Anganwadi Centre in the Capital: ରାଜଧାନୀରେ ଅଙ୍ଗନବାଡ଼ି କେନ୍ଦ୍ର: କୁନିପିଲା ବାରଦୁଆର, ୫୬୮ରୁ ୨୭୫ର ନାହିଁ ନିଜସ୍ବ ଘର
ଭୁବନେଶ୍ୱର (ସୁମନ୍ତ ପରିଡ଼ା): କୋମଳମତିଙ୍କ ଭାଗ୍ୟ ଗଢ଼ିବାକୁ ସରକାର 'ଆମ ଅଙ୍ଗନବାଡ଼ି' କଲେ।
ପାଠପଢ଼ା, ଖେଳକୁଦଠାରୁ ଆରମ୍ଭ କରି ପୁଷ୍ଟିକର ଖାଦ୍ୟପେୟ ବ୍ୟବସ୍ଥାର ସ୍ବପ୍ନ ଦେଖାଇଲେ।
କିନ୍ତୁ ଭିତ୍ତିଭୂମି ତିଆରି କଲେନି।
ଏଣୁ କୁନି କୁନି ପିଲାମାନେ ପାଠପଢ଼ା, ଖେଳକୁଦ ପାଇଁ ବାରଦୁଆର ହେଉଛନ୍ତି।
କ୍ଲବ୍ ଘର, କମ୍ୟୁନିଟି ହଲ୍, ଭାଗବତ ଟୁଙ୍ଗିରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର।
ରାଜଧାନୀ ଭୁବନେଶ୍ବର ଓ ଏହାର ଉପକଣ୍ଠ ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।
ଭିତ୍ତିଭୂମି ନ ଥିବାରୁ ସରକାରଙ୍କ ଏଭଳି ବ୍ୟବସ୍ଥା ଉପରୁ ଲୋକଙ୍କ ଭରସା ବି ତୁଟିବାରେ ଲାଗିଛି।
ଅଭିଭାବକମାନେ ବେସରକାରୀ ସ୍କୁଲ ପ୍ରତି ଆଗ୍ରହ ଦେଖାଉଛନ୍ତି।
Advertisment Special session of Parliament: ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଗଲା: ଆଜି କ୍ୟାବିନେଟ୍ ବିଏମ୍ସି ଓ ଏହାର ଉପକଣ୍ଠ ଅଞ୍ଚଳରେ ୫୬୮ଟି ଅଙ୍ଗନବାଡ଼ି କେନ୍ଦ୍ର ଥିବାବେଳେ ୨୭୫ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘର ନାହିଁ।
ଏଥିରୁ ବିଏମ୍ସି ଅଞ୍ଚଳରେ ୨୩୫ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘର ନାହିଁ।
ବିଏମ୍ସି ଅଞ୍ଚଳରେ ସିଡିପିଓ-୧, ସିଡିପିଓ-୨ ଓ ସିଡିପିଓ-୩, ଏଭଳି ତିନିଟି ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ରହିଛି।
ବିଏମ୍ସି ଅଞ୍ଚଳ ବାହାରେ ସିଡିପିଓ(ଗ୍ରାମାଞ୍ଚଳ)ଙ୍କ କାର୍ଯ୍ୟାଳୟ ରହିଛି।
ସିଡିପିଓ-୧ଙ୍କ ଅଧୀନରେ ଏକାମ୍ର ନିର୍ବାଚନମଣ୍ଡଳୀର ୨୫ଟି ୱାର୍ଡ ରହୁଛି।
