Annamalai: ବିଜେପି ଛାଡ଼ିବାର କାରଣ କହିଲେ ଆନ୍ନାମଲାଇ: ଦିଲ୍ଲୀରୁ ତାମିଲନାଡ଼ୁର ନିଷ୍ପତ୍ତି ନେବା ଠିକ୍‌ ନୁହେଁ

Aug 17, 2026 - 20:21
Annamalai: ବିଜେପି ଛାଡ଼ିବାର କାରଣ କହିଲେ ଆନ୍ନାମଲାଇ: ଦିଲ୍ଲୀରୁ ତାମିଲନାଡ଼ୁର ନିଷ୍ପତ୍ତି ନେବା ଠିକ୍‌ ନୁହେଁ

"ଚେନ୍ନାଇ: ବିଜେପି ଛାଡ଼ିବାର କାରଣ ସମ୍ପର୍କରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଦଳର ପୂର୍ବତନ ତାମିଲନାଡ଼ୁସଭାପତି କେ.

ଆନ୍ନାମଲାଇ।

ସୋମବାର ଚେନ୍ନାଇରେ ଅନୁଷ୍ଠିତ ଇଣ୍ଡିଆ ଟୁଡେ ରାଉଣ୍ଡଟେବୁଲ୍‌ ତାମିଲନାଡ଼ୁ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ବିଜେପିର ନିଷ୍ପତ୍ତି ନେବା ପ୍ରକ୍ରିୟା ଅତ୍ୟଧିକ ଦିଲ୍ଲୀକୈନ୍ଦ୍ରିକ ହୋଇପଡ଼ିଥିଲା।

ରାଜ୍ୟ ନେତାମାନଙ୍କୁ ପର୍ଯ୍ୟାପ୍ତ ସ୍ୱାଧୀନତା ନ ମିଳିବା ଏବଂ ତାମିଲନାଡ଼ୁର ରାଜନୈତିକ ଆବଶ୍ୟକତାକୁ ଦିଲ୍ଲୀରୁ ବୁଝିବା ପ୍ରୟାସ ତାଙ୍କ ଅସନ୍ତୋଷର ମୁଖ୍ୟ କାରଣ ଥିଲା।Advertisment ଆହୁରି ପଢନ୍ତୁ :World Athletics Continental Tour ଭୁବନେଶ୍ୱରରେ ଅନୁଷ୍ଠିତ ହେବ 'ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍' ମିଟ୍ ୨୦୨୦ ଅଗଷ୍ଟରେ ବିଜେପିରେ ଯୋଗ ଦେଇଥିବା ଆନ୍ନାମଲାଇ ୨୦୨୧ରୁ ୨୦୨୫ ପର୍ଯ୍ୟନ୍ତ ତାମିଲନାଡ଼ୁ ବିଜେପିର ନେତୃତ୍ୱ ନେଇଥିଲେ।

ଦଳକୁ ତାମିଲନାଡ଼ୁରେ ସ୍ୱତନ୍ତ୍ର ଭାବେ ବିସ୍ତାର କରିବା ପାଇଁ ସେ ଜୋରଦାର ଅଭିଯାନ ଚଳାଇଥିଲେ।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେ ୧୭୦୦ କିମି ପଦଯାତ୍ରା କରି ରାଜ୍ୟର ସମସ୍ତ ୩୯ଟି ଲୋକସଭା ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ।

ଏହା ପରେ ରାଜ୍ୟରେ ବିଜେପିର ଭୋଟ୍‌ ହାର ପ୍ରାୟ ୩ ପ୍ରତିଶତରୁ ବଢ଼ି ୧୧ ପ୍ରତିଶତରୁ ଅଧିକ ହୋଇଥିଲା।

ଆନ୍ନାମଲାଇ କହିଛନ୍ତି ଯେ, ୨୦୨୬ ବିଧାନସଭା ନିର୍ବାଚନରେ ଏଆଇଏଡିଏମ୍‌କେ ସହ ମେଣ୍ଟ କରିବାକୁ ସେ ବିରୋଧ କରିଥିଲେ।

ତଥାପି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏହି ମେଣ୍ଟକୁ ଆଗକୁ ନେଇଥିଲା।

ଏହା ପରେ ୨୦୨୬ ନିର୍ବାଚନରେ ବିଜେପିର ଭୋଟ୍‌ ହାର ୨.୯ ପ୍ରତିଶତକୁ ଖସିଲା, ଯାହା ୨୦୨୧ର ଭୋଟ୍‌ ହାର ସହ ପ୍ରାୟ ସମାନ।

ଆହୁରି ପଢନ୍ତୁ :truck overturned ଜାତୀୟ ରାଜପଥରେ ଓଲଟିଲା ପରିବା ବୋଝେଇ ଟ୍ରକ, ୩ ଗୁରୁତର ସେ କହିଛନ୍ତି ଯେ, ୨୦୨୫ ଅକ୍ଟୋବର-ନଭେମ୍ବରରେ ହିଁ ସେ ଦଳ ଛାଡ଼ିବାକୁ ନିଜ ଇଚ୍ଛା ଜଣାଇଥିଲେ।

