Nepal: ଜେନେରାଲ ଧୀରଜ ସେଠଙ୍କୁ ନେପାଳର ଅବୈତନିକ ଜେନେରାଲ ସମ୍ମାନ

Aug 17, 2026 - 20:21
Nepal: ଜେନେରାଲ ଧୀରଜ ସେଠଙ୍କୁ ନେପାଳର ଅବୈତନିକ ଜେନେରାଲ ସମ୍ମାନ

"କାଠମାଣ୍ଡୁ: ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଧୀରଜ ସେଠଙ୍କୁ ନେପାଳ ସେନାର ଅବୈତନିକ ଜେନେରାଲ ପାହ୍ୟା ପ୍ରଦାନ କରାଯାଇଛି। ‌କାଠମାଣ୍ଡୁଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲ ତାଙ୍କୁ ସୋମବାର ଏହି ସମ୍ମାନ ପ୍ରଦାନ କରିଛନ୍ତି।

ଏଥିରେ ନେପାଳ ଉପରାଷ୍ଟ୍ରପତି ରାମ ସହାୟ ପ୍ରସାଦ ଯାଦବ, ବିଦେଶ ମନ୍ତ୍ରୀ ଶିଶିର ଖାନଲ, ଭାରତର ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ।Advertisment ଆହୁରି ପଢନ୍ତୁ :Jai Kisan Navratna Fertilizers ଜୟ କିସାନ ନବରତ୍ନ ଫର୍ଟିଲାଇଜର ପକ୍ଷରୁ ବୃକ୍ଷରୋପଣ ଓ ପୂର୍ବ ସୈନିକ-କୃଷକଙ୍କୁ ସମ୍ବର୍ଦ୍ଧନା ଜେନେରାଲ ସେଠ ଆଜି ନେପାଳ ସେନାକୁ ସାମରିକ ଓ ଡାକ୍ତରୀ ଉପକରଣ ପ୍ରଦାନ କରିଛନ୍ତି।

ନେପାଳ ସେନା ମୁଖ୍ୟାଳୟରେ ଚାରା ରୋପଣ କରିବା ସହ ଗାର୍ଡ ଅଫ୍‌ ଅନର୍‌ ଗ୍ରହଣ କରିଛନ୍ତି।

ନେପାଳ ସେନାମୁଖ୍ୟଜେନେରାଲ ଅଶୋକ ରାଜ୍‌ ସିଗଡେଲ୍‌ଙ୍କ ନିମନ୍ତ୍ରଣକ୍ରମେ ଜେନେରାଲ ସେଠ୍‌ ରବିବାରଠାରୁ ୪ ଦିନିଆ ନେପାଳ ଗସ୍ତରେ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ଉଭୟ ନେପାଳ ଓ ଭାରତ ପରସ୍ପରର ସେନାମୁଖ୍ୟଙ୍କୁ ସେନାମୁଖ୍ୟ ସମ୍ମାନ ପ୍ରଦାନ ପରମ୍ପରା ୧୯୫୦ ମସିହାରୁ ଚାଲି ଆସିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media