ଏଠାରେ ୧୨୦ଟି ଅଙ୍ଗନବାଡ଼ି କେନ୍ଦ୍ର ଥିବାବେଳେ କେବଳ ୪୪ଟି ଅଙ୍ଗନବାଡ଼ିର ନିଜସ୍ବ ଗୃହ ରହିଛି।
ବାକି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ କ୍ଲବ୍ ଘର, କମ୍ୟୁନିଟି ହଲ୍, ଭଡ଼ା ଘରେ ଚାଲିଛି।
ସିଡିପିଓ-୨ଙ୍କ ଅଧୀନରେ ମଧ୍ୟ ନିର୍ବାଚନମଣ୍ଡଳୀର ୨୧ଟି ୱାର୍ଡରେ ୧୦୨ଟି ଅଙ୍ଗନବାଡ଼ି କେନ୍ଦ୍ର ଅଛି।
ସେଥିମଧ୍ୟରୁ ମାତ୍ର ୪୦ଟି ଅଙ୍ଗନବାଡ଼ିର ନିଜସ୍ବ ଗୃହ ରହିଛି।
ସିଡିପିଓ-୩ଙ୍କ ଅଧୀନରେ ଉତ୍ତର ନିର୍ବାଚନମଣ୍ଡଳୀର ୨୩ଟି ୱାର୍ଡ ରେ ୧୫୬ଟି ଅଙ୍ଗନବାଡ଼ି କେନ୍ଦ୍ର ଥିବାବେଳେ ୫୯ଟିର ନିଜସ୍ବ ଗୃହ ରହିଛି।
ଭୁବନେଶ୍ବର ଗ୍ରାମାଞ୍ଚଳ ସିଡିପିଓଙ୍କ କାର୍ଯ୍ୟାଳୟ ଅଧୀନରେ ୧୯୦ଟି ଅଙ୍ଗନବାଡ଼ି କେନ୍ଦ୍ର ଥିବାବେଳେ ୧୫୦ଟିର ନିଜସ୍ବ ଗୃହ ରହିଛି।
ବାକି ୪୦ଟିରୁ ୩୦ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣାଧୀନ ଥିବାବେଳେ ୧୦ଟି ପାଇଁ ଜାଗା ଖୋଜା ଚାଲିଛି।
Rengali Displaced People: ରେଙ୍ଗାଳି ବିସ୍ଥାପିତଙ୍କ ଦୁଃଖ: ଗୋଟିଏ ଗାଁ, ଦୁଇଟି ନାଁ ସମନ୍ବିତ ଶିଶୁ ବିକାଶ ସେବା(ଆସିଡିଏସ୍)ର ଅଧ୍ୟକ୍ଷ ତଥା ଭୁବନେଶ୍ବର ଉପଜିଲ୍ଲାପାଳ ଡ.
ମନୋରଂଜନ ସାହୁ କହିଛନ୍ତି, ଯେଉଁ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନାହିଁ, ତାର ବ୍ୟବସ୍ଥା କରାଯାଉଛି।
କିଛି ଜାଗାରେ ବିଦ୍ୟାଳୟ ପରିସରରେ ଜାଗା ଚିହ୍ନଟ କରାଯାଇଛି।
ଯେଉଁଠି ବିଦ୍ୟାଳୟ ପରିସରରେ ଜାଗା ନାହିଁ, ସେଠାରେ ସାଧାରଣ ପ୍ରଶାସନ ବିଭାଗକୁ ଜମି ଦେବାକୁ ଚିଠି କରାଯାଇଛି।
ନିକଟରେ ୩୦ଟି ବିଦ୍ୟାଳୟରେ ଜାଗା ଚିହ୍ନଟ ସରିଛି, ସେଠାରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହେବାକୁ ଯାଉଛି।
ଟଙ୍କା ଆସିଲେ କାମ ହେବ।
ବାକି ଯେଉଁ ଅଙ୍ଗନବାଡ଼ି କେନ୍ଦ୍ରରେ ଶୌଚାଳୟ ଓ ଘର ଆଦିର ଅବ୍ୟବସ୍ଥା ରହିଛି, କାମ ଖୁବ୍ଶୀଘ୍ର କରିବାକୁ ଯୋଜନା ସରିଛି।
