Accident: ଦୁର୍ଘଟଣାରେ ଚାଲିଗଲା ଦୁଇ ବନ୍ଧୁଙ୍କ ଜୀବନ: ଅଧୁରା ରହିଲା ଓଏଏସ୍‌ ସ୍ବପ୍ନ

Nov 27, 2026 - 05:18
Accident: ଦୁର୍ଘଟଣାରେ ଚାଲିଗଲା ଦୁଇ ବନ୍ଧୁଙ୍କ ଜୀବନ: ଅଧୁରା ରହିଲା ଓଏଏସ୍‌ ସ୍ବପ୍ନ

ବଲାଙ୍ଗୀର : ପ୍ରଶାସନିକ ଅଧିକାରୀ ହେବାର ସ୍ବପ୍ନ ଦେଖିଥିଲେ।

ସେହି ଅନୁସାରେ ପ୍ରସ୍ତୁତି କରିବା ସହ ଓଏଏସ୍‌ ପ୍ରାରମ୍ଭିକ ପର୍ଯ୍ୟାୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ।

ହେଲେ ଦୁଇ ସାଙ୍ଗଙ୍କର ଏହି ଓଏଏସ୍‌ ସ୍ବପ୍ନ ଅଧାରେ ରହିଗଲା।

ସଡ଼କ ଦୁର୍ଘଟଣାରେ ଦୁଇ ମେଧାବୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।

ସେମାନେ ହେଲେ ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ବିବିନା ଗାଁର ପ୍ରକାଶ ସିଂହ ଭୋଇ ଓ ପାଟଣାଗଡ଼ ଥାନା କୁକୁରମୁଣ୍ଡା ଗାଁର ବିଜୟାନନ୍ଦ ମେହେର।

ଦୁହେଁ ମେଧାବୀ ଛାତ୍ର ଥିଲେ।

ଏକା ସାଙ୍ଗରେ ନବୋଦୟ ବିଦ୍ୟାଳୟରେ ପାଠ ପଢ଼ିଥିଲେ।

ସ୍ନାତକୋତ୍ତର ସାରିବା ପରେ ଓଡ଼ିଶା ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି ଚଳାଇଥିଲେ।

Advertisment Cuttack Bali Yatra: କଟକ ବାଲିଯାତ୍ରାରେ ଅଘଟଣ: ରାମଦୋଳିରୁ ଖସି ଜଣେ ମୃତ, ଜଣେ ଗୁରୁତର ଗତ ରାତିରେ ପଢ଼ାପଢ଼ି ସାରି ପ୍ରାୟ ଗୋଟାଏ ବେଳେ ବାଇକ୍‌ରେ ଚା' ପିଇବାକୁ ବାହାରିଥିଲେ।

ବଲାଙ୍ଗୀର ମହିଳା କଲେଜ ଛକ ଉପରେ ସେମାନଙ୍କୁ କୌଣସି ଗାଡ଼ି ଧକ୍କା ଦେଇ ଫେରାର ହୋଇ ଯାଇଥିଲା।

ଉଭୟଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା।

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘଟଣାସ୍ଥଳରେ ହିଁ ଦୁଇ ବନ୍ଧୁଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ପୁଲିସଠାରୁ ଖବର ପାଇ ପରିବାର ଲୋକେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

ଦୁଇ ମୃତକ ସେମାନଙ୍କ ପରିବାରର ଏକମାତ୍ର ପୁଅ ଥିଲେ।

ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଟାଉନ୍‌ ଥାନା ପୁଲିସ ଖୋଜିବା ଆରମ୍ଭ କରିଛି।

ଆଖପାଖର ସିସିଟିଭି ଫୁଟେଜ୍‌ ଯାଞ୍ଚ ଚଳାଇଛି।

ରାତିରେ ସହର ଭିତରେ ଭାରୀଯାନ ଚଳାଚଳ ଯୋଗୁଁ ପୂର୍ବରୁ ଏଭଳି ଦୁର୍ଘଟଣା ଘଟିଥିବାର ନଜିର ରହିଛି।

ବାଇପାସ୍ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଦାବି ପୁଣି ଜୋର୍‌ ଧରିଛି।

Judgement: ହାଇକୋର୍ଟରେ ହାଜର ହେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)