Explosive Eruption: ମାରିଆନା ଟ୍ରେଞ୍ଚରେ ବିସ୍ଫୋରକ ଉଦ୍‌ଗିରଣ

Nov 27, 2026 - 08:33
Explosive Eruption: ମାରିଆନା ଟ୍ରେଞ୍ଚରେ ବିସ୍ଫୋରକ ଉଦ୍‌ଗିରଣ

ଅନନ୍ତ କାଳରୁ ସମୁଦ୍ର ଅନେକ କଥା ଗୋପନ ରଖିଆସିଛି।

ଉନ୍ନତ ପ୍ରଯୁକ୍ତି ବଳରେ ସେ ରହସ୍ୟ ମଧ୍ୟରୁ ମଣିଷ କିଛିଟା ଜାଣିପାରୁଛି।

ଏଇ ଯେମିତି ପ୍ରଶାନ୍ତ ମହାସାଗରର ଗୋଟାଏ ଅଞ୍ଚଳରେ ଏକଦା ବିସ୍ଫୋରକ ଅାଗ୍ନେୟଗିରି ଉଦ୍‌ଗିରଣ ଘଟିଥିବା କଥା ବୈଜ୍ଞାନିକମାନେ ଜାଣିପାରିଛନ୍ତି।

'ଜେସନ୍‌/ମେଡିଆ' ନାମରେ ରିମୋଟ୍‌ଚାଳିତ ବୁଡ଼ାଜାହାଜ ମାରିଆନା ଟ୍ରେଞ୍ଚ୍‌ ନିକଟରେ ୨୦,୧୭୦ ଫୁଟ୍‌ ଗଭୀରରେ ବିସ୍ଫୋରଣଜନିତ କେତେଗୁଡ଼ିଏ ଭଙ୍ଗାରୁଜା ପଥର ଖଣ୍ଡର ଫଟୋ ଉଠାଇଛି।

ଏ ସଂକ୍ରାନ୍ତ ବିବରଣୀ 'ଫ୍ରଣ୍ଟିୟର୍ସ ଇନ୍‌ ଆର୍ଥ ସାଇନ୍‌ସ' ପତ୍ରିକାରେ ପ୍ରକାଶ ପାଇଛି।

Advertisment ପ୍ରଶାନ୍ତ ମହାସାଗରର ପଞ୍ଚିମାଞ୍ଚଳରେ ଅବସ୍ଥିତ ମାରିଆନା ଟ୍ରେଞ୍ଚ୍‌ ହେଉଛି ପୃଥିବୀର ଚମତ୍କାର ଭୌଗୋଳିକ ବୈଶିଷ୍ଟ୍ୟ ମଧ୍ୟରେ ଅନ୍ୟତମ।

କୋଟି କୋଟି ବର୍ଷ ତଳେ ଟେକ୍‌ଟୋନିକ୍‌ ପ୍ଲେଟ୍‌ ସବୁ ଚଳନଶୀଳ ହେବାରୁ ପ୍ରଶାନ୍ତ ମହାସାଗର ପତ୍ତନରୁ ୧୦,୯୩୫ ମିଟର ଗଭୀରରେ 'ଚ୍ୟାଲେଞ୍ଜର୍‌ ଡିପ୍‌' ନାମରେ ସବୁଠୁ ଗଭୀର ଅଞ୍ଚଳ ସୃଷ୍ଟି ହୋଇଥିଲା।

ଭୂତତ୍ତ୍ବବିତ୍‌ମାନେ କହୁଛନ୍ତି ଏବେ ପ୍ୟାସିଫିକ୍‌ ପ୍ଲେଟ୍‌ କ୍ରମେ ମାରିଆନା ପ୍ଲେଟ୍‌ ତଳକୁ ଦବିଯାଉଛି।

ଏହି ଭୌଗୋଳିକ ପ୍ରକ୍ରିୟା ସଂକ୍ରାନ୍ତରେ ପରୀକ୍ଷାନିରୀକ୍ଷା କରିବା ପାଇଁ ୨୦୨୪ ମସିହା ଶେଷ ଆଡ଼କୁ ଗବେଷକମାନେ ଟମାସ୍‌ ଜି ଟମ୍ପ୍‌ସନ୍‌ ନାମକ ବୁଡ଼ାଜାହାଜରେ ମାରିଆନା ଟ୍ରେଞ୍ଚ୍‌ ଆଡ଼କୁ ଯାଇଥିଲେ।

ଗବେଷକ ଦଳ 'ଜେସନ୍‌/ମେଡିଆ' ଦ୍ବାରା 'ଚ୍ୟାଲେଞ୍ଜର୍‌ ଡିପ୍‌ ଫୋରାକ୍‌ ସେଗ୍‌ମେଣ୍ଟ୍‌'ରୁ ଶିଳା ନମୁନା ସଂଗ୍ରହ କରିଥିଲେ।

ଆଗ୍ନେୟଗିରି ଉଦ୍‌ଗିରଣ ବେଳେ ବାହାରୁଥିବା ଗଳିତ ପାଉଁଶ, ପଥର ଓ ଅନ୍ୟାନ୍ୟ ଉପାଦାନ ଥଣ୍ଡା ହୋଇ ଏହା ସୃଷ୍ଟି ହୋଇଛି ବୋଲି ଏବେ ଜଣାପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)