ଶୌଚ ଲାଗିଲେ ବାହାରେ, ବିଜୁଳି କି ପାଣି ସୁବିଧା ନାହିଁ ବିଏମ୍ସି ବୈଠକରେ ବାରମ୍ବାର ଅଙ୍ଗନବାଡ଼ି ଅବ୍ୟବସ୍ଥା ପ୍ରସଙ୍ଗ ଉଠୁଛି।
ସବୁଥର ଜାଗା ଅଭାବ ଓ ଅନ୍ୟାନ୍ୟ ସମସ୍ୟା ଦେଖାଇ କଥା ଟାଳି ଦିଆଯାଉଛି।
୧୩ ନମ୍ବର ୱାର୍ଡରେ ଅଙ୍ଗନବାଡ଼ିକୁ ଆସୁଥିବା ପିଲାମାନେ ଶୌଚ ପାଇଁ ବାହାରକୁ ଯାଉଛନ୍ତି, ନଚେତ୍ ଘରକୁ ଯାଉଛନ୍ତି।
ଅଧିକ କଷ୍ଟ ପାଉଛନ୍ତି, ଏଠାରେ କାର୍ଯ୍ୟରତ ଅଙ୍ଗନବାଡ଼ି ଦିଦି ଓ ସହାୟକମାନେ।
ସେପଟେ କିଛି ସ୍ଥାନରେ ପାଣି, ବିଜୁଳି ସଂଯୋଗ ନ ଥିବାରୁ ବୋଝ ଉପରେ ଏହା ନଳିତା ବିଡ଼ା ସଦୃଶ ହୋଇଛି।
୧୩ ନମ୍ବର ୱାର୍ଡରେ ରହିଛି ସିଅନ ଶ୍ରମିକ ବସ୍ତି ଅଙ୍ଗନବାଡ଼ି କେନ୍ଦ୍ର।
ଏହି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନଥିବାରୁ ସ୍ଥାନୀୟ କ୍ଲବ୍ ଘରେ ବର୍ଷ ବର୍ଷ ହେଲାଣି ଏହା ଚାଲୁଛି।
କିନ୍ତୁ ଏଠାରେ ପାଣି, ବିଜୁଳି ସଂଯୋଗ ନାହିଁ।
ଅନ୍ଧାରରେ ପିଲାମାନେ ବସୁଛନ୍ତି।
ଶୋଷ ଲାଗିଲେ, ଘରକୁ ଯାଉଛନ୍ତି।
ଶୌଚ ପାଇଁ ବାହାକୁ ଯିବାକୁ ପଡ଼ୁଛି।
ସ୍କୁଲ ପରିସରରେ ଚାଲିଥିବା ବିଡିଏ କଲୋନି ଅଙ୍ଗନବାଡ଼ି କେନ୍ଦ୍ରର ବି ସମାନ ସ୍ଥିତି।
ଅଙ୍ଗନବାଡ଼ି ଚତୁଃପାର୍ଶ୍ବ ଜଙ୍ଗଲିଆ ହୋଇଥିବାବେଳେ ଘର ସବୁ ଶିଉଳି ଚରିଗଲାଣି।
ବାରଣ୍ଡାର ସିମେଣ୍ଟ ଛାଡ଼ି ମାଟି ଉଠିଗଲାଣି।
ଯେଉଁ ଶୌଚାଳୟ ରହିଛି, ତାହା ଭଗ୍ନ ଅବସ୍ଥାରେ ଓ ଅନାବନା ଗଛ ଆବୋରି ନେଲାଣି।
ଏଣୁ ଶୌଚାଳୟକୁ ଯିବାକୁ ପିଲାଠୁ କର୍ମଚାରୀ, ସମସ୍ତେ ଡରୁଛନ୍ତି।
Kotia dispute: କୋଟିଆ ବିବାଦ ଥାନାକୁ ଗଲା: ୪ ଜଣଙ୍କୁ ଅପହରଣ ନେଇ ଆନ୍ଧ୍ରର ଏତଲା ନୀଳମାଧବ ବସ୍ତିର ଅଙ୍ଗନବାଡ଼ି କେନ୍ଦ୍ରର ବି ସମାନ ସ୍ଥିତି।
ନୀଳମାଧବ ବସ୍ତି ଓ ନୀଳମାଧବ ଫେଜ୍-୧ ବସ୍ତି ଉଚ୍ଛେଦ ପରେ ଏଠାରେ ଥିବା ଦୁଇ ଅଙ୍ଗନବାଡ଼ି କେନ୍ଦ୍ରକୁ ଭାଙ୍ଗି ଦିଆଗଲା।
