Pinki, the little buffalo; କୁନି ମଇଁଷି ପିଙ୍କି; ଦାମ୍‌ ଏକ କୋଟି

Nov 27, 2026 - 08:01
Pinki, the little buffalo; କୁନି ମଇଁଷି ପିଙ୍କି; ଦାମ୍‌ ଏକ କୋଟି

ରାଜସ୍ଥାନର ପ୍ରସିଦ୍ଧ ପୁଷ୍କର ମେଳାରେ ଓଟ, ଘୋଡ଼ା ଓ ବିଭିନ୍ନ ପ୍ରଜାତିର ପ୍ରାଣୀ ଙ୍କ ସମାଗମ ହୋଇଥାଏ।

ଏ ବର୍ଷ ମେଳାର ମୁଖ୍ୟ ଆକର୍ଷଣ ପାଲଟିଛି ମାତ୍ର ଦୁଇ ଫୁଟ୍ ଉଚ୍ଚତାର କୁନି ମଇଁଷି 'ପିଙ୍କି'।

ଛୋଟ ଆକାର ପାଇଁ ତାକୁ ଦେଖିବାକୁ ମେଳାରେ ଲୋକଙ୍କ ଭିଡ଼ ଜମୁଛି।

ଅନେକ ପର୍ଯ୍ୟଟକ ତା' ସହ ଫଟୋ ଓ ଭିଡିଓ ଉଠାଉଛନ୍ତି।

ପିଙ୍କିର ଛୋଟ ଆକାର ଯେତିକି ଚର୍ଚ୍ଚାରେ, ତା'ର ଦାମ୍ ମଧ୍ୟ ସେତିକି ଆଶ୍ଚର୍ଯ୍ୟଜନକ।

ଏହି କୁନି ମଇଁଷିର ମାଲିକ ରାଜେନ୍ଦ୍ର ଏହାର ମୂଲ୍ୟ ଏକ କୋଟି ଟଙ୍କା ରଖିଛନ୍ତି।

ତାଙ୍କ କହିବା ଅନୁସାରେ, ପିଙ୍କିର ବିରଳତା, ଛୋଟ ଆକାର ଓ ଶାନ୍ତ ସ୍ୱଭାବ ହିଁ ତାକୁ ସ୍ୱତନ୍ତ୍ର କରିଛି।

Advertisment Cuttack Bali Yatra: କଟକ ବାଲିଯାତ୍ରାରେ ଅଘଟଣ: ରାମଦୋଳିରୁ ଖସି ଜଣେ ମୃତ, ଜଣେ ଗୁରୁତର ଏହା ବେଶ୍ ଶାନ୍ତ ଓ ମେଳାପୀ।

ତା'ର ଯତ୍ନ ପାଇଁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି।

ତାକୁ ନିୟମିତ ଖାଦ୍ୟ, ପରିଷ୍କାର ପାଣି ଓ ପର୍ଯ୍ୟାପ୍ତ ବିଶ୍ରାମ ଦିଆଯାଉଛି।

ଅଧିକ ଶବ୍ଦ ଯେପରି ତାକୁ ଅସୁବିଧାରେ ନ ପକାଏ, ସେଥିପ୍ରତି ମଧ୍ୟ ଧ୍ୟାନ ରଖାଯାଉଛି।

ପୁଷ୍କର ମେଳାରେ ପିଙ୍କି ସହ ଅନ୍ୟ ପଶୁମାନେ ମଧ୍ୟ ଦର୍ଶକଙ୍କ ଆକର୍ଷଣ ସାଜିଛନ୍ତି।

ପ୍ରାୟ ଅଢ଼େଇ ଫୁଟ୍ ଉଚ୍ଚତାର ପୁଙ୍ଗନୁର ଗାଈ , ଅଧିକ ଓଜନର ମୁର୍ରା ପ୍ରଜାତିର ମଇଁଷି ଓ ଦାମୀ ଘୋଡ଼ାଙ୍କୁ ଦେଖିବା ପାଇଁ ମଧ୍ୟ ଲୋକଙ୍କ ଭିଡ଼ ଜମୁଛି।

ତେବେ ଏତେ ସବୁ ପଶୁଙ୍କ ମଧ୍ୟରେ ନିଜର ଅସାଧାରଣ ଛୋଟ ଆକାର ପାଇଁ ପିଙ୍କି ସ୍ୱତନ୍ତ୍ର ଆକର୍ଷଣ ପାଲଟିଛି।

Judgement: ହାଇକୋର୍ଟରେ ହାଜର ହେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)