Asia Rugby Championship: ୧୯ ବର୍ଷରୁ କମ ଏସିଆ ରଗ୍‌ବି ଚାମ୍ପିୟନସିପ୍'ରେ ଭାରତର ପ୍ରତିନିଧିତ୍ୱ କଲେ ସୁଭାଷ

Nov 23, 2026 - 23:42
Asia Rugby Championship: ୧୯ ବର୍ଷରୁ କମ ଏସିଆ ରଗ୍‌ବି ଚାମ୍ପିୟନସିପ୍'ରେ ଭାରତର ପ୍ରତିନିଧିତ୍ୱ କଲେ ସୁଭାଷ

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଇତିହାସରେ ପ୍ରଥମ ଥର ପାଇଁ ମହୁଲଡିହାର ସୁଭାଷ ହାଁସଦା କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ 'ଅଣ୍ଡର-୨୦ ଏସିଆ ରଗ୍‌ବି ଫୁଟବଲ୍ ଚାମ୍ପିୟନସିପ୍'ରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି।

Advertisment ସୁଭାଷ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟରୁ ନିଜର ରଗ୍‌ବି ଯାତ୍ରା ଆରମ୍ଭ କରିଥିଲେ।

ସେଠାରେ ଉମାକାନ୍ତ ବେହେରାଙ୍କ ପ୍ରୟାସ କ୍ରମେ ' ମୟୂରଭଞ୍ଜ ଜିଲ୍ଲା ରଗ୍‌ବି ଫୁଟବଲ୍ ଆସୋସିଏସନ୍' ଦ୍ୱାରା ତୃଣମୂଳ ସ୍ତରରେ ରଗ୍‌ବି ପ୍ରଶିକ୍ଷଣ ଆରମ୍ଭ କରାଯାଇଥିଲା।ପରବର୍ତ୍ତୀ ସମୟରେ, ସେ 'ରାଇରଙ୍ଗପୁର ରଗ୍‌ବି ଆଣ୍ଡ ଆଥଲେଟିକ୍ ଏକାଡେମୀ' (ପୂର୍ବରୁ 'ରାଇରଙ୍ଗପୁର ରଗ୍‌ବି କ୍ଲବ୍' ଭାବେ ପରିଚିତ) ସହ ମିଶି ଏମ୍ ଡି ଆର ଆଫ୍ ଏର ପ୍ରଶିକ୍ଷକମାନଙ୍କଠାରୁ ତାଲିମ ନେଇଥିଲେ।

ଦଶମ ଶ୍ରେଣୀ ପାସ୍ କରିବା ପରେ, ସେ ଏମ୍ ଡି ଆର ଆଫ୍ ଏରେ ଯୋଗ ଦେଇଥିଲେ।

ସେଠାରେ ସେ ଭାଲାଗାଡ଼ିଆ ଷ୍ଟାଡିୟମରେ ସମ୍ପାଦକ ଜେ.

ସୁଶୀଲ ହେମ୍ବ୍ରମ ଏବଂ ପ୍ରଶିକ୍ଷକ ସୁବ୍ରତ ଭୌମିକଙ୍କ ତତ୍ତ୍ୱାବଧାନରେ ନିଜର ପ୍ରଶିକ୍ଷଣ ଜାରି ରଖିଥିଲେ।

ଏମ୍ ଡି ଆର ଆଫ୍ ଏ ର ସଭାପତି ସୁନାରାମ କିସ୍କୁ, ସମ୍ପାଦକ ଜେ.

ସୁଶୀଲ ହେମ୍ବ୍ରମ ଏବଂ ପରିଚାଳନା ନିର୍ଦ୍ଦେଶକ ବାବା ଢାଲାରାମ ହାଁସଦାଙ୍କ ଉଦ୍ୟମ ଯୋଗୁଁ ଏହି ବଡ଼ ସଫଳତା ହାସଲ କରିବା ସମ୍ଭବ ହୋଇପାରିଛି।ଏହି ଐତିହାସିକ ସଫଳତା ରାଇରଙ୍ଗପୁର, ମୟୂରଭଞ୍ଜ ତଥା ସମଗ୍ର ରାଜ୍ୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)