ନୂଆ ଅଙ୍ଗନବାଡ଼ି କେନ୍ଦ୍ର କରାଯିବ ବୋଲି କୁହାଗଲା।
କିନ୍ତୁ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଘର ତିଆରି କରାଗଲାନି।
ଏଣୁ ବର୍ଷ ବର୍ଷ ହେଲାଣି ନୀଳମାଧବ ବସ୍ତିବାସିନ୍ଦା ପ୍ରକଳ୍ପ ପରିସରରେ ଥିବା କମ୍ୟୁନିଟି ହଲ୍ରେ ଦୁଇ ଅଙ୍ଗନବାଡ଼ି ଚାଲିଛି।
ଏଠାରେ ୪୦ରୁ ଅଧିକ ପିଲା ପଢ଼ୁଛନ୍ତି।
୧୩ ନମ୍ବର ୱାର୍ଡ କର୍ପୋରେଟର ଇତିଶ୍ରୀ ଦାସ କହିଛନ୍ତି, ୪ ବର୍ଷ ହେଲାଣି ଏହି ଅବ୍ୟବସ୍ଥା ସଂପର୍କରେ କର୍ପୋରେସନ୍ର ଦୃଷ୍ଟି ଆକର୍ଷଣ କରି ଆସୁଛି।
ସବୁଥର ଘର ହେବ କହି ଭଣ୍ଡାଉଛନ୍ତି।
ଏଣୁ ସେ କୁନି କୁନି ପିଲାଙ୍କ କଥା ହେଉ କି ଅଙ୍ଗନବାଡ଼ି ଦିଦି, ସହାୟିକା, ସମସ୍ତେ କଲବଲ ହେଉଛନ୍ତି।
Legislative Assembly: ବିଧାନସଭାରେ ଏମ୍ଏମ୍ଡିଆର୍ ତାତି ୪୪ ନମ୍ବର ୱାର୍ଡର ବଡ଼ଗଡ଼ ଭୋଇସାହି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘର ନାହିଁ।
ଏକ ୪୦ ବର୍ଗଫୁଟ କୋଠରିରେ ଏହା ଚାଲୁଛି।
ଶୌଚାଳୟ ନାହିଁ, ପାଣି ନାହିଁ, ବିଦ୍ୟୁତ୍ ସଂଯୋଗ ମଧ୍ୟ ନାହିଁ।
ସମାନ ଅବସ୍ଥା ବଡ଼ଗଡ଼ ଲକ୍ଷ୍ମୀବିହାର ଫେଜ୍-୧ ଅଙ୍ଗନବାଡ଼ି କେନ୍ଦ୍ରର।
ଏ ସମ୍ପର୍କରେ କର୍ପୋରେଟର ଅଜିତ ବେହେରା କହିଛନ୍ତି, ବାରମ୍ବାର କର୍ପୋରେସନ୍ ବୈଠକରେ ଏ ପ୍ରସଙ୍ଗ ଉଠାଇଛୁ।
ମାତ୍ର ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ।
ସେହିପରି ୪୦ ନମ୍ବର ୱାର୍ଡର ୟୁନିଟ୍ ୧ ୟୁପି ସ୍କୁଲରେ ୨ଟି ଓ ବାଳିକା ଉଚ୍ଚବିଦ୍ୟାଳୟରେ ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି।
ଏଠାକୁ ରାସ୍ତା ନାହିଁ।
ବର୍ଷା ହେଲେ ପିଲାଏ କାଦୁଅ ପଚପଚରେ କେନ୍ଦ୍ରକୁ ଯାଇଥା'ନ୍ତି।
ଏହି ସବୁ କେନ୍ଦ୍ରରୁ ଛେଲାଛେଲାହୋଇ ସିଲିଂ ଖସୁଥିବା କର୍ପୋରେଟର ଆସିଆ ବେଗମ୍ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
