Arrested: ବାଇକ୍‌ ଡିକି ଭାଙ୍ଗି ୫୦ ହଜାର ଲୁଟ୍‌: ଗଜପତିରୁ ୨ ଲୁଟେରା ଗିରଫ

Sep 01, 2026 - 11:00
Arrested: ବାଇକ୍‌ ଡିକି ଭାଙ୍ଗି ୫୦ ହଜାର ଲୁଟ୍‌: ଗଜପତିରୁ ୨ ଲୁଟେରା ଗିରଫ

"କଣ୍ଟାବାଞ୍ଜି: ବାଇକ୍‌ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟ୍‌ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗଜପତି ଜିଲ୍ଲାରୁ ଗିରଫ କରିଛି କଣ୍ଟାବାଞ୍ଜି ପୁଲିସ।

ଗତ ଅଗଷ୍ଟ ୧ ତାରିଖରେ କଣ୍ଟାବାଞ୍ଜି ସହରର ୨ ନମ୍ବର ରୋଡ୍‌ରେ ଏହି ଲୁଟ୍‌ ଘଟିଥିଲା।Advertisment ସୂଚନା ଅନୁସାରେ, ତୁରେକେଲା ବ୍ଲକ୍‌ କୁଇବହାଲ ଗାଁର ତ୍ରିବେଣୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇ ବାଇକ୍‌ ଡିକିରେ ରଖିଥିଲେ।

ପରେ ନିକଟସ୍ଥ ଏକ ମୁଢ଼ି ଠେଲାରେ ଖାଉଥିବା ସମୟରେ ଦୁର୍ବୃତ୍ତମାନେ ସୁଯୋଗ ନେଇ ବାଇକ୍‌ ଡିକି ଖୋଲି ଟଙ୍କା ନେଇ ଫେରାର ହୋଇଯାଇଥିଲେ।

ଘଟଣା ପରେ କଣ୍ଟାବାଞ୍ଜି ପୁଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଆରମ୍ଭ କରିଥିଲା।

ଲୁଟେରାଙ୍କ ଗତିବିଧି ଉପରେ ନଜର ରଖି ଶେଷରେ ଗଜପତି ଜିଲ୍ଲାରୁ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଛି ପୁଲିସ।

ପୁଲିସର ତଦନ୍ତ ଜାରି ରହିଛି ଗିରଫ ଦୁଇ ଅଭିଯୁକ୍ତ ହେଲେ ଆନ୍ଧ୍ରପ୍ରଦେଶର କପରଟିପା ଗାଁର ପେଟଲା ଦେବାଧନମ୍‌ ଏବଂ ଗୋଡେଟି ସଲମା।

ତେବେ ଏହି ଲୁଟ୍‌ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସର ତଦନ୍ତ ଜାରି ରହିଛି।

Heavy Rain: ଲଗାଣ ବର୍ଷାରେ ଫୁଲି ଉଠିଛି ବୁଢ଼ାବଳଙ୍ଗ, ମୟୂରଭଞ୍ଜ ଜିଲ୍ଲାର ଛଅଟି ବ୍ଲକ୍‌ରେ ସ୍କୁଲ୍ ବନ୍ଦ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)