ହେଲେ ବିଧାନସଭା ନିର୍ବାଚନ ଶେଷ ପର୍ଯ୍ୟନ୍ତ ଦଳରେ ରହିବାକୁ ତାଙ୍କୁ କୁହାଯାଇଥିଲା।

ମେ"ରେ ନିର୍ବାଚନ ଶେଷ ହେବା ପରେ ସେ ପୁଣି ଦଳୀୟ ନେତୃତ୍ୱ ସହ ଆଲୋଚନା କରିଥିଲେ ଏବଂ ସାର୍ବଜନୀନ ଭାବେ ବିବାଦ ସୃଷ୍ଟି ନ କରି ସମ୍ମାନଜନକ ଭାବେ ବାହାରିବାକୁ ଚାହିଥିଲେ।

ଶେଷରେ ଜୁନ୍‌ରେ ସେ ବିଜେପି ଛାଡ଼ି "ୱି ଦି ଲିଡର୍ସ" ନାମରେ ଏକ ତୃଣମୂଳସ୍ତରୀୟ ଆନ୍ଦୋଳନ ଆରମ୍ଭ କରିଛନ୍ତି।

ଆହୁରି ପଢନ୍ତୁ :Jai Kisan Navratna Fertilizers ଜୟ କିସାନ ନବରତ୍ନ ଫର୍ଟିଲାଇଜର ପକ୍ଷରୁ ବୃକ୍ଷରୋପଣ ଓ ପୂର୍ବ ସୈନିକ-କୃଷକଙ୍କୁ ସମ୍ବର୍ଦ୍ଧନା ବିଜେପିର ଦିଲ୍ଲୀକୈନ୍ଦ୍ରିକ ନିଷ୍ପତ୍ତିକୁ ସମାଲୋଚନା କରି ସେ କହିଛନ୍ତି, ତାମିଲନାଡ଼ୁ ବିଜେପିର କୋର୍‌ କମିଟି ବୈଠକ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ହେବା ଉଚିତ ନୁହେଁ।

ରାଜ୍ୟର ନିଷ୍ପତ୍ତି ରାଜ୍ୟ ମାଟିରେ ନିଆଯିବା ଦରକାର।

ଏଥିସହ ଦେଶର ବିକାଶରେ ଗୁଜରାଟକୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ଅଭିଯୋଗ କରି ସେ ଏହି "ଗୁଜରାଟକୈନ୍ଦ୍ରିକ" ମଡେଲର ପୁନର୍ବିଚାର ଆବଶ୍ୟକ ବୋଲି କହିଛନ୍ତି।

ଆହୁରି ପଢନ୍ତୁ :Supreme Court: ପରମାଣୁ ଦୁର୍ଘଟଣାରେ ନ୍ୟାୟସଙ୍ଗତ କ୍ଷତିପୂରଣ ଦେଇପାରିବେ କି କୋର୍ଟ?

ମେକେଦାତୁ ବନ୍ଧ ପ୍ରସଙ୍ଗରେ ମଧ୍ୟ ଆନ୍ନାମଲାଇ କେନ୍ଦ୍ରର ଆଭିମୁଖ୍ୟକୁ ପ୍ରଶ୍ନ କରିଛନ୍ତି।

୨୦୨୧ରେ କେନ୍ଦ୍ର ସରକାର କର୍ଣ୍ଣାଟକକୁ ବନ୍ଧ ନିର୍ମାଣ ପାଇଁ କେନ୍ଦ୍ରର ଅନୁମତି ଆବଶ୍ୟକ ବୋଲି କହିଥିବା ବେଳେ ୨୦୨୬ରେ ସଂସଦରେ ଆଭିମୁଖ୍ୟ ବଦଳିଥିବା ସେ ଦାବି କରିଛନ୍ତି।

୨୦୨୮ରେ କର୍ଣ୍ଣାଟକ ଏବଂ ତା" ପରେ ତାମିଲନାଡ଼ୁରେ ନିର୍ବାଚନ ଥିବାରୁ ନିର୍ବାଚନକୁ ଦୃଷ୍ଟିରେ ରଖି ନୀତି ନିର୍ଦ୍ଧାରଣ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ତେବେ ବିଜେପି ସହ ମତଭେଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧ ଭାବେ ଦେଖାଯିବା ଉଚିତ ନୁହେଁ ବୋଲି ଅନ୍ନାମଲାଇ ସ୍ପଷ୍ଟ କରିଛନ୍ତି।

ସେ ମୋଦୀଙ୍କୁ ସମ୍ମାନ କରୁଥିବା କହିବା ସହ "ୱି ଦି ଲିଡର୍ସ" ଆନ୍ଦୋଳନ ମୂଳତଃ ତାମିଲନାଡ଼ୁକୈନ୍ଦ୍ରିକ ହେଲେ ମଧ୍ୟ ଏହାର ଚିନ୍ତାଧାରା ଜାତୀୟତାବାଦୀ ରହିବ ବୋଲି କହିଛନ୍ତି।

ତାଙ୍କ ମତରେ ଆଞ୍ଚଳିକତା ଓ ଜାତୀୟତା ପରସ୍ପର ବିରୋଧୀ ନୁହେଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media