାକୁ ପ୍ରୟାସ ଏହାହେଉଛି ସୁନ୍ଦରଗଡ଼ ଆର୍‌ଟିଓ ଅଧିନରେ ଦିଆଯାଇଥିବା ମୋଟ୍‌ ଡିଏଲ୍‌ଧାରୀଙ୍କ ସଂଖ୍ୟା ମଧ୍ୟରୁ ୧୦.୬୦%।

ସୁନ୍ଦରଗଡ଼ ଉପରକୁ ଅଧିକ ମହିଳା ଡିଏଲ୍‌ଧାରୀଙ୍କ ସଂଖ୍ୟା, ଭୁବନେଶ୍ବର-୧ (୫୦,୨୨୮), କଟକ (୪୩,୫୯୦) ଓ ଗଞ୍ଜାମ (୩୭,୧୬୧)ରେ ରହିଛି।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ଗତ ମାର୍ଚ୍ଚ ସୁଦ୍ଧା ୩,୪୬,୬୦୭ ଜଣଙ୍କୁ ଡିଏଲ୍‌ ଜାରି କରାଯାଇଛି।

ଏଥିମଧ୍ୟରୁ ରାଉରକେଲା ଆର୍‌ଟିଓ‌ରେ ୨,୪୬,୩୯୧ ଓ ସୁନ୍ଦରଗଡ଼ ଆର୍‌ଟିଓ ଅଧିନରେ ୧,୦୦,୨୧୬ ଜଣଙ୍କୁ ଡିଏଲ୍‌ ମିଳିଛି।

ଅବଶ୍ୟ, ଏହା ପଛରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିଆଯାଇଥିବା ଆଧୁନିକ ବ୍ୟବସ୍ଥା, ଯଥା-ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ୍‌ (ଏଡିଟିଏସ୍‌), କମ୍ପ୍ୟୁଟରାଇଜ୍‌ଡ ଟେଷ୍ଟ୍‌ ବେଶ୍ ସହାୟକ ହୋଇଛି।

ଏତଦ୍‌ବ୍ୟତୀତ ରାଜ୍ୟ ସରକାରଙ୍କ "ମହିଳା ସୁ ବାହକ" ଯୋଜନାରେ ମହିଳାମାନଙ୍କୁ ମାଗଣା ଡ୍ରାଇଭିଂ ପ୍ରଶିକ୍ଷଣ ସହ ଇଲେକ୍ଟ୍ରିକ୍ ଟ୍ୟାକ୍ସି କିଣିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।